Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସୃଜନୀର ପଥେ ପଥେ


ସୁ-ସାହିତ୍ୟ ସୃଷ୍ଟି ଆମ ଲକ୍ଷ୍ୟ ହେଉ କାରଣ ସାହିତ୍ୟ ହିଁ ସମାଜକୁ ଉଚିତ ମାର୍ଗଦର୍ଶନ କରିଥାଏ, ଯାହାଦ୍ଵାରା ସମାଜର ସର୍ବଦା ହିତ ସାଧନ ହୋଇଥାଏ । ସାହିତ୍ୟର ଅଧୋପତ୍ତନ ସମାଜକୁ ପଥଭ୍ରଷ୍ଟ କରିଥାଏ । ଯେଉଁ ସମାଜର ସାହିତ୍ୟ ଯେତିକି ଉତ୍କୃଷ୍ଟ ସେହି ସମାଜ, ଦେଶ ତଥା ରାଷ୍ଟ୍ର ସେତିକି ଉନ୍ନତ୍ତ । ଓଡିଆ ସାହିତ୍ୟର ସମୃଦ୍ଧି ଓ ବିକାଶ କ୍ଷେତ୍ରରେ ନିଜକୁ ସଦା ନିୟୋଜିତ ରଖି ସମଗ୍ର ଓଡିଆର ହୃଦୟରେ ଆଜି ପରିଚିତ ହୋଇପାରିଛି ବଣମଲ୍ଲୀର ମହକ । ଅସଂଖ୍ୟ ଅଲୋଡା ବଣମଲ୍ଲୀ ମାନଙ୍କୁ ଅକୁଣ୍ଠିତ ହୃଦୟରେ ସାଉଣ୍ଟି ଆଣିଛି ତା' ପଣତରେ । ସର୍ବ ସମ୍ମୁଖରେ ସେଇ ଅଲୋଡା ବଣମଲ୍ଲୀ ମାନଙ୍କର ମହକକୁ ବିଞ୍ଚି ଚାଲିଛି । ଖୋଜି ଚାଲିଛି ସୁ-ସାହିତ୍ୟିକ ତଥା ସୃଜନଶୀଳତାର ଅଭିବୃଦ୍ଧି ନିମନ୍ତେ ନିୟମିତ ସୂତ୍ରରେ ଆୟୋଜନ କରି ଚାଲିଛି ସାହିତ୍ୟ ଭିତ୍ତିକ ବିଭିନ୍ନ ପ୍ରତିଯୋଗୀତା । ପ୍ରାଥମିକ ସ୍ତରରେ ଆରମ୍ଭ କରାଯାଇଛି ତିନିଗୋଟି ଇ-ପ୍ରତିଯୋଗୀତା "ବଣମଲ୍ଲୀର ମହକ କବିତା ପ୍ରତିଯୋଗୀତା" "ବଣମଲ୍ଲୀର ମହକ କ୍ଷୁଦ୍ରଗଳ୍ପ ପ୍ରତିଯୋଗୀତା" ଏବଂ କବିରଘର ଇ-ସାହିତ୍ୟ ସଂଗଠନ ଆନୁକୁଲ୍ୟରେ ହ୍ଵାଟସଆପ କବିତା ପ୍ରତିଯୋଗୀତା "ଛବି ଦେଖନ୍ତୁ କବିତା ଲେଖନ୍ତୁ" । ଏହାଛଡା ଅନେକ ସମୟରେ ବିଭିନ୍ନ ଆଗ୍ରହୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଆଗ୍ରହ ଓ ସହଯୋଗରେ ମଧ୍ୟ ମିଳିତ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥାଏ । ଓଡିଆ ସାହିତ୍ୟ ଓ ସଂସ୍କୃତିର ମହକକୁ ପ୍ରତିପାଦନ କରିବା, ସାହିତ୍ୟର ସମୃଦ୍ଧି ଓ ବିକାଶ ତଥା ସାହିତ୍ୟ ସୃଜନୀର ଅଭିବୃଦ୍ଧି ନିମନ୍ତେ ଏହି କ୍ଷେତ୍ରରେ ଜଡିତ ଥିବା ନିଆରା ମଣିଷ ମାନଙ୍କୁ ଖୋଜି ବାହାର କରିବା ସହିତ ସେମାନଙ୍କୁ ପ୍ରେରଣା ଯୋଗାଇଦେବା ହେଉଛି ଏହି ପ୍ରୟାସର ମୂଳଲକ୍ଷ୍ୟ । ଚାଲୁ ରହିଥିବା ପ୍ରତିଯୋଗୀତା ଗୁଡିକରେ ଅଂଶଗ୍ରହଣ କରିବା ପାଇଁ ନିମ୍ନ ପ୍ରଦତ୍ତ ପ୍ରତିଯୋଗୀତା ବ୍ୟାନର ଉପରେ କ୍ଲିକ କରନ୍ତୁ ଏବଂ ଚାଲୁ ରହିଥିବା ପ୍ରତିଯୋଗୀତା ଗୁଡିକରେ ନିଜକୁ ସାମିଲ କରନ୍ତୁ । ବନ୍ଦେ ଉତ୍କଳ ଜନନୀ...

ONGOING COMPETITION HELD BY KABIRA GHARA