Information

ଇ-ପତ୍ରିକାର ନିୟମାବଳୀ


ବଣମଲ୍ଲୀର-ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଏକ ଯୁଗୋପଯୋଗୀ ପ୍ରୟାସ । ବିଜ୍ଞାନର ଦ୍ରୁତ ପ୍ରଗତିରେ ଆଦର ଅଭ୍ୟର୍ଥନାର ସହ ସାହିତ୍ୟ ଓ ସଂସ୍କୃତିକୁ କିଛି ପାଦ ଆଗେଇ ନେବାରେ ଅଣ୍ଟା ଭିଡିଛି ବଣମଲ୍ଲୀର ମହକ । ଏହା ସ୍ଵତନ୍ତ୍ର ୱେବ ଡୋମିନ www.banamalli.org ମାଧ୍ୟମରେ ଇଣ୍ଟରନେଟ ଦ୍ଵାରା ସମଗ୍ର ବିଶ୍ଵ ନିକଟରେ ଉପଲବ୍ଧ । ବିନା କାଗଜ ପତ୍ରରେ ଓଡିଆ ସାହିତ୍ୟ ଓ ସଂସ୍କୃତିର ବାର୍ତ୍ତା ବହନ କରି ଆସୁଥିବା ଏକ ଇ-ସାହିତ୍ୟ ସଂଗଠନ ରୂପେ ନିଜର କାୟା ବିସ୍ତାର କରିଅଛି । ଭିନ୍ନ ଭିନ୍ନ ଡିଜିଟାଲ ସଂକଳନ (ଇ-ପତ୍ରିକା ଏବଂ ଇ-ବୁକ) ପ୍ରସ୍ତୁତ କରି ଅସଂଖ୍ୟ ବଣମଲ୍ଲୀ ମାନଙ୍କ ସାରସ୍ଵତ ଉତ୍କର୍ଷତାକୁ ଜନମାନସରେ ପ୍ରତିପାଦିତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ ତ୍ରୟମାସିକ ଡିଜିଟାଲ ପତ୍ରିକା ମାଧ୍ୟମରେ ଅସଂଖ୍ୟ କ୍ଷୁଦ୍ରଗଳ୍ପ, କବିତା, ପ୍ରବନ୍ଧ, ଭ୍ରମଣ କାହାଣୀ, ଶିଶୁ ସାହିତ୍ୟ ଓ ବ୍ୟଙ୍ଗ ସାହିତ୍ୟ ଆଦି ଲେଖା ଗୁଡିକୁ ସ୍ଥାନିତ କରି ବେଶ ଜନାଦୃତ ହୋଇ ପାରିଛି ।
  • ସମସ୍ତ ଡିଜିଟାଲ ସଂକଳନ ଗୁଡିକ ବଣମଲ୍ଲୀର ମହକ World Wide Web ଡୋମିନ ମାଧ୍ୟମରେ ଏହାର ଇ-ସଂଗ୍ରହାଳୟରେ ଉପଲବ୍ଧ ହୋଇଥାଏ । ଓଡିଆ ଭାଷା-ସାହିତ୍ୟ କ୍ଷେତ୍ରରେ ଲେଖନୀ ଚାଳନା କରିଆସୁଥିବା ସମସ୍ତ ଲେଖକ ଲେଖିକା ମାନଙ୍କ ସାହିତ୍ୟ କୃତି ଗୁଡିକୁ ଏହାର ତ୍ରୟମାସିକ ଡିଜିଟାଲ ପତ୍ରିକାରେ ସ୍ଥାନିତ କରିବା ନିମନ୍ତେ ନିମ୍ନୋକ୍ତ ନୀତି ନିୟମ ଗୁଡିକୁ ଅନୁସରଣ କରିବାକୁ ପଡିଥାଏ ।
  • ଇଣ୍ଟରନେଟ ମାଧ୍ୟମରେ ପ୍ରତିଦିନ ବିଭିନ୍ନ ଲେଖକ ଲେଖିକା ମାନଙ୍କ ଦ୍ଵାରା ଅନଲାଇନରେ ସମ୍ପାଦିତ ଲେଖା ଗୁଡିକ ବଣମଲ୍ଲୀର ମହକ ୱେବ-ପୋର୍ଟାଲରେ ସମ୍ପାଦିତ କରିବାର ସାତଦିନ ମଧ୍ୟରେ ପ୍ରକାଶିତ ହୋଇଥାଏ । ଯେ କୌଣସି ଲେଖକ ଲେଖିକା ଯେ କୌଣସି ମୂହୁର୍ତ୍ତରେ ପୃଥିବୀର ଯେକୌଣସି ସ୍ଥାନରେ ଥାଇ ନିଜ ମୋବାଇଲ ଫୋନ, ଟାବଲେଟ, ଲାପଟପ ଓ ଡେସ୍କଟପ ମାଧ୍ୟମରେ ୱେବସାଇଟରେ ଉପଲବ୍ଧ ଥିବା WRITE ବୋତାମକୁ କ୍ଲିକ କରି ଉପଲବ୍ଧ ୱେବଫର୍ମ ମାଧ୍ୟମରେ ଲେଖା ପୋଷ୍ଟ କରିପାରିବେ (ଏହି ୱେବଫର୍ମରେ ସିଧାସଳଖ ଟାଇପ କରି ଲେଖିପାରିବେ ଅଥବା ପୂର୍ବରୁ ଟାଇପ ହୋଇଥିବା ଲେଖାକୁ ମଧ୍ୟ କପି ପେଷ୍ଟ କରି ପାରନ୍ତି) । ଅନଲାଇନରେ ଲେଖା ପଠାଇବା ନିମନ୍ତେ ଯଦି କୌଣସି ଅସୁବିଧାର ସମ୍ମୁଖୀନ ହେଉଥାନ୍ତି, ତେବେ ଆମ ଇ-ମେଲ ଠିକଣା - content@banamalli.org କିମ୍ବା emagazine@banamalli.org ମାଧ୍ୟମରେ ମଧ୍ୟ ନିଜର ଲେଖା ଯେକୌଣସି ସମୟରେ ପଠାଇ ପାରିବେ ।
  • ୱେବସାଇଟ ମାଧ୍ୟମରେ ପ୍ରତିଦିନ ପ୍ରକାଶିତ ହେଉଥିବା ଲେଖା ଗୁଡିକ ମଧ୍ୟରୁ ବଣମଲ୍ଲୀର ମହକ ଚୟନ-ମଣ୍ଡଳୀଙ୍କ ଦ୍ଵାରା ନିର୍ବାଚିତ ବିଷୟ ଗୁଡିକୁ "ବଣମଲ୍ଲୀର ମହକ ଇ-ପତ୍ରିକା” କେବଳ ଡିଜିଟାଲ ସଂକଳନ ଆକାରରେ ବାର୍ଷିକ ଚାରିଗୋଟି ସଂସ୍କରଣ ପ୍ରକାଶିତ କରାଯାଇଥାଏ, ଯଥା – ଜାନୁଆରୀ, ଏପ୍ରିଲ, ଜୁଲାଇ ଏବଂ ଅକ୍ଟୋବର ମାସର ୧୦ ତାରିଖ ସୁଧା ଏହି ତ୍ରୟମାସିକ ଇ-ସଂସ୍କରଣ ଗୁଡିକ ପ୍ରକାଶିତ ହୋଇଥାଏ । ଏହାସହିତ ବଣମଲ୍ଲୀର ମହକର ସହଯୋଗୀ ଅନୁଷ୍ଠାନ କବିର-ଘର ତରଫରୁ "କବିର-ଘର ତ୍ରୟମାସିକ କବିତା ସଂକଳନ" ମଧ୍ୟ ପ୍ରସ୍ତୁତ କରାଯାଇଥାଏ । "ବଣମଲ୍ଲୀର-ମହକ" ରେ ଏକାଧିକ ବିଭାଗ ରହିଥାଏ । ତେଣୁ କୌଣସି ବିଭାଗରେ ଜଣେ ଲେଖକ କିମ୍ବା ଲେଖିକାଙ୍କର ଏକାଧିକ ଲେଖା ପ୍ରକାଶିତ କରିବାର ନିୟମ ନାହିଁ । ପ୍ରତ୍ୟେକ ବିଭାଗ ନିମନ୍ତେ ଗୋଟିଏ ଲେଖାଏଁ ଲେଖା ବଛା ଯାଇଥାଏ ଏବଂ ଏକାଧିକ ନିର୍ବାଚିତ ଲେଖା ଗୁଡିକୁ କ୍ରମାନ୍ଵୟରେ ପରବର୍ତ୍ତୀ ସଂଖ୍ୟା ଗୁଡିକରେ ପ୍ରକାଶିତ କରାଯାଏ । କିନ୍ତୁ ୱେବ-ପୋର୍ଟାଲରେ ସବୁ ଲେଖା ଗୁଡିକୁ ପୋଷ୍ଟ କରିବାର ସାତଦିନ ମଧ୍ୟରେ ଦୃଶ୍ୟ ହୋଇଥାଏ ।
  • ପୂର୍ବ ପ୍ରକାଶିତ କୌଣସି ପତ୍ର-ପତ୍ରିକାରେ ସ୍ଥାନିତ ହୋଇଥିବା ଲେଖା ଗୁଡିକ ଯଦି କୌଣସି ଲେଖକ ଲେଖିକା ଏହି ଇ-ପତ୍ରିକା ଗୁଡିକରେ ପୁନଃ ପ୍ରକାଶନ ନିମନ୍ତେ ପଠାଉଥାନ୍ତି, ତେବେ ପୂର୍ବ ପ୍ରକାଶିତ ପତ୍ର-ପତ୍ରିକାର ବିବରଣୀ ପ୍ରଦାନ କରନ୍ତୁ, ଯାହାର ସବିଶେଷ ସୂଚନା ସଂପୃକ୍ତ ଲେଖାଟି ସହିତ ପ୍ରଦାନ କରାଯାଇଥାଏ । ପ୍ରକାଶ ଥାଉକି, କୌଣସି ପତ୍ର ପତ୍ରିକାରେ ଆଗରୁ ପ୍ରକାଶିତ ହୋଇ ନଥିବା ଲେଖା ଗୁଡିକୁ ଆମେ ଅଧିକ ପ୍ରାଧାନ୍ୟ ଦେଇଥାଉ ।
  • ଆମ ନିକଟରେ ବଣମଲ୍ଲୀର ମହକ ୱେବ-ପୋର୍ଟାଲ ମାଧ୍ୟମରେ ଅନଲାଇନରେ ପହଞ୍ଚୁଥିବା ଲେଖା ଗୁଡିକୁ ୱେବସାଇଟରେ ପ୍ରକାଶିତ କରିବା ସହଜସାଧ୍ୟ ହୋଇଥାଏ । ଇମେଲ ମାଧ୍ୟମରେ ଯଦି ଲେଖା ପଠାଉଥାନ୍ତି ତେବେ ଏହା ପ୍ରକାଶିତ ହେବା ନିମନ୍ତେ ସାତଦିନରୁ ଅଧିକ ସମୟ ଲାଗିଥାଏ । କୌଣସି ଲେଖାର ଫଟୋକପି, ଇମେଜ କିମ୍ବା ପଡିଏଫ ଫର୍ମାଟ ଗ୍ରହଣୀୟ ନୁହେଁ । ଯେ କୌଣସି ଓଡିଆ ଲିପି ସଫ୍ଟୱେର ଦ୍ଵାରା ଲିଖିତ ଲେଖାଗୁଡିକ ସର୍ବଦା ଗ୍ରହଣୀୟ ।
  • ପ୍ରକାଶ ଥାଉକି, ସର୍ବଦା ଶୁଦ୍ଧ ଓ ସଠିକ ବନାନ ପ୍ରତି ଦୃଷ୍ଟିଦେବା ପ୍ରତ୍ୟେକ ଲେଖକ ଲେଖିକାଙ୍କ କର୍ତ୍ତବ୍ୟ । ଆମ ନିକଟରେ ପ୍ରତିଦିନ ମାତ୍ରାଧିକ ଲେଖା ଅନଲାଇନ ମାଧ୍ୟମରେ ପହଞ୍ଚୁଥିବାରୁ ଏହାର ବନାନଗତ ଅଶୁଦ୍ଧିକୁ ସୁଧାରିବା ଆମ ପାଇଁ ବେଳକୁ ବେଳ ଅସମ୍ଭବ ହୋଇପଡୁଛି । ସର୍ବଦା ଏହି ଦିଗପ୍ରତି ଲେଖକ ଲେଖିକା ମାନେ ସଚେତନ ହେବା ନିମନ୍ତେ ଅନୁରୋଧ । କୌଣସି ଲେଖାର ବନାନଗତ ତୃଟି ନିମନ୍ତେ ବଣମଲ୍ଲୀର ମହକ ଦାୟୀ ହୋଇନଥାଏ ।
  • ଆପଣଙ୍କ ଅବଗତି ନିମନ୍ତେ ଜଣାଉଆଛୁକି,  ଏହା ସଂପୂର୍ଣ୍ଣ ନିଃଶୁଳ୍କ କାର୍ଯ୍ୟକ୍ରମ ଅଟେ, ଏଥିପାଇଁ ଲେଖକ ଲେଖକ। ମାନଙ୍କୁ କୌଣସି ଆର୍ଥିକ ମୂଲ୍ୟ ପ୍ରଦାନ କରାଯାଏ ନାହିଁ କି ଗ୍ରହଣ କରାଯାଏ ନାହିଁ । ଏହାଛଡା, ଯଦି କୌଣସି ଲେଖାରେ କିଛି ଆଇନିଗତ ସମସ୍ୟା ସୃଷ୍ଟି ହୁଏ, ସେଥିପାଇଁ ସମ୍ପୃକ୍ତ ଲେଖକ ଲେଖିକା ହିଁ ଦାୟୀ ରହିବେ । ଆମର କୌଣସି କର୍ତ୍ତୁପକ୍ଷ କିମ୍ବା ସଂଗଠନ ଏଥି ନିମନ୍ତେ ଦାୟୀ ନୁହଁନ୍ତି । କୌଣସି ଲେଖା ପ୍ରକାଶ କରିବା ଓ ନକରିବା ହେଉଛି ବଣମଲ୍ଲୀର ମହକର ସମ୍ପାଦନା ମଣ୍ଡଳୀଙ୍କ ଇଚ୍ଛାଧୀନ କାରବାର ।



BANAMALLIRA MAHAK has been verified in terms of the provision to Section 6 of the PRB ACT 1867. The RNI code ODIODI07894 in favour of BANAMALLIRA MAHAK has been issued by Ministry of Information Science and Broadcasting (Government of India) The publication through BANAMALLIRA MAHAK should primarily contain news/views/articles etc. in Odia language.