
କବିର ଘର ବିଷୟରେ ଦୁଇପଦ..
କବିର ଘର ନୂଆ ରଙ୍ଗରେ.. ନୂଆ ରୂପରେ.. । ଓଡିଆ ସାହିତ୍ୟ କ୍ଷେତ୍ରରେ ଏକ ପ୍ରମୁଖ ସାରସ୍ଵତ ମଞ୍ଚ ଭାବରେ ଏହି କବିର ଘର ମୁଣ୍ଡ ଟେକିଛି । କବିଙ୍କ କବିତା, ସ୍ଵରଚିତ କବିତାପାଠ, ଏବଂ ଆଜିର ଅତିଥିରେ ନିପୁଣ କବି ଓ ସାହିତ୍ୟିକ ମାନଙ୍କ ସହ ଅନ୍ତରଙ୍ଗ ଆଳାପ ଆଲୋଚନା ହେଉଛି ଏହି ଇ-ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟକ୍ରମ । ସୋସିଆଲ ମିଡିଆରେ ଓଡିଆ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ଏହି ସଂଗଠନ ନିଜକୁ ନିୟୋଜିତ ରଖି ଆସୁଅଛି । ଓଡିଆ କବି ମାନଙ୍କର ସୃଜନାତ୍ମକ ଅଭିବୃଦ୍ଧି ନିମନ୍ତେ ନିଆରା ଢଙ୍ଗରେ ନିୟମିତ କବିତା ଉପସ୍ଥାପନ "ଛବି ଦେଖନ୍ତୁ କବିତା ଲେଖନ୍ତୁ" ହେଉଛି ଏକ ବିଶେଷ ଆକର୍ଷଣ ।
ଓଡିଆ ସାହିତ୍ୟକୁ ପ୍ରଗତି ପଥରେ ଆଗେଇ ନେବା ନିମନ୍ତେ ନିରନ୍ତର ସାରସ୍ଵତ ଯାତ୍ରାରେ ନିଜକୁ ନିଯୋଜିତ ରଖିଥିବା ବଣମଲ୍ଲୀର ମହକ ଏବଂ କବିର ଘରର ମିଳିତ ପ୍ରୟାସ, ଯାହାକି ଓଡିଆ ସାହିତ୍ୟକୁ ଋଦ୍ଧିମନ୍ତ କରିବା ଦିଗରେ ତଥା ନୂତନ ପିଢିର ଲେଖକ ଲେଖିକା ମାନଙ୍କ ନିମନ୍ତେ ଲେଖିବାର ସୁଯୋଗ ସୃଷ୍ଟି କରିବା ଦିଗରେ ପଥ ପ୍ରଶସ୍ତ କରି ପାରୁଛି ଏଥିରେ ଦ୍ଵିମତ ନାହିଁ । ଇଣ୍ଟରନେଟ ମାଧ୍ୟମରେ ଓଡିଆ ସାହିତ୍ୟର ସ୍ଵତନ୍ତ୍ରତାକୁ ଅକ୍ଷୁର୍ଣ୍ଣ ରଖିବା, ତଥା ଏହାର ଉତ୍କର୍ଷତାକୁ ବିଶ୍ଵ ଦରବାର ପର୍ଯ୍ୟନ୍ତ ବାଟ କଢେଇ ନେବାର ଲକ୍ଷ୍ୟ ନେଇ ଆଜି ବଣମଲ୍ଲୀର ମହକ ଓ କବିର ଘର ଜାରି ରଖିଛନ୍ତି ଏହି ଅଭିନବ ସଂସ୍କୃତି ଓ ସାରସ୍ଵତ ଯାତ୍ରା ।
ସାହିତ୍ୟ ହେଉଛି ସମାଜର ଦର୍ପଣ କାରଣ ସମାଜର ହିତ ସାଧନ ସାହିତ୍ୟ ମାଧ୍ୟମରେ ଘଟିଥାଏ । ସମାଜର ଭଲ-ମନ୍ଦ, ହାନି-ଲାଭ, ସୁଖ-ଦୁଃଖ, ସୁରୁଚି-କୁରୁଚି ଏବଂ ଆଚାର-ବ୍ୟବହାର ଇତ୍ୟାଦି ସାହିତ୍ୟ ମାଧ୍ୟମରେ ପ୍ରତିଫଳିତ ହୋଇଥାଏ । ସମାଜ ଓ ବ୍ୟକ୍ତି ନିମନ୍ତେ ସଚେତନତାର ବାର୍ତ୍ତା ସାହିତ୍ୟ ହିଁ ଯୋଗାଇ ଦେଇଥାଏ । ତେଣୁ ସୁସ୍ଥ ସାହିତ୍ୟ ସୃଷ୍ଟି ଓ ସୁ-ସମାଜ ଗଠନ ଆମର ଲକ୍ଷ୍ୟ ହେଉ । ବନ୍ଦେ ଉତ୍କଳ ଜନନୀ ।
- ସ୍ଵତନ୍ତ୍ର ପ୍ରୟାସ ଆଜିର ଅତିଥି ମାଧ୍ୟମରେ ବିଭିନ୍ନ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବାର ଉଦ୍ୟମ
- ବଣମଲ୍ଲୀ ରେଡିଓ ମାଧ୍ୟମରେ ବିଭିନ୍ନ କବି-କବୟିତ୍ରୀ ମାନଙ୍କ ସ୍ଵରଚିତ କବିତାପାଠ
- ହ୍ଵାଟସଆପ କବିତା ସଙ୍କଳନ ଏବଂ ନିୟମିତ କବିତା ପ୍ରତିଯୋଗିତା "ଛବି ଦେଖନ୍ତୁ କବିତା ଲେଖନ୍ତୁ"
Founder & Editor
Mr. Sidheswar Tripathy
Advisers
Mr. Harihar Tripathy
Mr. Laxminarayan Pattanaik
Mr. Nishikant Kahalasingh
Mr. Jameswar Kahalasingh
Mr. Trilochan Das
Mr. Satyanarayan Sahoo
Mr. Salila Kumar Swain
Mr. Salila Kumar Swain
