
ବୁଝେନା ବୋଲି ତ
ଜୀବନଟା ଉଦାସ ଉଦାସ
ଆଷାଢ଼ ଆକାଶ ପରି ଓଦା ଓଦା
ଆସେ ଅଚାନକ ଝଡ଼ ଓ ବତାସ…
ମିଛ ସ୍ନେହ, ମିଛ ପ୍ରେମ, ମିଛ ଅନୁରାଗ
ନିଷ୍ଠୁର ନିଷାଦର ଏ ବିଷାଦ ଯୋଗ
ମନରୁ ଦେଇଛି ତାକୁ କ୍ଷମା କରି
ରଖିବିନି କେବେ ତା ଉପରେ ରାଗ…
ଆଉ କାହା ପାଇଁ ସ୍ଵପ୍ନ ନାହିଁ ମୋ ମନରେ
କି ବିସ୍ତୃତି ନାହିଁ ମୋ ସ୍ନେହରେ
ଏବେ ବିନ୍ଦୁଟିଏ ପରି ଘୁରି ବୁଲିବିନି
କାହାର ମିଛ ମାୟା ବଳୟରେ…
ଏବେ ଥରି ଉଠୁଥିବା ଛାତିରେ
ଅନିଶ୍ଚିତତା ର ଯନ୍ତ୍ରଣା ନାହିଁ
ମନରେ ଅଦିନିଆ ଝଡ଼ର
ଆକୁଳ ଆର୍ତ୍ତନାଦ ବି ନାହିଁ…
ବାନ୍ଧି ଦେବିନି ଜବରଦସ୍ତ
ମୋ ଇଚ୍ଛାର ସୁରକ୍ଷିତ ଧାରାକୁ
ଆଉ କାହା ଇଛା ଭିତରେ
ସମର୍ପି ଦେଇଛି ମୋ ସୁନେଲି
ସ୍ୱପ୍ନର ନଉକା ଟି ପାଇଁ
ନିର୍ଜନ,ନିସ୍ତବ୍ଧ କେଉଁ ଉପତ୍ୟକାରେ…