ମୋ ପ୍ରିୟ ପାଠଶାଳା - ରୁଦ୍ରରୂପା ବ୍ରହ୍ମା

1

ସୁନ୍ଦର କୋଠା ସୁନ୍ଦର ଶ୍ରେଣୀ
ମନକୁ ମୋର ନେଇଛି କିଣି
ମୋ ପ୍ରିୟ ପାଠଶାଳା ।
ତା ପରିବେଶ ଭାରି ସରସ
କରୁଛି ମତୁଆଲା ।।

ମୋଅର ପ୍ରିୟ ଅତି ନିଜର
ଅଟନ୍ତି ଗୁରୁ ଗୁରୁମା ମୋର
ସୁଖ ଦୁଃଖରେ ସାହା ।
ପଢ଼ା ତାଙ୍କର ଉଚ୍ଚକୋଟୀର
ଭୁଲି ହୁଏନି ତାହା ।।

ପ୍ରାର୍ଥନା ସଭା ମନକୁ ଛୁଏଁ
ପିଲାଙ୍କ ଧାଡି ଶୃଙ୍ଖଳା କହେ
ମନକୁ ନିଏ କିଣି ।
ସଭିଙ୍କ କଣ୍ଠେ ଗୋଟିଏ ବାଣୀ
ନମୋ ମା’ ବୀଣାପାଣି ।।

ଖେଳ ପଡିଆ ଭାରି ବଢିଆ
ସାଙ୍ଗ ସାଥିରେ କଉତୁକିଆ
ଖେଳୁ ଯେ କେତେ ଖେଳ ।
ଖେଳ ଖେଳରେ ମନ ଖୁସିରେ
ବିତି ଯେ ଯାଏ ବେଳ ।।

ଖୁସିରେ କେତେ ପାଳନକରୁ
ଉତ୍ସବ ସହ ଦିବସ ସବୁ
ନିଆରା ମଜା ତା’ର ।
ତାହା ଭିତରେ ବାର୍ଷିକୋତ୍ସଵ
ମନକୁ ଛୁଏଁ ମୋର ।।

ସାଥିରେ ବହି ବସ୍ତାନି ଧରି
ପିଲାଟି ବେଳୁ ଯେଉଁଠି ଯାଇ
ଶିଖିଲି ନୂଆ ପାଠ ।
ବଢି ରଖିବି ତାହାର ମାନ
ରଖିବି ତା’ ର ଟେକ ।।

ଚିକିଟିଗଡ, ଗଞ୍ଜାମ


Post a Comment

1Comments
  1. ସୁନ୍ଦର କବିତା ଲେଖିଛ ରୁଦ୍ରରୂପା

    ReplyDelete
Post a Comment

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ