ବାହାଘର ତିନି ଦିନ ପୂର୍ବରୁ ଅନୁ କୌଣସି ପ୍ରକାର ଏକ ହୋଟେଲ୍କୁ ଡାକିପାରିଲା । ରୋହିତ ଏକଦମ୍ ତାକୁ ଚାହିଁରହିଲା । କଥାର ଆରମ୍ଭ ସେ କେଉଁଠୁ କରିବ ଭାବି ପାରୁନଥିଲା ।
“ରୋହିତ ଏଇଟା ମୋ ବାହାଘର ନିମନ୍ତ୍ରଣ ପତ୍ର ।” ବଡ଼ କଷ୍ଟରେ ସେତିକି କହିପାରିଲା ।
“ଅନୁ କଣ ଏ ବାହାଘର ତୋ ଇଚ୍ଛାରେ ହେଉଛି ?” ରୋହିତ ଅନୁର ହାତ ଉପରେ ହାତ ରଖି ପଚାରିଲା ।
ଅନୁ ଯେମିତି ଲୋହିୟା ମାର୍କେଟରୁ ବାହାରିଛି, ସେଦିନ ଅନୀଲ ପୁଣି ଦେଖାଗଲା । ସେ ଏକ ଆଢୁଆଳ ଦେଇ ଶୀଘ୍ର ଖାଇ ଘରକୁ ଚାଲିଆସିଲା । ଯେମିତି ତାକୁ ଅନୀଲ୍ ନଦେଖୁ । ପୁଣି ଭାବିଲା ଦେଖିଦେଲେ କ’ଣ କରିଦିଅନ୍ତା । ତଥାପି କେଜାଣି କାହିଁକି ଅନୀଲ୍କୁ ଦେଖିଲେ ଏକ ପ୍ରକାର ଅସୁବିଧା ସୃଷ୍ଟି ହେଉଛି ତା ମନରେ । ମନ ଘୃଣାରେ ଭର୍ତ୍ତି ହୋଇଯାଉଛି । ସେ ଶୀଘ୍ର ଘରକୁ ଫେରିଆସିଲା ।
“ବିବି ଚା ଆଣିବି ?” ଚାକରାଣୀର ସ୍ୱର ଥିଲା ।
ଅନୁ ରଜୋକୁ ନଦେଖି ମୁହଁ ହଲେଇ ହଁ କଲା । ପୁଣି ସେ ମନ ଭିତରେ ଭାବିଲା ମୋତେ ଏବେ ସହଜ ହେବାକୁ ହେବ । ରୋହିତର ଆସିବା ସମୟ ହୋଇଗଲା । ରୋହିତ ସବୁବେଳେ ତାକୁ ହସହସ ଦେଖିବାକୁ ଚାହୁଁଛି । ଦଶବର୍ଷ ପୂର୍ବର ରୋହିତ ଏବେ ବି ସେହିଭଳି । ସେ ରୋହିତ ପ୍ରତି କେବେ ଆକର୍ଷିତ ହୋଇଥିଲା ତା’ର ଏତେ ମନ ନାହିଁ । ହଁ ବୋଧେ ଯେବେ ସେ ଇଣ୍ଟର ମିଡିୟଟରେ ପଢ଼ୁଥିଲା ସେତେବେଳୁ... ।
ସେଦିନରେ ରୋହତ କିଛି କରୁନଥିଲା । ବାସ୍ ସଂଧ୍ୟାଯାଏଁ ନିଦ ଛାତ ଉପରେ ଠିଆ ହୋଇ ରହୁଥିଲା । ଯେତେବେଳେ ଅନୁ ଛାତ ଉପରକୁ ଯାଉଥିଲା ସେତେବେଳେ ରୋହିତ ତଳକୁ ଯିବା ପାଇଁ ପ୍ରଚେଷ୍ଟା କରୁଥିଲା । ଦୁହିଁଙ୍କର ଛାତ ଲଗାଲଗି ହୋଇଥିଲା । ଅନୁର ବାପା ରେଲୱେର ହେଡକ୍ଲର୍କ ଥିଲେ, ସେଥିପାଇଁ ସେ ଏତେ ମହଁଗା ଜମିରେ ଘର କରିଥିଲେ । ଯେତେବେଳେ ସେମାନେ ନୂଆ ଘରକୁ ଆସିଥିଲେ ଅନୁ ଭାବିନଥିଲା ଯେ, ଏଇଠି ଏତେ ଭଲପାଇବାର ସୁଖଦ ଓ ସୂକ୍ଷ୍ମ ଅନୁଭବ ମିଳିବ ବୋଲି ।
“ବିବି ତା, ରଜୋର ସ୍ୱର ଶୁଣି ଅନୁର ଧ୍ୟାନ ଭାଙ୍ଗିଲା । ରଜୋର ଚା ପ୍ଲେଟକୁ ଚା ଢାଳିବାକୁ ଲାଗିଲା । ତେବେ ଫୋନ୍ର ଘଣ୍ଟିଶୁଭିଲା ।
‘ହେଲୋ’ ଅନୁ କହିଲା ।
- ‘ଅନୁ ମୁଁ ରୋହିତ । ଆଜି ଆସିବାକୁ ଅଳ୍ପ ଡେରିହେବ । ଏବେ ଏବେ ନର୍ସିହୋମ୍କୁ ଫୋନ୍ ଆସିଛି କେଉଁ ମଦୁଆର ଆକ୍ସିଡେଣ୍ଟ୍ କେସ୍ । ବୋଧେ ଅପରେସନ୍ କରିବାକୁ ପଡିବ । ଆଚ୍ଛା ରଖୁଛି ।”
ଅନୁ ଫୋନ୍ ରଖି କାନ୍ଥ ଘଣ୍ଟା ଆଡକୁ ଚାହିଁଲା । ପାଂଚଟା ବାଜିଥିଲା । ସେ ଭାବୁଥିଲା ରୋହିତ ବୋଧେ ୯:୧୦ କୁ ଆସିବେ । କେଉଁ ମଦୁଆର କେସ୍.. ବୋଧେ ଆଉ କାହାର ଘର ଉଜୁଡିଯିବ... ନା... ନା ବୋଧେ ବରବାଦ ହୋଇଯିବ । ସେ ପ୍ରତ୍ୟେକ ଇଚ୍ଛାରେ ପଥରେ ବୋଧେ କାହିଁକି ଲଗେଇ ଦେଉଛି, ତାକୁ ନିଜକୁ ଜଣାପଡୁନଥିଲା । ରୋହିତ ତାକୁ ସବୁବେଳେ କହୁଥିଲା ଦେଖ ଅନୁ, ଜୀବନରେ ଏତେ ଭାବୁକ ହେଲେ ଚଳିବନି । କିନ୍ତୁ ତଥାପି ସେ ଭାବୁକ ହେଇଯାଇଥିଲା ।
ଆଜି ପୁଣି ଅନୀଲ୍ ଦେଖାଯିବାରୁ ମନରେ ବିରାଟ ଅସୁବିଧା ଦେଖାଦେଇଛି । ଏକ ପ୍ରକାର ଅର୍ନ୍ତଦ୍ୱନ୍ଦ । ସେ ଭାବିବାରେ ଲାଗିଲା । ଏସବୁ ହୋଇ ନଥାନ୍ତା, ଯଦି ବାପା ମା ଅନୀଲ୍ ସହ ବାହାଘର କରିନଥାନ୍ତେ । ରୋହିତ ସହ ପ୍ରେମ କରି ସେତ କିଛି ଅପରାଧ କରିନଥିଲା । ପୁଣି ପ୍ରତ୍ୟେକ ନାରୀର ଜୀବନରେ ଜଣେ ପୁରୁଷ ଆସେ । ସେ ଅତୀତରେ ହଜିଗଲା... ।
ଦିନେ ପଡୋଶୀ ବିମଳା ମାଉସୀ ମା’କୁ କହୁଥିଲା, ‘ରୋହିତ ଓ ଅନୁ ସବୁବେଳେ ଛାତ ଉପରେ..।’
ତାପରେ କ’ଣ ଥିଲା । ମା ଦ୍ୱାରା ଅନୁକୁ ପ୍ରତାରିତ କରିବା ଆରମ୍ଭ ହୋଇ ଯାଇଥିଲା । ଏମିତିକି ମା’କୁ ସେ ସିଧାସିଧା କିଛି କହିପାରୁ ନଥିଲା, ତଥାପି ତାଙ୍କ ଦ୍ୱାରା ହୋଇଥିବା ବ୍ୟଙ୍ଗାତ୍ମକ ଭାଷା ତା ଅନ୍ତର ଭିତରକୁ ଖାଇଯାଉଥିଲେ । ମୋ ଦ୍ୱାରା କୁହାଯାଇଥିବା ବାକ୍ୟକୁ ସେ କେବେ ହେଲେ ପ୍ରତ୍ୟୁତ୍ତର ଦେଉନଥିଲା । କେବଳ ନିଜରୁମ୍କୁ ଆସି ଅଳ୍ପ ସମୟ କାନ୍ଦିବା ଛଡ଼ା ଉପାୟ ନଥିଲା ।
ଦିନେ ରୋହିତର ମା ଆସିବାରୁ ଅନୁ କାନ୍ଥରେ କାନ ଦେଇ ଶୁଣିବାକୁ ଉଚିତ୍ ଭାବିଲା । ଯେବେ ଅନୁର ମା ତାଙ୍କୁ ବସିବାକୁ କହିଲେ ତ, ବଡ଼ ଅଜବ ଢ଼ଙ୍ଗରେ କହିଲେ - “ବସିବାର କିଛି ନାହିଁ । ଗୋଟିଏ କଥା କହିବାର ଥିଲା ସେଥିପାଇଁ ଚାଲିଆସିଲି । ପୁଅମାନଙ୍କର କିଛି ଅସୁବିଧା ନାହିଁ, କିନ୍ତୁ ଝିଅମାନଙ୍କର ଅସୁବିଧା ଅଛି ।”
ମା କିଛି କହିଲାନି । ରୋହିତର ମା’ ଚାଲିଗଲେ । ବିମଳା ମାଉସୀ ଆସିଲେ । “କ’ଣ ଏବେ ରୋହିତର ମା ଆସିଥିଲେ ?” ସେ ଆଖି ନଚେଇ ପଚାରିଲେ ।
“ହଁ ମା’ ଧୀର ଭାବରେ କହିଲା ।
-“ଆରେ ରୋହିତର ମା ବି ବଡ଼ ଗର୍ବିଣୀ । ପଇସାବାଲା ବୋଲି ନିଜକୁ ନିଜେ କ’ଣ ଏମିତି ଭାବୁଛି କି...? ସେଇଦିନ କହିବାରେ ଲାଗିଲା – ଏଇଟା ଅନୁର ଚାଲ୍ । ମୋ ପୁଅକୁ ଫସେଇଦେଲା । ବସିବସି ଜଣେ ଭଲ ବର ମିଳିଗଲା । ତା ଝିଅକୁ । ଅନୁକୁ ବିମଳା ମାଉସୀ ଉପରେ ବେଶୀ ରାଗ ଲାଗିଲା । କିନ୍ତୁ ସେ କିଛି ବି କହିପାରିଲାନି । ସଂଧ୍ୟାରେ ବାପା ଘରକୁ ଆସିବାବେଳୁ ଅନୁ ନିଜ ରୁମ୍ରେ ହିଁ ରହିଲା । ଡାକିବାରୁ ଲାଜୁଆ ଲାଜୁଆ ଢ଼ଙ୍ଗରେ ଡରିଗଲା । ମା ବାପାଙ୍କୁ ସବୁକଥା କହିଦେଇଛି । “ଅନୁ ତୋ ଠାରୁ ମୁଁ ଏମିତି ଆଶା କରିନଥିଲି ।” ସେ କହିଲେ । ବାସ୍ ବାପା ଏତିକି କହିଲେ, କନ୍ତୁ ମା’ ଆଉ ସହିପାରିଲେନି । “ଏ ଦୋଚାରୁଣୀକୁ ତ ମୁଁ ଭଲ ଭାବୁଥିଲି – କିନ୍ତୁ ୟେ ତ । ଅନୁ ନିଜ ରୁମ୍କୁ ଚାଲିଗଲା । ଖାନା ଖାଇବା ସମୟରେ ବାପା କହିଲେ “ଦେଖ୍ ଅନୁ ! ତୁ ଆମର ଏକମାତ୍ର ସନ୍ତାନ । ଆମର ଆଉ କିଏ ଅଛି ? ଯାହା କହୁଛୁ ତୋ ଭଲପାଇଁ କହୁଛୁ । ଆଗକୁ ନଜର ରଖିବୁ ।”
ମାତ୍ର ଏମିତି ଦେଖୁଥିଲେ ଯେମିତି କି ଅନୁ ତାଙ୍କୁ ଖୋଲା ବଜାରରେ ଲଂଗଳା କରିଦେଇଛି । ସେ ଉଠି ନିଜ ରୁମ୍କୁ ଚାଲିଗଲା । ବାପା ମା ବେଶି ରାତି ପର୍ଯ୍ୟନ୍ତ ତା ବିଷୟରେ କଥା ହେଉଥିଲେ । ମା’ର ଏଇ କଥା ତା'ର ମନେ ପଡୁଥିଲା ଯେ, “ତାକୁ ମୁଁ ତ ଭଲ ଭାବୁଥିଲି । ମଧ୍ୟ ବର୍ଗୀୟ ପରିବାରରେ ଭଲ ବୋଲିର ପରିଭାଷା ଏତିକି ହିଁ ମାତ୍ର ଥିଲା ।
ସେହି ବର୍ଷ ରୋହିତକୁ ମେଡିକାଲ୍ କଲେଜ୍ରେ ସିଟ୍ ମିଳିଗଲା । ଅନୁ ବି.ବି.ଏ. କଲେଜ୍ରେ ଜଏନ୍ ହେଲା । ବି.ଏ ସାରି ସେ ଯେତେବେଳେ ଏମ୍.ଏ କଲା, ସେତେବେଳେ ତା ଉପରେ ବାହାଘର ଜୋର୍ ପଡ଼ିବାରେ ଲାଗିଲା । ତା ପୂର୍ବରୁ ବି ତା ବାହାଘର ଚର୍ଚ୍ଚା ଚାଲିଥିଲା । କିନ୍ତୁ ଏଥର ବାପା ଅନୀଲ୍ର ଘରେ ତା ବାହାଘର ଠିକ୍ କରି ଆସିଥିଲେ । ଠିକ୍ ହେଲା ଯେ ଅନୁର ପରୀକ୍ଷା ପରେ ତା ବାହାଘର ହେବ । ଅନୁ କେବଳ ଏତିକି କହିପାରିଲା ଯେ - “ମା ମୁଁ ବାହା... ।” ତା କଥା ସରିବାକୁ ଦିଆଗଲାନି ।
-“ବାହା ହେବୁନୁ ତ କ’ଣ ରୋହିତ ପାଇଁ ବସି ରହିବୁ ?” ମା ବଡ ଜୋର୍ରେ କହିଲା । କିନ୍ତୁ ମା ମୁଁ.... ।”
‘ହଁ... ହଁ କହ କହ ଯେ, ମୁଁ ଘରଛାଡି ଲୁଚି ପଳେଇଯିବି । କିନ୍ତୁ ଶୁଣିଥା, ଲୁଚିଯିବା ପୂର୍ବରୁ ଆମକୁ ବିଷ ଦେଇଯିବୁ । ଏହା କହୁ କହୁ ମାର ଆଖିରୁ ଲୁହ ଖସି ଆସିଲା । ଅନୁର ଆଖି ବି ଓଦା ହେଲା । ବାହାଘର ତିନିଦିନ ପୂର୍ବରୁ ଅନୁ କୌଣସି ପ୍ରକାର ଏକ ହୋଟେଲ୍କୁ ଡାକି ପାରିଲା । ରୋହତ ଏକଦମ୍ ତାକୁ ଚାହିଁ ରହିଲା । କଥାର ଆରମ୍ଭ ସେ କେଉଁଠୁ କରିବ ଭାବିପାରୁନଥିଲା ।
“ରୋହିତ ଏଇଟା ମୋ ବାହାଘର ନିମନ୍ତ୍ରଣ ପତ୍ର ବଡ଼ କଷ୍ଟ ସେତିକି କହିପାରିଲା ।
“ଅନୁ କ’ଣ ଏ ବାହାଘର ତୋ ଇଚ୍ଛାରେ ହେଉଛି ?” ରୋହିତ ଅନୁର ହାତ ଉପରେ ହାତ ରଖି ପଚାରିଲା ।
-“ମୋ ଇଚ୍ଛା ଆଉ କ’ଣ ? ଯାହା ହେଇଛି ଠିକ୍ ହେଉଛି ।” ପୁଣି ଏକ ଲମ୍ବା ଚୁପ୍ଚାପ୍ ବାତାବରଣ ।
“ରୋହିତ ତୁମେ କିଛି କହିବ ନାହିଁ ?”
“ମୁଁ କ’ଣ କହିବି ଅନୁ ? ତୁମେ ଯାହା ଚାହିଁବ ତାହା ହେଉ, ମୁଁ ଏହା ହିଁ ଚାହୁଛି । ଏବେ ତମ ବାହାଘର ହେଇଯାଉଛି । ଯଦି କେବେ ମୋର ଦରକାର ପଡେ ତ ବିନା ଆପତ୍ତିରେ କହିବ । ଏତିକି ମୋର ଅନୁରୋଧ ।”
ଅନୁ ଘୋର୍ ଅସଂଜମ ପରିସ୍ଥିତିରେ ପଡିଗଲା । କିଛି କହିବା ପାଇଁ ଆତୁର । କ’ଣ କହିବ ? କଣ୍ଠ କଂପୁଥିଲା । ବାହାଘର ପରେ ଅନୁ ଭାବିଲା ଦୁନିଆ ପ୍ରକୃତରେ ସେମିତି ନୁହଁ, ଯେମିତି ସେ ଭାବୁଥିଲା । ଚଉଠି ରାତିରେ ଅନୀଲ୍ ୨ଟା ରାତିକୁ ଆସିଲା । ଭିତରକୁ ଆସୁ ଆସୁ ଧଡାସ୍ କିନା ଗଡ଼ିପଡ଼ିଲା । ବାହାଘର ଦୁଇଚାରିଦିନ ଭାବୁଥିଲା ପରେ । ତାକୁ ଜଣାପଡ଼ିଲା ଯେ, ଅନୀଲ୍ ମଦୁଆ ଏ ମହଲାର ପ୍ରସିଦ୍ଧ ଝିଅ ଛବିଲିର ପ୍ରେମିକ ପ୍ରବର ।
ସମୟ ଅସମୟରେ ଅନୀଲ୍ର ବନ୍ଧୁମାନେ କେବେ ଘରକୁ ଆସିଲେ ତାକୁ ଲାଗୁଥିଲା ଯେପରି ସେମାନେ ତା ଦେହକୁ ଘୁରି ଘୁରି ନୀରିକ୍ଷଣ କରୁଛନ୍ତି । ଘରର ଆର୍ଥିକ ସ୍ଥିତି ବି ଠିକ୍ ନଥିଲା । ଅନୀଲ୍ର୍ ଦରମା ଦୁଇହଜାରକୁ ମଦ ଓ ଛବିଲି ନାରେ ସବୁ ଖର୍ଚ୍ଚ ହୋଇ ହଜାର ଦୁଇହଜାର ତା ହାତରେ ପହଂଚୁଥିଲା । ଅନୁ ସ୍କୁଲ୍ ଟିଚର ପାଇଁ ଆବେଦନ କଲା ଓ ନିଯୁକ୍ତ ପତ୍ର ବି ଆସିଗଲା ।
ଅନୀଲ୍କୁ ଯେତେବେଳେ ଜଣାପଡ଼ିଲା ସେ କହିଲା ମୋ ଦରମା କ’ଣ କମିଯାଉଛି । “ଆରେ ! ଚାକିରି କେବଳ ବାହାନା ଅଟେ । ଥିବ କିଏ ଦୋସ୍ତ, ୟାର ଯାହା ସହିତ ମଜ୍ଜା କରିବା ପାଇଁ ତୋର ଇଚ୍ଛା ।” ଅନୁ ଚୁପ୍ ଥିଲା । ଅନୀଲ୍ ଦ୍ୱାରା ସେ ପ୍ରତ୍ୟେକ ଦିନ ନୂଆ ନୂଆ ପ୍ରକାର ଶାରୀରିକ ଓ ମାନସିକ କଷ୍ଟ ପାଉଥିଲା । ସେ କିଛି କହୁନଥିଲା । କେବଳ ଭିତରେ ଭିତରେ ଜଳୁଥିଲା । ତା ଭିତରେ ବିଦ୍ରୋହ ବୋଲି କିଛି ନଥିଲା । ଭାରତୀୟ ନାରୀ ଭଳି ରହୁଥିଲା । ଯେତେବେଳେ ସହିବାର ସୀମା ଡେଇଁଗଲା । ବାପଘରକୁ ଚାଲିଗଲା । ସେଠାରୁ ଆଉ ଶ୍ୱଶୁର ଘରକୁ ଚାହିଁନି । ମା ତା'ର କେତେଥର ବୁଝେଇଲେ ଦେଖ ଅନୁ, ପତ୍ନୀ ପାଇଁ ପତିର ଘର ଏକ ଏମିତି ଘର ଯେଉଁଠି ସେ ସୁରକ୍ଷିତ ରହିପାରିବ । ମା'ର ଆଖିରେ ସହିବା ହିଁ ନାରୀ ମାନଙ୍କର ପ୍ରଧାନ ଅସ୍ତ୍ର ।
ଦୁଇବର୍ଷ ଅନୀଲ୍ ସହ ବିତେଇ ଅନୁ ଜାଣି ସାରିଥିଲା ଯେ ଅନୀଲ୍ର ଘର ତା ପାଇଁ କେତେ ସୁରକ୍ଷା ଦେଇପାରିବ । ଛାଡ଼ପତ୍ର ପାଇଁ ଅନୀଲ୍ ହିଁ ପ୍ରଥମେ କେଶ ଡାଏରୀ କଲେ । ଅଦାଲତର କାଠଗଡ଼ାରେ ଅନୁକୁ ଚରିତ୍ରହୀନା ବୋଲି ପ୍ରମାଣ କରାଗଲା । ଓକିଲ ମାନଙ୍କର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇ ଦେଇ ତା’ର ପିଢ଼ା ବଢ଼ିଯାଉଥିଲା । ତାକୁ ତ ଛାଡ଼ପତ୍ର ମିଳିଗଲା କିନ୍ତୁ ସେଇଟା ମିଳିଲା ନାହିଁ, ଯେଉଁଟା ସିଏ ଚାହୁଁଥିଲା । ଛାଡପତ୍ର ପରେ ତା ମନର ବ୍ୟସ୍ତତା ଆହୁରି ବଢ଼ିଗଲା । ବାପା ମ।ଙ୍କ ଦୁଃଖ ଦେଖି ସେ ବହୁତ ଦୁଃଖ କରୁଥିଲା । ବାପା ତା'ର ପୁଣି ପୁଅ ଦେଖାରେ ଲାଗି ପଡିଲେ । ପୁଅପିଲା ଘରୁ ଦେଖିବାକୁ ଆସୁଥିଲେ । ଯିଏ ଭଲ ନଥିଲେ । ଯଦି କିଏ ଅବିବାହିତ ଆସିଲା, ତ ବିଧବାନାରୀ ବା ଛାଡ଼ପତ୍ର ପାଇଥିବା ସ୍ତ୍ରୀ କେତେ ବୋଝ କହୁଥିଲେ । ଅନୁ ତାହା ଜାଣିପାରୁଥିଲା । ସମସ୍ତିଙ୍କ ଆଗରେ ସେ ଏକ କଣ୍ଢେଇ ଖେଳନା । ସମସ୍ତଙ୍କ ମଝିରେ ବସିଥିବା ଅନୁ ଯେତେବେଳେ ଆଖି ଉଠେଇ ପୁଅପିଲାକୁ ଅନାଇଲା ବେଳକୁ, ତା ସ୍ତନ ଉପରେ ସେମାନଙ୍କର ଭୋକିଲା ଆଖି ।
“ମା’ ମୁଁ ବାହାହେବିନି ଆଉ ।”
“ତିନି ଜଣକୁ ତ ମନା କରି ସାରିଲୁଣି ପୁଣି କହୁଛୁ ବାହାହେବିନି । ଏମିତି ସନ୍ତାନ ମାନେ ମରିଯିବାଟା ହିଁ ଭଲ ।”
“ଠିକ୍ କହିଛୁ ମା’ । ମୁଁ ମରିଯିବାଟା ହିଁ ଭାରି ଭଲ । ଏମିତି ଜିଇଁବା ଅପେକ୍ଷା ମରିଯିବା ହିଁ ଭାରି ଭଲ ।” ଅନୁ କହିଲା । ପୁଣି ସେହି ରାତ୍ରିରେ ଅନୁ ଅନେକ ବଟିକା ଖାଇଦେଲା । କିନ୍ତୁ ମା’କୁ ଜଣାପଡିଯିବାରୁ ସିଧା ହସ୍ପିଟାଲ୍ ପହୁଁଞ୍ଚେଇ ଦେଲେ । ଆଖି ଖୋଲିଲା ବେଳକୁ ଆଗରେ ରୋହିତକୁ ବସିଥିବା ଦେଖିଲା । କିନ୍ତୁ କହିପାରିଲାନି କିଛି । ‘ମୁଁ ତୁମକୁ କହିଥିଲି ନା ଏତେ ଭାବୁକ ହେଲେ ଚଳିବନି । ଯଦି ଦରକାର ଥିଲା ତ ମୋତେ ଡାକିଦେଇ ପାରିଥାନ୍ତ । ‘ରୋହିତ ଶେଯଉପରେ ବସୁ ବସୁ କହିଲା । ଅନୁ କିଛି କହିପାରିଲାନି । କେବଳ ଶୋଇ ରହିଲା ।
“ଅନୁ, କଣ ତମେ ମୋତେ ବାହାହେଇ ପାରିବ ?
ଅନୁ ତାଟକା ହେଇଗଲା । କ’ଣ ରୋହିତ ତାକୁ ଏବେ ବି ଚାହୁଁଛି ନା ଦୟାର ପାତ୍ର କରିବାକୁ ଚାହୁଁଛି । ତା ସାମ୍ନାରେ ପୁଣି ବିବାହର ତିନିଦିନ ପୂର୍ବରୁ ହୋଟେଲରେ ମିଶିଥିବା ଦୃଶ୍ୟ ଉପସ୍ଥିତ ହେଲା । ମନେ ମନେ ଭାବିଲା ଏଥର କିନ୍ତୁ ସେ ନିର୍ଣ୍ଣାୟକ ବିଚାର କରିବ ।
“ଅନୁ !” ରୋହିତ ଡାକିଲା ।
ଅନୁ କିଛି କହିପାରିଲାନି, କେବଳ ରୋହିକୁ କୁଣ୍ଢେଇ ଧରିଲା । “ମା’ ମୁଁ ଯାଉଛି” ଏତିକି କହି ଅନୁ ରୋହିତ ସହିତ ଚାଲିଗଲା ।
ବିବି, କ’ଣ ରାନ୍ଧିବି ଆଜି ?”
ଅନୁ ବାସ୍ତବତାକୁ ଫେରିଆସିଲା, ତା ପାଟିରୁ ବାହାରିପଡିଲା –
“କ’ଣ ହେଲେ କରିଦେ ।”
“ବିବି କ’ଣ ଦେହ ଭଲ ନାହିଁ ?” ରଜ୍ଜୋ ପଚାରିଲା ।
“ଆଛା, ଯାଆ ଚା ବନେଇବୁ ।”
ଲନ୍ରେ ଅନ୍ଧାର ଛାଇଯାଇଥିଲା । ରଜ୍ଜୋ ବାରଣ୍ଡାରେ ଲାଇଟ୍ ଲଗେଇଲା । ରୋହିତ ସହିତ ରହି ପୁରା ଆଠମାସ ବିତିଯାଇଥିଲା ଯାହାକୁ ସେ ଦଶ ବର୍ଷ ଧରି ଖୋଜୁଥିଲା । ତଥାପି ତାକୁ ଲାଗୁଥିଲା ଏ ସହରରେ କିଛି ହଜିଯାଇଛି... ଏଇ ସହରରେ ଚିର ପରିଚିତ ମୁହଁମାନଙ୍କୁ ଦେଖି ମନ ଭିତରେ ପୁଣି ବ୍ୟସ୍ତତା ଓ ଉଦ୍ବେଗ ଜାଗ ଉଠିଥିଲା । ସେ ମନ ଭିତରେ ଠିକ୍ କଲା, ରୋହିତ ଆସିଲେ କହିଦେବ କେଉଁ ଅନ୍ୟ ସହରକୁ ଚାଲିଯିବା । ଅନ୍ୟତ୍ର ରହିବ... ଏଇ ସହରରେ ଅ।ଉ ମନ ଲାଗୁନି... ।
ଅଙ୍କିତ ସାହୁ
ଗ୍ଲୋବାଲ ଇଣ୍ଡିଆନ୍ ମଡେଲ୍ ସ୍କୁଲ, ଦଶମ ଶ୍ରେଣୀ ଛାତ୍ର