Ad

header ads

କବିତା - ଲାଗେନି କି ଲଜ୍ଜା - ଅଶ୍ଵିନୀ କୁମାର ବାଗ

ଆଜି ପାଶ୍ଚାତ୍ୟ ସଂସ୍କୃତି
କରମର୍ଦ୍ଦନ ଛାଡି 
ହାତ ଯୋଡି କରେ ନମସ୍କାର 
ହୃଦୟରେ ତାଙ୍କ ବାନ୍ଧିଛି ବସା
ମହାମାରୀ କରୋନାର ଡର ।।
ଯୋଡ ହାତ ଦେଖି 
ଗରବେ ଫୁଲଇ  ଛାତି
ମହାନ ମୋ ଦେଶ
ମହାନ ସଂସ୍କୃତି, ସଂସ୍କାର ମହାନ 
ଲାଗେନି କି ଲଜ୍ଜା
ଯେବେ ସ୍ତ୍ରୀ କୁ କର ବାଧ୍ୟ
କରିବାକୁ ଗୋଡ଼ଧୁଆ ପାଣିର ସେବନ ।।

ଆମ ଶାସ୍ତ୍ରେ ଲେଖା
ଯତ୍ରନାର୍ଯ୍ୟତୁପୂଜ୍ଯନ୍ତେ
ରମନ୍ତେତତ୍ରଦେବତା ,
ନାରୀକୁ ଦିଅ ଦେବୀର ଆସନ 
ବିଡମ୍ବନା ଦେଖ
ନାରୀକୁ ଭାବୁଛ ଭୋଗ୍ୟଵସ୍ତୁଟିଏ
ଅବଳା ଦୁର୍ବଳା,
ପୁରୁଷଠୁ ତଳେ ସଦା ତା'ର ସ୍ଥାନ 
ଲାଗେନି କି ଲଜ୍ଜା
ସତୀ ଆଖ୍ୟା ଦେଇ କରୁଥିଲ ଦାହ
ଆଜି ବି ନାରୀକୁ କର ହୀନିମାନ ।।

ଆସ୍ଥା ନାଆଁଁରେ ପୋଡି ଦିଅ କେତେ ଘୃତ
କାଷ୍ଠପାଷାଣକୁ ଦିଅ  ସୁମିଷ୍ଠ 
ବ୍ୟଞ୍ଜନ ଆହାର 
କେତେ ଯେ ଭୋକିଲା ପେଟ
ଖୋଜନ୍ତି  ମୁଠାଏ ଭାତ
ମେରୁଦଣ୍ଡକୁ ଦିଏ ଭାଙ୍ଗି 
ଭୋକର ପାହାର 
ଲାଗେନି କି ଲଜ୍ଜା
ତୁମେ ଆଖି ଆଗରେ ଦେଖ
ଭୋକିଲା ଶିଶୁର କ୍ରନ୍ଦନ,
ତଥାପି ଆସ୍ଥା ନାଆଁଁରେ 
କଳସ କଳସ ଦୁଧ କର ବିସର୍ଜନ ।।

ମହାନ ଏ ସଂସ୍କୃତି
ଶିଖାଏ ଭାଇଚାରାର ବାର୍ତ୍ତା,
ନିଇତି ଉଡାଏ ବିଶ୍ୱଭାତୃତ୍ୱର ନେତ 
ହେଲେ ଆମ ନଜରରେ ମଣିଷ ବି
ପଶୁଠାରୁ ହୀନ ,
ଦଳିତ ହୁଏ ଏଠି ନିତି ନିର୍ଯାତିତ 
ଲାଗେନି କି ଲଜ୍ଜା
ମଣିଷ ଏଠି ଘୃଣାର ପାତର
କାରଣ ନଥାଇ ନିତି ରକ୍ତପାତ ।।


ଅଶ୍ଵିନି କୁମାର
ସହକାରୀ ଶିକ୍ଷକ
ଝରିଗାଁ ନବରଙ୍ଗପୁର

Post a Comment

0 Comments