Ad

header ads

କବିତା - ପ୍ରଭାତ ପୀୟୂଷ - ରଞ୍ଜିତା ମିଶ୍ର, ବଇଣ୍ଡା


ପ୍ରଭାତ ଅରୁଣ ପହିଲି କିରଣ
ଚୁମେ ଯେବେ ଏ ଧରଣୀ,
ପୂରୁବ ଆକାଶ ସଜେଇ ହୁଏରେ
ନାଲି ସିନ୍ଦୁରା ରୋଷଣୀ  ।     ।୧ା
ବିଦାୟ ମାଗିଲେଣି ରଜନୀ ରାଣୀ
ଦିବାକର, କର, ମେଲାଣି
ପକ୍ଷୀର କାକଳି ପ୍ରଭାତ ବନ୍ଦନା
ତୋଳୋ ରାଗ-ରାଗିଣୀ ।        ।୨ା
ଶେଫାଳି ଶେଯରେ ମୁକୁତା ଶିଶିର
ଟାଣିଲା ଲାଜେ ଓଢଣୀ,
ଖିଲିଖିଲି ହୋଇ ପଦ୍ମ ହସିଲା
ଶୋଭିତ ପୁଷ୍କରିଣୀ ।            ।୩ା
କୁସୁମ ସୁରଭି କରେ ବିତରଣ
ବିମୋହିତ କରେ ପ୍ରାଣ,
ସ୍ବପ୍ନ ଦେଖୁଥାଏ ବିଭୁଙ୍କ ଚରଣେ
ହେବବୋଲି ସମର୍ପଣ ।          ।୪ା
ପ୍ରତି ଦେବାଳୟୁ ଭାସିଆସୁଥାଏ
ଶଙ୍ଖ,ଆଳତି,ଜଣାଣ,
ପରାଣେ ପରାଣେ ହୁଏ ଗୁଜଂରଣ
ଐଶରୀୟ ପ୍ରୀତି ପୁଣ ।         ।୫ା
ସକାଳ ସୂରୁଯେ ଜନମ ଲଭିଣ
ସଞ୍ଜ ଶିଖାଏ ମରଣ,
ମଧ୍ୟାହ୍ନଟା ସିନା ଭରା ଯୌବନ
ଜୀବନଟା ସନ୍ତର୍ପଣ ।          ।୬ା


ରଚନା : ରଞ୍ଜିତା ମିଶ୍ର

ଠିକଣା : ବଇଣ୍ଡା,  ଦୂରଭାଷ :

Post a Comment

0 Comments