
ମନ ଭର୍ତ୍ତି ଡର ଆଉ ତାଗିଦ
ମୁଠାଏ ଘୃଣା ସହ
କିଛି ଦୟା ଓ ସହାନୁଭୂତି...
ଏଇତ ଫେରୁଛି ଦାଦନ
କାନ୍ଧରେ ଲଦି ସଂସାର
ରକ୍ତାକ୍ତ ପାଦରେ ଚାଲିବ
ମାଇଲ ମାଇଲ ବାଟ...
ଅଧା ହେଲାଣି ନିଶ୍ୱାସ
ସରି ଆସିଲାଣି ବିଶ୍ୱାସ
ରକ୍ଷକ ଭକ୍ଷକ ହେଲେ
ନିୟତି କରିବ କିସ...
ଆରେ ଆସନା....,
ସମୟ କହୁଛି ଏବେ
ଘରେ ବସି ଜିତିବାକୁ ହେବ
ଜୀବନ ମୃତ୍ୟୁ ପ୍ରତିଯୋଗିତା...
ଖୋଜିବାକୁ ହେବ
ବାଡ଼ି ବଗିଚା
ଅନାବନା ଶାଗ କଷି ପଣସ
ଚାଉଳ ତ ଯାହାକୁ ଯେତେ...
ଯିଏ ଯାହା କରୁଛି କରୁ
ମୁଁ କିନ୍ତୁ ଟିକିଏ ଧୈର୍ଯ୍ୟ
ଟିକିଏ ସାହସ ରଖି ନଇଁଯିବି
ଥମିଯିବ ଝଡ଼ ନିଶ୍ଚୟ...
ଆଁ କରି ବସିଛି କଳାବଜାରି
ଧନ ସଞ୍ଚୟ କରିବ ଆହୁରି
ଏପଟେ ବାଟ ଜଗିଛି ମୃତ୍ୟୁ
ନିର୍ଭୁଲ ହିସାବଟେ କରି...
ବାସ୍ତବତାର ନିଖୁଣ ଚିତ୍ର ଆପଣଙ୍କ କବିତାରେ ସ୍ପଷ୍ଟ ପ୍ରତୀୟମାନ ।
ReplyDelete