Ad

header ads

କବିତା - ଭାଇ ମୋ ଭାଇ - କୁମୁଦିନୀ ବେହେରା


ନୁହେ ବନ୍ଧୁ ଅବl     ବାନ୍ଧବୀଟିଏ ମୁଁ
         ନୁହେ ସ୍ମୃତିର ସଙ୍ଗlତ
ସତ୍ୟ ପବିତ୍ରର      ବନ୍ଧନରେ ବନ୍ଧା
        ଭଗ୍ନୀ ସମ୍ପର୍କ ମୋ' ସତ l୧l

କି ସମ୍ପର୍କ ଡୋରେ   ବାନ୍ଧି ଦେଲ ଭାଇ 
        ଆଉ ସବୁ ହେଲା ଫିକା 
କେଉଁ ଶ୍ରଦ୍ଧା ପଣେ     ଆଦର କରିଲ
        ସମୟ ଖାଇଲା ଧୋକା l୨l

ଭଗ୍ନୀ ସମ୍ଭାଷଣେ      ସମ୍ବୋଧନ କରି 
          ରହିଗଲ ହୃଦ କୋଣେ 
ସଂସାର ଭିତରେ     କୋଟିଏ ଜନରେ 
          ନିଆରା ବ୍ୟକ୍ତିତ୍ୱ ଜଣେ l୩l

ଜୀବନ ମୋହର       ନିତ୍ଯ ଅନିଶ୍ଚିତ
          ସମ୍ପର୍କ ମୋ' ଅନ୍ତରଙ୍ଗ
ନିର୍ମାଲ୍ଯ ପବିତ୍ର        ବନ୍ଧନ ଭିତରେ
         ନ' ହେବ ବିଶ୍ଵାସ ଭଙ୍ଗ l୪l

ଅଭାବ ଅଙ୍କକୁ      ଦେବି ମୁଁ ଲିଭେଇ
        ଦେଇ ସ୍ନେହ, ଭକ୍ତି ନୀର
ବୟସରେ ଛୋଟ    ସେନେହ ରଙ୍କୁଣି
        ଗେହ୍ଲି ଭଉଣୀ ତୁମର l୫l

ତୁମ ମୋ' ସମ୍ପର୍କ     ନୁହଁଇ ସାମାନ୍ୟ
           ଇଶ୍ୱରଙ୍କ ବରଦାନ 
ସର୍ବାଗ୍ରେ ସମ୍ମାନ    ଅଧିକାରୀ ହୋଇ 
         ପାଅ ସଦା ଉଚ୍ଚ ସ୍ଥାନ l୬l

ଭାଇ ତୁମ  ନମ୍ର       ନୈସର୍ଗିକ ଗୁଣ
           ସାବଲୀଳ ଚିନ୍ତାଧାରା
ଅମୃତ ଅକାଂକ୍ଷା       ହସର ଅଧରେ
          ବଚନlମୃତ ନିଆରା l୭l

ନିଷ୍ଠାପର ତୁମ        ମଣିଷ ପଣିଆ
         ସାରଥି ତୁମେ ସତ୍ୟର 
ମୋ ଜୀବନେ ତୁମେ    ଆଶାୟୀ ଅରୁଣ
           ଶୁଦ୍ଧ ମlହେନ୍ଦ୍ର ବେଳାର l୮l

ମିଛ ମାୟା ଏହି     ସଂସାର ଭିତରେ
             ଭ୍ରାତୃତ୍ୱ ସମ୍ପର୍କ ସତ୍ୟ
ତୁମ ମହାନତା        ମାନବିକତାରେ
         ହୋଇ ଅଛି ମୁଁ ଆଶ୍ରିତ l୯l

ମଣିଷ ଜନ୍ମର        ସାର୍ଥକ ଚରିତ୍ର 
         ସର୍ବ ଗୁଣେ ଗରୀୟାନ
ଭାତୃ ଭାବ ତୁମ        ବାସ୍ତବ ବଳିଷ୍ଠ
        ଧର୍ମ ବଳେ ତେଜୀୟାନ l୧୦l

ସତ୍ୟ ନ୍ୟାୟ ତ୍ୟାଗ     ଉଦାର ପଣରେ
            ତ୍ରିଲୋକେ ଶ୍ରେଷ୍ଠ ସମ୍ମାନ 
ଯୁଗେ ଯୁଗେ ସାଜି      ଭଗ୍ନୀର ରକ୍ଷକ
           ଭାଇ ରଖି ଥାନ୍ତି ମାନ l୧୧l

ତୁମ ବିଶାଳତା      ବୃକ୍ଷ ଆଗେ ଭାଇ
           ମୁଁ ଯେ ସୁକ୍ଷ୍ମ ଶାଖାଟିଏ
ଭାଗୀଦାର ତୁମେ      ଭଗ୍ନୀ ସୁଖେ ଦୁଃଖେ 
          ତାକୁ ବା' ନିନ୍ଦିବ କିଏ ?l ୧୨l

କୁମୁଦିନୀ ବେହେରା, ଶିକ୍ଷୟିତ୍ରୀ,
ଅନୁଗୋଳ,ମୋ--୮୯୧୭୩୪୩୬୬୮

Post a Comment

0 Comments