Information

Our Writers Information



ଇଂ ଦୀପ୍ତି ରଞ୍ଜନ ପଣ୍ଡା  ଇଂ ଦୀପ୍ତି ରଞ୍ଜନ ପଣ୍ଡା


ପରିଚୟ :  ଇଂ ଦୀପ୍ତି ରଞ୍ଜନ ପଣ୍ଡା, ପିତା- ପ୍ରଫୁଲ୍ଲ କୁମାର ପଣ୍ଡା, ମାତା- ଶାନ୍ତିଲତା ପଣ୍ଡା, ଜନ୍ମସ୍ଥାନ- ତିଗିରିଆ, କଟକ, ଓଡିଶା । ଶିକ୍ଷାଗତ ଯୋଗ୍ୟତା- ପଦାର୍ଥ ବିଜ୍ଞାନ ସମ୍ମାନ ଓ ସିଭିଲି ଇଂଜିନିୟରିଙ୍ଗରେ ସ୍ନାତକ ଏବଂ ଜଳ ବିଜ୍ଞାନ ଓ ବାଣିଜ୍ୟ ପ୍ରଶାସନରେ ସ୍ନାତକୋତ୍ତର । ବୃତ୍ତି- ସରକାରୀ ଚାକିରୀ (ଓଡିଶା ସରକାରଙ୍କ ଜଳସଂପଦ ବିଭାଗରେ ଅଧିକ୍ଷଣ ଯନ୍ତ୍ରୀ ରୂପେ ଅବସ୍ଥାପିତ) ସାହିତ୍ୟ ପ୍ରତି ରୁଚି ରଖିଥିବା ଶ୍ରୀଯୁକ୍ତ ପଣ୍ଡା ଆଧ୍ୟାତ୍ମିକ ସାହିତ୍ୟ ରଚନା କ୍ଷେତ୍ରରେ ଓଡିଆ ସାହିତ୍ୟ ଜଗତର ବେଶ ଜଣାଶୁଣା । ଅଦ୍ୟାବଧି ପଚାଶରୁ ଉର୍ଦ୍ଧ ପୁସ୍ତକ ରଚନା କରି ଓଡିଆ ସାହିତ୍ୟକୁ ଋଦ୍ଧିମନ୍ତ କରିବା ଦିଗରେ ଯଥେଷ୍ଟ ସହାୟକ ହୋଇପାରିଛନ୍ତି । ତାଙ୍କ ରଚିତ ଅନେକ ପୁସ୍ତକ ଶ୍ରୀଜଗନ୍ନାଥ ସଂସ୍କୃତି ଭିତ୍ତିକ ତଥ୍ୟ ସମ୍ବଳିତ ଅଟେ । 




ପ୍ରଣତି ମହାପାତ୍ର  ପ୍ରଣତି ମହାପାତ୍ର


ପରିଚୟ :  ପ୍ରଣତି ମହାପାତ୍ର,୧୯୯୧ ମସିହାରୁ ଏପର୍ଯ୍ୟନ୍ତ ଲେଖା ଲେଖି ଜାରି ରଖି ଅଛନ୍ତି । ଆନୁମାନିକ ୧୭୦୦ରୁ ଉର୍ଦ୍ଧ କବିତା, ୧୦ଟି ଶିଶୁ ନାଟକ, ୩ଟି ପ୍ରବନ୍ଧ, ୪ଟି ଉପନ୍ୟାସ ସମେତ ଅନେକ କ୍ଷୁଦ୍ରଗଳ୍ପ ମଧ୍ୟ ଲେଖି ସାରିଛନ୍ତି । ଅନ୍ତରାଷ୍ଟ୍ରୀୟ ଶ୍ରେଷ୍ଠ କବୟିତ୍ରୀ ମାନ୍ୟତା ହାସଲ କରିବା ସହ ଅନେକ ସାହିତ୍ୟ ଅନୁଷ୍ଠାନରୁ ସମ୍ମାନିତ ହୋଇ ସାରିଛନ୍ତି । ବୃତ୍ତିଗତ ଜୀବନରେ ଜଣେ ଶିକ୍ଷୟିତ୍ରୀ ଭାବରେ ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ କାର୍ଯ୍ୟ କରି ଆସୁଥିବା ସହ ଓଡିଆ ସାହିତ୍ୟ ତଥା ମାତୃଭାଷାର ସମୃଦ୍ଧି ଦିଗରେ ସଦା ଚେଷ୍ଟିତ ଅଟନ୍ତି ।




ଲକ୍ଷ୍ମୀନାରାୟଣ ପଟ୍ଟନାୟକ  ଲକ୍ଷ୍ମୀନାରାୟଣ ପଟ୍ଟନାୟକ


ପରିଚୟ :  ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ପିତା- ଗୋଲକ ବିହାରୀ ପଟ୍ଟନାୟକ, ମାତା- ପ୍ରମିଳା ପଟ୍ଟନାୟକ, ଜନ୍ମସ୍ଥାନ- ମଙ୍ଗଳାଯୋଡି, ଖୋରଧା, ଓଡିଶା । ରେଭେନ୍ଷା ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଶେଷକରି କମ୍ପୁଟର ବିଜ୍ଞାନରେ ଡି.ସି.ଏଚ.ଏନ.ଏମ, ଡିପ୍ଲୋମା ଇନ କମ୍ପୁଟର ସାଇନ୍ସି ପ୍ଲସ ଏବଂ ଆଲିସାନ ବିଶ୍ଵବିଦ୍ୟାଳୟରୁ ୱେବ ଡିଜାଇନିଙ୍ଗ ଆଣ୍ଡ ୱେବ ଡେଭେଲୋପମେଣ୍ଟ ଆଦି ବୈଷୟିକ ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଯୋଗ୍ୟତା ହାସଲ କରିବା ସହିତ ବୃତ୍ତିଗତ ଜୀବନରେ ଓଡିଶା ସରକାରଙ୍କ ଅଧୀନରେ ଜଣେ କାର୍ଯ୍ୟରତ କର୍ମଚାରୀ । ସର୍ବଦା ଓଡିଆ ସାହିତ୍ୟ ପ୍ରତି ଅହେତୁକ ରୁଚି ରଖିଥିବା ଶ୍ରୀ ପଟ୍ଟନାୟକ ଛାତ୍ରାବସ୍ଥାରୁ କ୍ଷୁଦ୍ରଗଳ୍ପ, କବିତା ଓ ଭ୍ରମଣକାହାଣୀ ଆଦି ଲେଖିବାରେ ସିଦ୍ଧହସ୍ତ । ଅଦ୍ୟାବଧି ତାଙ୍କର ଅନେକ କବିତା, ଗୀତିକବିତା, କ୍ଷୁଦ୍ରଗଳ୍ପ, ଅଣୁଗଳ୍ପ, ଭ୍ରମଣକାହାଣୀ ଓ ଅନୁଭୂତି କଥା ଆଦି ଓଡିଶାର ବିଭିନ୍ନ ପତ୍ର ପତ୍ରିକାର ପୃଷ୍ଠାମଣ୍ଡନ କରି ଆସୁଅଛି । ଏହାଛଡା ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ରହି ଓଡିଆ ସାହିତ୍ୟର ସମୃଦ୍ଧି ଦିଗରେ ନିଜକୁ ନିୟୋଜିତ ରଖିବା ସହ ନିଜ ସାରସ୍ଵତ ଆଗ୍ରହକୁ ପ୍ରମାଣିତ କରି ଆସୁଛନ୍ତି ।




ଡକ୍ଟର ଲକ୍ଷ୍ମଣ ସାହୁ ଡକ୍ଟର ଲକ୍ଷ୍ମଣ ସାହୁ


ପରିଚୟ :  ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ, ପିତା- ପୂର୍ଣ୍ଣଚନ୍ଦ୍ର ସାହୁ, ମାତା- ତାରା ଦେଈ, ଜନ୍ମସ୍ଥାନ- ସାଙ୍କିଲୋ, ଗଡବାଣୀକିଲୋ, ରଣପୁର, ନୟାଗଡ । ଶିକ୍ଷାଗତ ଯୋଗ୍ୟତା- ସ୍ନାତକୋତ୍ତର, "ଏକ ସମାଜ ତାତ୍ଵିକ ଅଧ୍ୟୟନରେ ବଳରାମ ଦାସଙ୍କ ଦାଣ୍ଡି ରାମାୟଣ" ଏକ ଗବେଷଣାତ୍ମକ ସନ୍ଦର୍ଭ ଲେଖି ଉତ୍କଳ ବିଶ୍ଵବିଦ୍ୟାଳୟରୁ ପି.ଏଚ.ଡି ଉପାଧି ଲାଭ କରିଛନ୍ତି । ବୃତ୍ତି- କଟକର ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ଓଡିଆ ବିଭାଗ ଅଧୀନରେ ଅଧ୍ୟାପକ ରୂପେ ଅବସ୍ଥାପିତ । ସାହିତ୍ୟର ବିଭିନ୍ନ ସୋପାନରେ ତାଙ୍କ ଲେଖନୀ ଚଳଚଞ୍ଚଳ । ସେ ଦୈନିକ ସମ୍ବାଦପତ୍ରର ଜଣେ ସ୍ତମ୍ଭକାର ହିସାବରେ ବେଶ ଜଣାଶୁଣା । ଖୁବ କମ ବୟସରୁ "ଶିଖା" ସାହିତ୍ୟ ପତ୍ରିକାର ସମ୍ପାଦନା କରି ନିଜ ସାରସ୍ଵତ ପ୍ରତିଷ୍ଠାକୁ ବଜାୟ ରଖି ଆସିଛନ୍ତି । ଅଦ୍ୟାବଧି ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର ଓ ପତ୍ରପତ୍ରିକା ମାନଙ୍କରେ ତାଙ୍କର ଶତାଧିକ ଲେଖା ସର୍ବଦା ପୃଷ୍ଠା ମଣ୍ଡନ କରି ପାଠକୀୟ ଆଦୃତ୍ତି ଲାଭ କରିବା ସହ ତାଙ୍କ ସୃଜନଶୀଳତାର ପରିଚୟକୁ ପ୍ରତିପାଦିତ କରିପାରିଛି । ଏହାଛଡା ଆକାଶବାଣୀର "ଯୁବବାଣୀ" କାର୍ଯ୍ୟକ୍ରମର ସେ ଜଣେ ପ୍ରତିଷ୍ଠିତ କଳାକାର ଅଟନ୍ତି ।




ରମେଶ ଚନ୍ଦ୍ର ମିଶ୍ର ରମେଶ ଚନ୍ଦ୍ର ମିଶ୍ର


ପରିଚୟ :  ରମେଶ ଚନ୍ଦ୍ର ମିଶ୍ର, ପିତା- ମଧୁସୂଦନ ମିଶ୍ର, ମାତା- କୋକିଳ ମିଶ୍ର, ଜନ୍ମସ୍ଥାନ- ସାପଘରା, ପାଇକସାହି, ଅନୁଗୋଳ । ଗୀତ, କବିତା, ଗଳ୍ପ, ପ୍ରବନ୍ଧ ଓ ନାଟକ ରଚନା କରିବାରେ ଖୁବ ଝୁଙ୍କ । ଛାତ୍ରାବସ୍ଥାରେ ତାଙ୍କର ପ୍ରଥମ ସୃଷ୍ଟି ହେଉଛି କ୍ଷୁଦ୍ର ନାଟକ "ରକ୍ତ ମୁହୂର୍ତ୍ତ" । ପରବର୍ତ୍ତୀ ସମୟରେ ୧୯୮୧ରେ ଯାତ୍ରା ନାଟକ "ତମସାର ତୀରେ", ପୌରାଣିକ ନାଟକ "ତ୍ରିମୂର୍ତ୍ତି ଦର୍ଶନ", ସାମାଜିକ ନାଟକ " ବାପ ପିଠିରେ ଢୋଲ" ଆଦି ରଚନା କରିସାରିଛନ୍ତି । ଏହା ବ୍ୟତୀତ ଶିଶୁ ଓ କ୍ଷୁଦ୍ର ନାଟକ "ଭାଇ ହେବ ତ ଏମିତି", "ଛେପ", "ଖାଃ, କାଲିର ସୁଆଦ ପାଇଛି, ନା ସକାଳୁ ଉଠି ଧାଇଁଛି", "ଗୌରବ ମିଳନ", "ସିଂହଶିଶୁ ଅଭିମନ୍ୟୁ", "ଭାଗ", "କାଳିଦାସ" ଆଦି ଅନ୍ୟତମ । "ଅମୃତ କଳସ" ଭକ୍ତି ସଂକଳନ, "ଅମୃତ ପ୍ରଭାତ" ଓ "ମଧୁ କ୍ଷରନ୍ତି ସିନ୍ଧବଃ" ନାମରେ ଦୁଇଟି କବିତା ସଂକଳନ ମଧ୍ୟ ବିଭିନ୍ନ ସମୟରେ ପ୍ରକାଶିତ ହୋଇ ସାରିଛି । ଏହାଛଡା ଓଡିଶାର ଅନୁନ୍ନତ ଅଞ୍ଚଳରେ ରହି ଓଡିଆ ସାହିତ୍ୟର ସମୃଦ୍ଧି ଓ ପ୍ରସାର ଦିଗରେ ତାଙ୍କ ଦ୍ଵାରା ପ୍ରଥମେ ସମ୍ପାଦିତ ହୋଇଥିଲା "ଦୀପ୍ତି" ସାହିତ୍ୟ ପତ୍ରିକା ଏବଂ ୨୦୧୨ ମସିହାରେ ଅନୁଗୋଳ ଅଞ୍ଚଳର ବଇଣ୍ଡାରେ ସ୍ଥାୟୀ ଅବସ୍ଥାନ କରିବା ସହ "ତ୍ରିଧାରା ସାହିତ୍ୟ ସଂସଦ" ଗଠନ କରି ଏହାର ବାର୍ଷିକ ମୁଖପତ୍ର “ତ୍ରିଧାରା” ର ସମ୍ପାଦନା କରି ଓଡିଆ ସାହିତ୍ୟର ସମୃଦ୍ଧି ଦିଗରେ ନିଜକୁ ନିୟୋଜିତ ରଖିଛନ୍ତି ।




ତ୍ରିଲୋଚନ ଦାସ ତ୍ରିଲୋଚନ ଦାସ


ପରିଚୟ :  ତ୍ରିଲୋଚନ ଦାସ, ଜନ୍ମସ୍ଥାନ- ପାଟଳଦା, ଅସ୍ତରଙ୍ଗ, ପୁରୀ । ଅଧୁନା ଶ୍ରୀବିହାର, ଖୋରଧା ଠାରେ ଅବସ୍ଥାପିତ । ବୃତ୍ତିଗତ ଜୀବନରେ ଜଣେ ଶିକ୍ଷକ ଭାବେ କାର୍ଯ୍ୟ ନିର୍ବାହ କରି ଆସୁଥିବା ଶ୍ରୀ ଦାସ ଜଣେ ଉତ୍ତମ ଗୀତିକବି ଓ ଗୀତିକାର ହିସାବରେ ଓଡିଶାରେ ସୁପରିଚିତ । ତାଙ୍କ ରଚିତ ପ୍ରତିଟି କବିତାର ଶବ୍ଦ ସଂଭାର, ଭାବ ବିନ୍ୟାସ ଓ ଗୀତି ଛନ୍ଦ ବେଶ ଆକର୍ଷଣୀୟ ଯାହାକି ତାଙ୍କ ରଚିତ "ସଞ୍ଜ ନଇଁଗଲା ପରେ" କବିତା ସଂକଳନଟିକୁ ପଢିଲେ ଯେ କୌଣସି ପାଠକ ଖୁବ ସହଜରେ ଅନୁମାନ କରିପାରେ ।




ଅନାମ ଚରଣ ସାହୁ ଅନାମ ଚରଣ ସାହୁ


ପରିଚୟ :  ଅନାମ ଚରଣ ସାହୁ, ଜନ୍ମସ୍ଥାନ- ବିଭୁତିପୁର, କାକଟପୁର, ପୁରୀ ।




ସଲିଳ କୁମାର ସ୍ଵାଇଁ ସଲିଳ କୁମାର ସ୍ଵାଇଁ


ପରିଚୟ :  ସଲିଳ କୁମାର ସ୍ଵାଇଁ, ଜନ୍ମସ୍ଥାନ- ମଙ୍ଗଳାଯୋଡି, ଟାଙ୍ଗି, ଖୋରଧା । ବୃତ୍ତିରେ ଶିକ୍ଷକତା ଜୀବନ ବିତାଊଥିବା ଶ୍ରୀ ସ୍ଵାଇଁଙ୍କ ସାହିତ୍ୟ ଅନୁରାଗ କିଛି କମନୁହେଁ । ଗାଁ ର ମୋହ ଏବଂ ସମାଜକୁ ସଚେତନ କରିବାର ନିଆରା ଦୃଷ୍ଟିଭଙ୍ଗୀ ତାଙ୍କ ସାହିତ୍ୟକୃତି ଗୁଡିକରୁ ସ୍ପଷ୍ଟ ବାରି ହୋଇପଡେ ।




ସିଦ୍ଧେଶ୍ଵର ତ୍ରିପାଠୀ ସିଦ୍ଧେଶ୍ଵର ତ୍ରିପାଠୀ


ପରିଚୟ :  ସିଦ୍ଧେଶ୍ଵର ତ୍ରିପାଠୀ, ଜନ୍ମସ୍ଥାନ- କୁଣ୍ଡିଲୋ, କେରଙ୍ଗ, ଖୋରଧା । ଅଷ୍ଟମ ଶ୍ରେଣୀରେ ପାଠପଢୁଥିବା ପିତାଙ୍କ ଭଙ୍ଗା ଟ୍ରଙ୍କରୁ ପାଇଥିବା ଗୀତ ଖାତାରୁ କବି ପିତା ଶ୍ରୀ ହରିହର ତ୍ରିପାଠୀଙ୍କ କବିତା ପଢି କବିତା ଲେଖିବା ପ୍ରତି ବେଶ ଅନୁପ୍ରାଣୀତ ହୋଇଥିଲେ । ଯୁବକବି ସିଦ୍ଧେଶ୍ଵରଙ୍କ କବିତାରେ ତାଙ୍କ ପ୍ରେମିକ ପଣକୁ ଚିହ୍ନିବାରେ କୌଣସି ପାଠକ ପାଇଁ ଅସୁବିଧା ନଥାଏ । ପ୍ରେମ ପ୍ରଣୟର କବି ଭାବେ ଓଡିଶାର ଯୁବକବି ମହଲରେ ସେ ବେଶ ସୁପରିଚିତ । "ପ୍ରଥମ ପାହାଚ" ଓ "ପ୍ରଥମ ଫୁଲ" ନାମରେ ତାଙ୍କର ଦୁଇଗୋଟି କବିତା ସଂକଳନ ପ୍ରକାଶିତ ହୋଇସାରିଛି । ଆକାଶବାଣୀ ଠାରୁ ଆରମ୍ଭ କରି ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ରହି ଓଡିଆ ସାହିତ୍ୟକୁ ଆଦର କରିବାରେ ସେ ଜଣେ ନିଆରା ବ୍ୟକ୍ତିତ୍ଵ । ସର୍ବଦା ସେ କୁହନ୍ତି "ସାହିତ୍ୟ ହିଁ ମୋ ରକ୍ତରେ ପ୍ରବାହିତ" ।




ନରେଶ କୁମାର ବେହେରା ନରେଶ କୁମାର ବେହେରା


ପରିଚୟ :  ନରେଶ କୁମାର ବେହେରା, ବସୁଧା କମ୍ପ୍ୟୁଟର, ଗୋଇଲୁଣ୍ଡି ମେନ୍ ରୋଡ୍, ବ୍ରହ୍ମପୁର, ଗଂଜାମ, ମୋବାଇଲ୍-୭୮୦୯୮୭୨୪୮୩ । ପେଷାରେ ସେ ଜଣେ କମ୍ପ୍ୟୁଟର ଶିକ୍ଷକ ଏବଂ ୱେବସାଇଟ ଡିଜାଇନର ହେବା ସଙ୍ଗେ ସଙ୍ଗେ ସାହିତ୍ୟ କ୍ଷେତ୍ରରେ ତାଙ୍କର ପତିଆରା କିଛି କମ ନୁହେଁ । ବିଭିନ୍ନ ୱେବସାଇଟରେ ଲେଖା ଲେଖି କରିବା ସହିତ ବିଭିନ୍ନ ପତ୍ରପତ୍ରିକାରେ ତାଙ୍କ ଲେଖା ଗୁଡିକ ଦୈନିକ ପୃଷ୍ଠା ମଣ୍ଡନ କରିଥାଏ । ଏହା ବ୍ୟତୀତ ତାଙ୍କ ସମ୍ପାଦନାରେ ଅନେକ ଗୁଡିଏ ପତ୍ରପତ୍ରିକା ନିଜର କାୟା ବିସ୍ତାର କରିପାରିଛନ୍ତି । ଲଙ୍ଗଳେଶ୍ଵରରୁ ପ୍ରକାଶିତ "ନୀଡ" ସାହିତ୍ୟ ପତ୍ରିକାରୁ ଆରମ୍ଭ ହୁଏ ତାଙ୍କ ସାରସ୍ଵତ ଯାତ୍ରା । ୨୦୧୭ ମସିହାରେ ଗଞ୍ଜାମ କବିତାଘର ପକ୍ଷରୁ ତାଙ୍କ ସମ୍ପାଦନାରେ "ବିବାଦୀୟ ନାୟକ" କବିତା ସଂକଳନ, "ଗଳ୍ପ ଓ ଗାଳ୍ପିକ" କ୍ଷୁଦ୍ରଗଳ୍ପ ସଂକଳନ ଏବଂ ୨୦୧୮ ମସିହାରେ ବଣମଲ୍ଲୀର ମହକ ଇ-ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଗଳ୍ପ ଓ ପ୍ରବନ୍ଧ ସଙ୍କଳନ "ସ୍ମୃତି" ଆଦିର ସୂଚାରୁ ସମ୍ପାଦନା କରି ନିଜ ସାହିତ୍ୟିକ ନିପୁଣତାର ପରିଚୟ ପ୍ରଦାନ କରିପାରିଛନ୍ତି । ଏହାଛଡା ଜଣେ ପ୍ରକାଶକ ଭାବରେ ଶ୍ରୀମତୀ ସୁଧାଂଶୁବାଳା ମିଶ୍ରଙ୍କ ଶିଶୁ କବିତା ସଂକଳନ 'ଖଡ଼ୀ ସିଲଟ' ପୁସ୍ତକଟିକୁ ପ୍ରକାଶ କରିପାରିଛନ୍ତି । ଲେଖାଲେଖି ସହିତ ଫଟୋଗ୍ରାଫୀ, ଚିତ୍ରାଙ୍କନ, ଭ୍ରମଣ ଆଦିରେ ତାଙ୍କର ଯଥେଷ୍ଟ ରୁଚି ରହିଛି । ୨୦୦୫ ମସିହାରେ ପ୍ରକାଶିତ ହିନ୍ଦୀ ପ୍ରବନ୍ଧ 'ଅନ୍ଦାଜ୍ ଅପନା ଅପନା' ଉଚ୍ଚ ପ୍ରଶଂସା ଲାଭ କରିପାରିଥିଲା ।




ନାରାୟଣ ଚନ୍ଦ୍ର ସେନାପତି ନାରାୟଣ ଚନ୍ଦ୍ର ସେନାପତି


ପରିଚୟ :  ନାରାୟଣ ଚନ୍ଦ୍ର ସେନାପତି, ପିତା-ଚକ୍ରଧର ସେନାପତି, ମାତା-ସାବିତ୍ରୀ ସେନାପତି, ଜନ୍ମସ୍ଥାନ-ଜମ୍ଭରା, ଆନନ୍ଦପୁର, କେନ୍ଦୁଝର, ଓଡିଶା । ଶିକ୍ଷାଗତ ଯୋଗ୍ୟତା- ଉତ୍କଳ ବିଶ୍ୱବିଦ୍ୟାଳୟରୁ ଭୂତତ୍ୱବିଜ୍ଞାନରେ ସ୍ନାତକୋତ୍ତର, ବୃତ୍ତିଗତ ଯୋଗ୍ୟତା- ସ୍ନାତକ ଶିକ୍ଷାଶାସ୍ତ୍ର । ବୃତ୍ତି- ସରକାରୀ ଶିକ୍ଷକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲା ସ୍ତରୀୟ ଓ ରାଜ୍ୟସ୍ତରୀୟ ଶିକ୍ଷକ ପ୍ରଶିକ୍ଷକ- ଶିକ୍ଷା ବିଜ୍ଞାନ, ଚାଇଲଡ୍ ଫଣ୍ଡ ଇଣ୍ଡିଆ-ଆଶା ଶିଶୁବିକାଶ ପ୍ରକଳ୍ପ ଓ ୟୁ.ଏ.ସି. ର ଶିକ୍ଷକ ପ୍ରଶିକ୍ଷକ, ପୂର୍ବତନ ଶିଶୁ -ବିଦ୍ୟାମନ୍ଦିର ଆଚାର୍ଯ୍ୟ ଓ ଶିକ୍ଷାବିକାଶ ସମିତି ଅଧୀନସ୍ଥ ପ୍ରଶିକ୍ଷକ। ତୃତୀୟ ଶ୍ରେଣୀରୁ ସଙ୍ଗୀତଗାନ, ମଞ୍ଚ ଅଭିନୟ କ୍ରୀଡା ଆଦିରେ ନିଜକୁ ସାମିଲ କରିଥିଲେ । ଏହାଛଡା ଶ୍ରୀ ସେନାପତି ଶିକ୍ଷା,ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ନିଜର କୃତିତ୍ୱ ଯୋଗୁଁ ଶଙ୍କରାଚାର୍ଯ୍ୟ ସମ୍ମାନ, ଆଶା ଶିଶୁ ବିକାଶ ସମ୍ମାନ ଓ ସାରସ୍ୱତ ସାହିତ୍ୟ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ଦେଶାତ୍ମବୋଧକ ସଙ୍ଗୀତ, ଭକ୍ତି ସଙ୍ଗୀତ, ସ୍ୱାଗତ ସଙ୍ଗୀତ ରଚନା ତଥା କଣ୍ଠଦାନ, ନାଟକ ରଚନା, ନିର୍ଦ୍ଦେଶନା ଓ ଅଭିନୟ ଏଯାବତ୍ ତାଙ୍କର ଏକ ସ୍ଵତନ୍ତ୍ର ନିଶା । ତାଙ୍କ ରଚିତ ଅନେକ ଭିନ୍ନ ସ୍ୱାଦର କବିତା, ଗଳ୍ପ ଓ ପ୍ରବନ୍ଧ ଆଦି ଓଡିଶାର ବିଭିନ୍ନ ପତ୍ରପତ୍ରିକାର ପୃଷ୍ଠା ମଣ୍ଡନ କରିଆସୁଅଛି । ଅଦ୍ୟାବଧି ସେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ତେଲକୋଇ ଶାଖାର ଉପ ସଭାପତି ଦାୟିତ୍ୱ ତୁଲାଇ ଆସୁଥିବା ସହ ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଠାନ, ସାହିତ୍ୟ ସଂସଦ, ସାଂସ୍କୃତିକ ତଥା ସ୍ଵେଚ୍ଛାସେବୀ ଅନୁଷ୍ଟାନ ଗୁଡିକର କାର୍ଯ୍ୟଭାର ଗ୍ରହଣ କରି ତାହାର ସୂଚାରୁ ପରିଚାଳନା କ୍ଷେତ୍ରରେ ନିଜ ପାରଦର୍ଶିତାର ପ୍ରମାଣିତ କରିଆସୁଛନ୍ତି ।




ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ପରିଚୟ :  ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ପିତା- ଭଗବାନ ମିଶ୍ର ଦେବଶର୍ମା, ମାତା- ସ୍ଵାଧ୍ଵୀ ସାବିତ୍ରୀ ଦେବୀ, ଜନ୍ମସ୍ଥାନ- ମଙ୍ଗଳାଯୋଡି, ଟାଙ୍ଗି, ଖୋରଧା । ବୃତ୍ତିଗତ ଜୀବନରେ ଶ୍ରୀ ମିଶ୍ର ଓଡିଶା ସରକାରଙ୍କ ଆରକ୍ଷୀ ବାହିନୀରେ କାର୍ଯ୍ୟ ନିର୍ବାହ କରି ଆସିଥିବା ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଅଫିସର ଥିଲେ । ଅଧୁନା ଅବସର ଜୀବନ ବିତେଇବା ସହିତ ସାହିତ୍ୟ କ୍ଷେତ୍ରରେ ନିଜ ସାରସ୍ଵତ ସୃଜନୀର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଶ୍ରୀ ମିଶ୍ର ନିଜର ସ୍ଵର୍ଗତ ପିତାମହ କବି ତଥା ଜ୍ୟୋତିର୍ବିଦ ପଣ୍ଡିତ ମାର୍କଣ୍ଡ ମିଶ୍ର ଦେବଶର୍ମାଙ୍କ ସୃଜନୀର ପଦାଙ୍କ ଅନୁସରଣ ପୂର୍ବକ ୧୯୮୦ ମସିହାରୁ ଆଜି ପର୍ଯ୍ୟନ୍ତ କାବ୍ୟ କବିତା ରଚନା କ୍ଷେତ୍ରରେ ନିଜକୁ ନିୟୋଜିତ ରଖି ଆସିଛନ୍ତି । ଅଦ୍ୟାବଧି ତାଙ୍କ ରଚିତ ପୁସ୍ତକ ଗୁଡିକ ମଧ୍ୟରେ "ନୂଆ ସୂର୍ଯ୍ୟଟିଏ ଦିଅ", "କଳ୍ପନାର କଳ୍ପବଟ", "କୋଟିବିଶ୍ଵ ରୂପକାର" ଆଦି ପୁସ୍ତକ ଗୁଡିକ ଓଡିଆ ସାହିତ୍ୟର କାବ୍ୟ କବିତା ମହଲକୁ ଏକ ଅତୁଳନୀୟ ଦାନ ରୂପେ ସମଗ୍ର ଓଡିଆ ଜନମାନସରେ ବେଶ ସୁପରିଚିତ । ତାଙ୍କ ଅନବଦ୍ୟ ସୃଷ୍ଟି ତଥା ସାରସ୍ଵତ ପ୍ରତିଭା ନିମନ୍ତେ ସେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ବିଭିନ୍ନ ସମୟରେ ସମ୍ମାନିତ ହୋଇ ଆସିଛନ୍ତି । ପ୍ରମୁଖ ସମ୍ମାନ ଗୁଡିକ ମଧ୍ୟରେ, ଭୁବନେଶ୍ୱରରୁ "ସାରସ୍ଵତ ସମାଜ ସମ୍ମାନ", "ସମାଜ ସେବା ପତ୍ରିକା ସାହିତ୍ୟ ସମ୍ମାନ", "ବ୍ୟାସକବି ଫକୀର ମୋହନ ସେନାପତି ସ୍ମୃତି ସାହିତ୍ୟ ସମ୍ମାନ" ଏବଂ ରାଉରକେଲାରୁ "ଇସ୍ପାତ ସାହିତ୍ୟ ସମ୍ମାନ", "ବାସନ୍ତୀ ସାହିତ୍ୟ ସମ୍ମାନ", "ସପ୍ତାରୁଣ ସାହିତ୍ୟ ସମ୍ମାନ" ସହିତ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆହୁରି ଅନେକ ଅନୁଷ୍ଠାନ ଦ୍ଵାରା ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇ ଆସିଛନ୍ତି । ବୃତ୍ତିଗତ ଜୀବନରେ ଜଣେ ସଚ୍ଚୋଟ ପୋଲିସ ଅଧିକାରୀ ହିସାବରେ ନିଜ କାର୍ଯ୍ୟ ନିର୍ବାହ କରି ଅବସର ପରେ ଅଧୁନା ଭୁବନେଶ୍ୱରରେ ଅବସ୍ଥାନ କରନ୍ତି ।


ଏହି ପରିଚୟ ପୃଷ୍ଠାର ନୂତନ ନିର୍ମାଣ କାର୍ଯ୍ୟ 12/11/2018 ରୁ ଆରମ୍ଭ ହୋଇଅଛି । ବଣମଲ୍ଲୀର ମହକ ସହିତ ଯୋଡି ହୋଇ ରହିଥିବା ତିନିଶହ ଲେଖକ ଲେଖିକାଙ୍କ ପରିଚୟ ଗୁଡିକୁ ଏହି ପୃଷ୍ଠାରେ ସ୍ଥାନିତ କରାଯିବ । ଏହି କାର୍ଯ୍ୟ ସମ୍ପର୍ଣ୍ଣ ନିମନ୍ତେ ଏକମାସ ରୁ ଦୂଇମାସ ସମୟ ଧାର୍ଯ୍ୟ ହୋଇଅଛି । ପ୍ରକାଶ ଥାଉକି ଯେଉଁ ଲେଖକ ଲେଖିକା ମାନଙ୍କ ଫଟୋ ଓ ଆବଶ୍ୟକୀୟ ତଥ୍ୟ ଆମ ନିକଟରେ ଉପଲବ୍ଦ୍ଧ ନାହିଁ ସେମାନଙ୍କୁ ଆମେ ଯୋଗାଯୋଗ କରିବୁ । ଏଣୁ ସହଯୋଗ କରିବାକୁ ଅନୁରୋଧ ।