Ad

header ads

ଭାବନା - ସାହିତ୍ୟ - ନାରାୟଣ ଚନ୍ଦ୍ର ସେନାପତି

ସାହିତ୍ୟ ଭାଷା ଭାବର ଏକ ଆବେଗିକ ସଙ୍ଗମ ତଥା ସ୍ନେହ,ପ୍ରୀତି,ମାୟା,ମମତା ପୁଷ୍ପରେ ବାସ୍ନାୟିତ ଏକ ମଙ୍ଗଳକାରୀ ଉପବନ।ସତ୍ୟ ଶାନ୍ତି ଦୟା କ୍ଷମାର ଅନୁପମ ଚିରନ୍ତନୀ ଜୁଆର ତ ଜ୍ଞାନ ଗାରିମା ଯଶ ଗୌରବର ପବିତ୍ର ତୀର୍ଥକ୍ଷେତ୍ର।ସାହିତ୍ୟ ନବ ଜୀବନର ଦୀପ୍ତ ଆଲୋକଶିଖା ତ ମୁମୂର୍ଷୁ ପ୍ରାଣରେ ସ୍ପନ୍ଦନ ଭରା ସୁମିଷ୍ଟ ଅମୀୟଧାରା।ଯୁଗେ ଯୁଗେ ସମାଜକୁ ସୁସ୍ଥ,ସୁସଙ୍ଗତ ଓ ସଂବ୍ୟାପକ ସହ ସଫଳତାର ହିମ ଶିଖରରେ ଦଣ୍ଡାୟମାନ କରାଇବାର ଏକ ଅମୋଘ କୁହୁକୀ ଅସ୍ତ୍ର।ସାହିତ୍ୟ ଏକ ହିତସାଧନ କାରୀ ଯନ୍ତ୍ର,ଏକ ସତ୍ୟ ପ୍ରଦାନ କାରୀ ମନ୍ତ୍ର।ଆଦର୍ଶତାର ରଜ ଦୋଳି ଖେଳି ସଚ୍ଚରିତ୍ର,ନୀତିନିଷ୍ଠ,ଆଧ୍ୟାତ୍ମିକବାଦୀ ଓ ସମାଜ ସଂସ୍କାରକ ଉତ୍ପାଦନକାରୀ ପ୍ରକଳ୍ପ।ତାର ହସ ହସ ସୁନେଲି ଓଠରେ ଅହିଂସାର ଶାସ୍ତ୍ରୀୟ ସଙ୍ଗୀତ ଗାନ କରି କୁସଂସ୍କାର,ଅନ୍ଧବିଶ୍ୱାସ,ଦୁର୍ନୀତି, ବ୍ୟଭିଚାରର ମୁଳୋତ୍ପାଟନ କରିବା ସଙ୍ଗେ ସଙ୍ଗେ ସମାଜକୁ ଶୃଙ୍ଖଳିତ,ସଂସ୍କାରିତ ଓ ବ୍ୟବସ୍ଥିତ କରିବା ତାର ମୁଖ୍ୟକାମ।ସାହିତ୍ୟ ପ୍ରତ୍ୟେକ ବିଷୟ ମହଲର ଶକ୍ତ ମୂଳଦୁଆ ଓ ସମନ୍ଵୟର ମହାକର୍ଷଣ।କଳା, ସଂସ୍କୃତି,କାରିଗରୀ,ବିଜ୍ଞାନ,ଇତିହାସ ଓ ଭୁଗୋଳର ପ୍ରଗତିକାରୀ ଦିଗ ବାରେଣୀ ଯନ୍ତ୍ର।ଅଜ୍ଞାନ ପ୍ରାଣରେ ଜ୍ଞାନର ଶୀତଳ ଜଳ ଢାଳିବା ଓ ଅନଗ୍ରସର ମସ୍ତିଷ୍କକୁ ବୌଦ୍ଧିକ ଓ କ୍ରିୟାଶୀଳତାରେ ଭରପୁର କରିବା ସାହିତ୍ୟର ଆନ୍ତରିକ ପ୍ରଚେଷ୍ଟା।ହୀନତ୍ୱ,ସଂକୀର୍ଣ୍ଣତାକୁ ବହୁ ଦୂରକୁ ଠେଲି ସତ୍ ଚିନ୍ତା, ସଦ୍ ଜ୍ଞାନ,ସତ୍ କର୍ମ ଓ ସତ୍ ସଙ୍ଗରେ ସାମିଲ କରି ଦେଶ ଜାତିକୁ ପରମ ବୈଭବଶାଳୀ କରିବା ସାହିତ୍ୟର ମହନୀୟ ପରିକଳ୍ପନା।ସାହିତ୍ୟ ସଭିଙ୍କୁ ଅନ୍ତର୍ଦ୍ଦର୍ଶନ କରି ନିଜ ଦୁର୍ବଳତା ଚିହ୍ନଟ ଓ ସୁଧାର କରି ଗଠନମୂଳକ ଚିନ୍ତାରେ ସ୍ୱକର୍ମ କରିବା ସହ ସମାଜ,ଦଶ ଦେଶକୁ ସରସ ସୁନ୍ଦର ଓ ଚିତ୍ତାକର୍ଷକର ମଧୁ ଚଖାଇଥାଏ ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0 Comments