Ad

header ads

କବିତା - ଜୀବନ ପଥେ - ଭଜରାମ ସେଠୀ


"ଖାଉଥାଅ ଅବା ଲହୁଣୀ ସର,
କିବା ଖୁଆଘିଅ ଡାଲି ବେସର,
ସବୁଦିଏ ଧନ ମାଟି ମା' ତୋର
ଜାଗି ଉଠ ବାବୁ କରି ବିଚାର" ।
ଥାଉପଛେ ତୁମ ଜ୍ଞାନ ଅନେକ,
ପଣ୍ଡିତ ସଭାର ବୁଧ ବିବେକ,
ସବୁ ଏଠି ଜାତ କରେ ମା' ମାଟି,
ତେଣୁ ଗାଇ ଚାଲ ସ୍ବଭାଷା କୀର୍ତ୍ତି ।
"ଦାଦନ ହୁଅ କି ହୁଅ ଶ୍ରମିକ,
ହୁଅ ଅବା ତୁମେ ଚାକର ଲୋକ,
ମନରେ ନ କରି ଦୁଃଖ ସନ୍ତାପ,
ଭାଷା ପ୍ରେମେ ବାବୁ ହେବୁ 'ତୁ' ନୃପ "।
ଭାଷା ଶିକ୍ଷା ନିଅ ହୋଇ 'ତୁ' ଚାଟ ,
ସରଳ ସୁନ୍ଦର ଦିଶିବ ବାଟ,
ନାଟ କର ନାହିଁ ଅଲୋଡ଼ା ହାଟେ,
ହଜିଯିବୁ ଦିନେ ସଂସାର ପଥେ..... ।
ଘର ଦ୍ବାର ତୋ'ର ଦେଖୁଛୁ ଯେତେ,
ସଢି ମରିଯିବୁ ନ ଯିବେ ସାଥେ,
କେତେ ଆସିଲେଣି ଗଲେଣି କେତେ,
ଗର୍ବ ତୋ' ମାନସେ କାହିଁକି ଏତେ ?
ଧରା ଧାମେ ଅଛି ମାଟି ମା' ଟେକ,
ଟେକ ରଖି ଯାଅ ହୋଇ ସେବକ,
ମାଟି କୋଳେ ପ୍ରୀତି ସଞ୍ଚିତ ଯେତେ,
ସଂଗ୍ରହ କର ତୁ ଜୀବନ ପଥେ .....।


ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଆସିକା, ଗଞ୍ଜାମ,   ଦୂରଭାଷ : 9566876504

Post a Comment

0 Comments