କରିବା ତାଙ୍କୁ ଆଦର - ପ୍ରଦ୍ୟୁତ କୁମାର ମହାଖୁଡ଼

0

ଉଦିତ ସୂର୍ଯ୍ୟ ଯେ ଅସ୍ତମିତ ହେବ
ଏ ପ୍ରାକୃତିକ ବ୍ୟବସ୍ଥା
ମନୁଷ୍ୟ ଜୀବନେ ସାୟାହ୍ନ ସମୟେ
ଆସେ ଚତୁର୍ଥ ଅବସ୍ଥା ।।
ଶୈଶବ କୈଶୋର ଯୌବନ ସରିଲେ
ବାର୍ଦ୍ଧକ୍ୟରେ ଉପନୀତ
ଚିନ୍ତନ କରିବା ବରିଷ୍ଠ ହୋଇବେ
ସମାଜରେ ସୁରକ୍ଷିତ ।।
ତାଙ୍କ ଅଭିଜ୍ଞତା ଦିଏ ମହାନତା
ଅଶେଷ ମଙ୍ଗଳକାରୀ
ନ କରିଣ ହେଳା ଯତ୍ନ ନେବା ସିଏ
ନୁହଁନ୍ତି ଅଦରକାରୀ ।।
କାନ୍ଧେ ଭାର କରି ଧରି ପିତା ମାତା
ଶ୍ରବଣ ତୀର୍ଥ ଭ୍ରମଣ
ପିତୃ ସତ୍ୟ ପାଳି ପ୍ରଭୁ ରାମଚନ୍ଦ୍ର
ବନେ କରିଲେ ଗମନ ।।
ଅନୁଭବି ଠାରୁ ଶିକ୍ଷା ଲଭି ଆମେ
ଜ୍ଞାନ ହୋଇବ ସୁନ୍ଦର 
ବରିଷ୍ଠ ନାଗରିକଙ୍କ ଯତ୍ନ ନେବା
କରିବା ତାଙ୍କୁ ଆଦର ।।

ବିଜ୍ଞାନ ଶିକ୍ଷକ, ପଞ୍ଚାୟତ ଉଚ୍ଚବିଦ୍ୟାଳୟ
ଇଚ୍ଛା ବତୀପୁର, ଢେଙ୍କାନାଳ

VOL.IX,  ISSUE.I,  JANUARY-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)