Ad

header ads

କବିତା - ପାଶେ ହୁଅନ୍ତ କି ଛିଡ଼ା ! - ବି. ନିରୁପମା

ପାଶେ ହୁଅନ୍ତ କି ଛିଡ଼ା !
                 ବି. ନିରୁପମା

ସେତେବେଳୁ ରାଧେ ମୁରଲୀ ବାଉଛି
ମିଳୁନାହିଁ ତୁମ ଦେଖା ,
ତୁମରି ବିହୁନେ ଏ ଯାମିନୀ କିବା
ଏମିତି ବିତିବ ଏକା !!

ବାରବାର ଆସି ତୁମରି ଭାବନା
ମନକୁ ଅସ୍ଥିର କରେ ,
କେମିତି କହିବି ତୁମ ଠାରୁ ବଳି
ମୁଁ ଏଠି ତୁମକୁ ଝୁରେ ।

ତୁମେ ସିନା ତୁମ ମନର ବେଦନା
ଖୋଲି କହିଦିଅ ମୋତେ ,
ରାଗ,ଅଭିମାନ,ନିନ୍ଦା,ଅପମାନ
ମନ ତଳେ ଥାଏ ଯେତେ ।

ମୁଁ କିନ୍ତୁ ସେସବୁ ହୃଦୟରେ ଚାପି
ଓଠରେ ଝରାଏ ହସ ,
ଭଗବାନ ବୋଲି କାନ୍ଦିବାକୁ ମନା
ଯେଣୁ ଅନ୍ୟ ଆଦରଶ ।

ସତ୍ୟ କିନ୍ତୁ ରାଧେ ପ୍ରତିକ୍ଷଣ ଲଭେ
ତୁମରି ବିରହ ପୀଡ଼ା ,
ମନ ମୋର ଚାହେଁ ଏଇକ୍ଷଣି ଆସି
ପାଶେ ହୁଅନ୍ତ କି ଛିଡ଼ା !!

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।

Post a Comment

0 Comments