Frequently Ask Questions

Frequently Ask Questions



ବଣମଲ୍ଲୀର ମହକକୁ ନେଇ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଉଠିଥାଏ, ତେବେ କିଛି ମୁଖ୍ୟ ପ୍ରଶ୍ନ ଗୁଡିକର ଉତ୍ତର ଆମେ ରଖିଅଛୁ । ଆଶା ଏହି ଉତ୍ତର ଗୁଡିକ ନିଶ୍ଚୟ ସହାୟକ ହେବ ।


ପ୍ରଶ୍ନ - ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କଣ ?

ଉତ୍ତର - ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତି ଜଗତରେ ଏକ ସୁଦୂରପ୍ରସାରୀ ପରିକଳ୍ପନା । ସମଗ୍ର ବିଶ୍ଵସ୍ତରରେ ଏହା କେବଳ ଓଡିଆ ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ପ୍ରଚାର ପ୍ରସାର କରିଥାଏ । ବଣମଲ୍ଲୀ ସଦୃଶ ଲେଖକ ଲେଖିକା ମାନଙ୍କୁ ଲୋକଲୋଚନକୁ ଆଣିବା ସହିତ ସଂଗଠିତ କରିବା ନିମନ୍ତେ ସର୍ବଦା ପ୍ରୟାସ ଜାରି ରଖିଥାଏ । ଏହାଛଡା ଇ-ପତ୍ରିକା (Digital Magazine) ସଂକଳନ ପ୍ରସ୍ତୁତ କରିଥାଏ । କେବଳ ଓଡିଆ ସାହିତ୍ୟ ଓ ସଂସ୍କୃତିର ବାର୍ତ୍ତା ହିଁ ବହନ କରି, ବିଜ୍ଞାନର ଦ୍ରୁତ ପ୍ରଗତି ସହିତ ତାଳଦେଇ ଆମ ସାହିତ୍ୟ ଓ ସଂସ୍କୃତିକୁ ଆଦର ଅଭ୍ୟର୍ଥନାର ସହ ବିଶ୍ଵବ୍ୟାପୀ ପ୍ରଚାର ପ୍ରସାର କରେଇବା ସହିତ ନୂତନ ପିଢିର ଲେଖକ ଲେଖିକା ମାନଙ୍କ ନିମନ୍ତେ ଲେଖିବା ଓ ପଢିବାର ସୁଯୋଗ ସୃଷ୍ଟି କରିବା ଏବଂ ସମସ୍ତ ଓଡିଆ ପାଠକ ପାଠିକା ମାନଙ୍କୁ ଉତ୍କଳୀୟ ସ୍ଵାଭିମାନରେ ବାନ୍ଧି ରଖିବା ଏହାର ମୂଳଲକ୍ଷ୍ୟ । ମୋଟାମୋଟି କହିବାକୁ ଗଲେ, "ଓଡିଆ ସାହିତ୍ୟ ଓ ସଂସ୍କୃତିର ବିଶ୍ଵବ୍ୟାପୀ ପ୍ରସାର ନିମନ୍ତେ ଯାନ୍ତ୍ରିକ ବିକାଶ କ୍ଷେତ୍ରରେ ଏହା ହେଉଛି କାଗଜପତ୍ର ବିହୀନ ନିଆରା ପ୍ରୟାସ" (It is a paperless concept to promote our literature and culture worldwide, An e-library of Odia Literature and showcase of Odia Culture..)


ପ୍ରଶ୍ନ - ବଣମଲ୍ଲୀର ମହକ ଇ-ପତ୍ରିକାର ମୁଦ୍ରିତ ସଂକଳନ ଅଛିକି ?

ଉତ୍ତର - ବର୍ତ୍ତମାନ ସୁଧା ଏହାର କୌଣସି ମୁଦ୍ରିତ ସଂକଳନ ପ୍ରକାଶିତ ହୋଇନାହିଁ । ପିଡିଏଫ ଆକାରରେ ଏହି ପତ୍ରିକାଟି ପ୍ରତି ତିନିମାସ ଅନ୍ତରରେ ଥରେ ଏହି ୱେବସାଇଟର ସଂଗ୍ରହାଳୟରେ ଉପଲବ୍ଧ ହୋଇଥାଏ । କୌଣସି ପାଠକ ପାଠିକା ଇଚ୍ଛାକଲେ ଏହାର ମୁଦ୍ରଣ କପି ନିଜେ ନିଃଶୁଳ୍କ ଡାଉନଲୋଡ କରି ନେଇପାରିବେ ।


ପ୍ରଶ୍ନ - ଡିଜିଟାଲ ପତ୍ରିକାକୁ ବାଦ ଦେଲେ ବଣମଲ୍ଲୀର ମହକ କେଉଁ କେଉଁ ପ୍ରୟାସରେ ନିଜକୁ ସାମିଲ ରଖିଥାଏ ?

ଉତ୍ତର - ଉତ୍ତର - ବଣମଲ୍ଲୀର-ମହକ ତ୍ରୟମାସିକ ଇ-ପତ୍ରିକା (ଡିଜିଟାଲ ସଂକଳନ) ପିଡିଏଫ ଆକାରରେ ପ୍ରସ୍ତୁତ କରିବା ସହିତ ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଗୁଡିକର ଉପସ୍ଥାପନା କରିଥାଏ । ଲେଖକ ଲେଖିକା ମାନଙ୍କ ନିମନ୍ତେ ଏହାର ୱେବସାଇଟରେ ସିଧାସଳଖ ନିଜ ଲେଖା ନିଜେ ସମ୍ପାଦିତ କରୁଥିବା ଲେଖା ଗୁଡିକର ଇ-ପ୍ରସାରଣ ବ୍ୟବସ୍ଥା କରିଥାଏ । ବିଭିନ୍ନ ସମୟରେ ସାହିତ୍ୟ ଭିତ୍ତିକ ପ୍ରତିଯୋଗୀତାର ଆୟୋଜନ କରି ଲେଖକ ଲେଖିକା ମାନଙ୍କ ସୃଜନାତ୍ମକ ବିକାଶ ଦିଗରେ ସହାୟକ ହୋଇଥାଏ । ଆଗ୍ରହୀ ଲେଖକ ଲେଖିକା ମାନଙ୍କ ନିମନ୍ତେ ଇ-ବୁକ (ଡିଜିଟାଲ ପୁସ୍ତକ) ପ୍ରସ୍ତୁତ କରି ତାହାର ୱେବ ପ୍ରକାଶନ କରିବା ସହ ସେଗୁଡିକୁ ନିଜର ଇ-ସଂଗ୍ରହାଳୟରେ ସାଇତି ରଖିଥାଏ ।  


ପ୍ରଶ୍ନ - ଏହାର ଦୈନିକ ଇ-ପ୍ରକାଶନରେ କିଭଳି ଲେଖା ପୋଷ୍ଟ କରିହେବ ?

ଉତ୍ତର - ବଣମଲ୍ଲୀର-ମହକ ଦୈନିକ ଇ-ପ୍ରକାଶନରେ ପ୍ରତ୍ୟେକ ଦିନ ପ୍ରତି ମୂହୁର୍ତ୍ତରେ (୨୪ X ୭) ଲେଖା ପ୍ରକାଶିତ ହୋଇଥାଏ । ଏହାର ୱେବପୋର୍ଟାଲ ମାଧ୍ୟମରେ ନିଜର ଲେଖା ଗୁଡିକୁ ସମ୍ପାଦିତ କରିବା ବହୁତ ସହଜ ଓ ସରଳ । ଏଥିପାଇଁ କୌଣସି ପଞ୍ଜୀକରଣର ଆବଶ୍ୟକତା ପଡିନଥାଏ । ଯେକୌଣସି ଲେଖକ ଲେଖିକା ନିଜର ଲେଖା ଯୋଡିବା ପାଇଁ ଏହାର ୱେବସାଇଟରେ ଉପଲବ୍ଧ ଥିବା WRITE କିମ୍ବା ADD CONTENTS ବୋତାମକୁ ଦବାଇ ଯେକୌଣସି ସମୟରେ ବିନା ମୂଲ୍ୟରେ ଲେଖା ଯୋଡି ପାରିବେ । ଏହାକୁ ବଣମଲ୍ଲୀର ମହକ ସ୍ଵ-ସମ୍ପାଦିତ ପଦ୍ଧତ୍ତି କୁହାଯାଏ ।


ପ୍ରଶ୍ନ - ଏହାର ତ୍ରୟମାସିକ ପ୍ରକାଶନକୁ କିଭଳି ଲେଖା ପଠାଇହେବ ?

ଉତ୍ତର - ବଣମଲ୍ଲୀର-ମହକ ତ୍ରୟମାସିକ ପ୍ରକାଶନ ପିଡିଏଫ ଆକାରରେ ପ୍ରତି ତିନିମାସରେ ଠାରେ ପ୍ରକାଶିତ ହୋଇଥାଏ । ଇ-ମେଲ ମାଧ୍ୟମରେ ଏଥି ନିମନ୍ତେ ଲେଖା ଗ୍ରହଣ କରାଯାଏ । ଏହି ଡିଜିଟାଲ ପତ୍ରିକା ଗୁଡିକ ଜାନୁଆରୀ, ଏପ୍ରିଲ, ଜୁଲାଇ ଓ ଅକ୍ଟୋବର ମାସ ୧୦ ତାରିଖ ସୁଦ୍ଧା ପ୍ରକାଶିତ ହୋଇଥାଏ । ଏହି ନିର୍ଦ୍ଧାରିତ ପ୍ରକାଶନ ତାରିଖ ଗୁଡିକର ଏକମାସ ପୂର୍ବରୁ ଏହାର ୱେବସାଇଟ ମାଧ୍ୟମରେ ତ୍ରୟମାସିକ ଡିଜିଟାଲ ପତ୍ରିକା ନିମନ୍ତେ ଏହାର ଇ-ମେଲ ଠିକଣା - emagazine@banamalli.org ମାଧ୍ୟମରେ ଲେଖା ଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଏ ଏବଂ ବିଜ୍ଞପ୍ତି ଅନୁଯାୟୀ ନିର୍ଦ୍ଧାରିତ ତାରିଖ ସୁଦ୍ଧା ଲେଖକ ଲେଖିକା ମାନଙ୍କ ଠାରୁ ଲେଖା ଗ୍ରହଣ କରାଯାଇ ସମ୍ପାଦନାମଣ୍ଡଳୀଙ୍କ ଚୟନକ୍ରମେ ଲେଖାଗୁଡ଼ିକୁ ତ୍ରୟମାସିକ ପତ୍ରିକାରେ ସ୍ଥାନିତ କରାଯାଇଥାଏ ।


ପ୍ରଶ୍ନ - ଏହାକୁ କିଭଳି ଦେଖି ପାରିବୁ ଓ ପଢି ପାରିବୁ ଓ ଏଥିପାଇଁ ଦେୟ କଣ ଦେବାକୁ ପଡିଥାଏ ?

ଉତ୍ତର - ଆପଣଙ୍କ ହାତମୁଠାରେ ଏହାକୁ ସର୍ବଦା ଦେଖିପାରିବେ । ଇଣ୍ଟରନେଟ ସଂଯୋଗ ଥିବା ମୋବାଇଲ ଫୋନ, ଟାବଲେଟ, ଲାପଟପ ଓ ଡେସ୍କଟପ ମାଧ୍ୟମରେ ଏହାକୁ ସର୍ବଦା ପଢିପାରିବେ ଏବଂ ଏହାର ସମସ୍ତ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରିବେ । ଏହାର ୱାର୍ଲ୍ଡ ୱାଇଡ ୱେବ ଡୋମିନ www.banamalli.org କୁ ଆପଣଙ୍କ ଡିଭାଇସ ବ୍ରାଉଜରରେ ଟାଇପ କରି ପରିଦର୍ଶନ କରିପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଦେୟ ବା ଶୁଳ୍କ ପ୍ରଦାନ କରିବାକୁ ପଡି ନଥାଏ । ବଣମଲ୍ଲୀର ମହକ ଦ୍ଵାରା ପରିଚାଳିତ ଏହି ସମସ୍ତ ପ୍ରୟାସ ସଂପୂର୍ଣ୍ଣ ନିଃଶୁଳ୍କ ଅଟେ ।