Ad

header ads

କବିତା - ପ୍ରଭାତ - ମମତା ନାୟକ


ପ୍ରଭାତ ସେ
ନିତି ଆସେ ରଜନୀଶେଷରେ,
ମଧ୍ୟାହ୍ନ ପୂର୍ବରୁ ବିଦାୟ ନିଏ
ହସ ହସ ବଦନରେ  ।

ହସି ମଧ୍ୟ ଆସୁଥାଏ
ଆଉ ହସାଉଥାଏ ସଭିଙ୍କୁ
ସୂର୍ଯ୍ୟଙ୍କର ସୁନେଲି କିରଣ ସହ
ସବୁଜ ସବୁଜ ଯେବେ ଲାଗେ ଧରା
ପାଇ ପୁଣି ଅଳ୍ପଅଳ୍ପ ଖରା  ।

ସେ ଆସିବାରେ ଖୋଲିହୁଅନ୍ତି 
ମୁଦିତ ଫୁଲ କଢ଼ିଗୁଡ଼ିକ 
ରଂଗ ନେଇ ନିଜନିଜର
ଯେମିତି ଲାଗନ୍ତି
ସେ ପ୍ରଭାତର ଅତି ଆପଣାର ।

ଆପଣାର କାକର ଦେହର
ଯେବେ ଶୁଖେ ଧୀରେ ଧୀରେ 
ଭଅଁର ଗୁଞ୍ଜନ ପଡ଼ି କର୍ଣ୍ଣଧାରେ
କୁସୁମେ ସରମି ରହନ୍ତି ନୀରବେ
କହନ୍ତି ପୁଣି ପ୍ରଭୁପାଦପୂଜା ସକାଶେ
କେବଳ କିଆଁ ଆମେ ନହେଲୁ ହରଷେ...!

ପ୍ରଭାତର  ସରସ ସ୍ପର୍ଶରେ  
ପାର୍ଶ୍ୱ ଆଉ କିଏ କାହିଁ ହୋଇବ ସତରେ
ଯଦି ଅବା ହେବ ତା' ପରେ ପରେ 
ନହେଲି ବି
 ଏ ମନ ନୁହେଁ କାତର ଅନ୍ୟ ସଂସ୍ପର୍ଶରେ   
ଭିଭୋର  ଅବଶ୍ୟ  ପ୍ରଭାତ'ର ପ୍ରତିଅପେକ୍ଷାରେ  ।

ପ୍ରଭାତ ସେ 
ତା'ର ନାହିଁ ତିଳେ ଅହଙ୍କାର
ଏଣୁ ତ ସେ ଲାଗେ ସବୁକାଳେ ସୁନ୍ଦରଶୁଶିଳ
କୋମଳ କି ପ୍ରଶ୍ନ ଅଛି ,
ନାହିଁ  କେମିତି ବା ରହିବ
 ଯାହା ହେଲେ ବି ପ୍ରଭାତ ଆମ ହୃଦୟର
ସ୍ପନ୍ଦନ ନ ହେଲେ ବି 
ବନ୍ଧନ ତାହାର ସବୁଠୁ ନିଆରା ଅଜର ଅମର ।

ପ୍ରଭାତ ସେ 
କହେନାହିଁ କେବେ
ତୁମେ ବି ହୁଅ 
ମୋ ପରି କିନ୍ତୁ ଶିଖିବା ତ ଆମେ ତା'ଠାରୁ
ପ୍ରତିଭା ଯା ଅନ୍ୟକୁ କରିବା ଆଲୋକରେ 
ଆନନ୍ଦିତ ଖୁସିଢ଼ାଳି ଅମୃତମଧୁର
ଅନ୍ଧାର ଦୂରେଇ ଆପଣା କର୍ମରେ ।


ମମତା ନାୟକ
ମସିହା ଖାଲି, କୃପାସିନ୍ଧୁ ପୁର(ଶାସନ)
ନିମଖଣ୍ଡି, ବ୍ରହ୍ମପୁର, ଗଞ୍ଜାମ
ଫୋ ନଂ-9399620232

Post a Comment

0 Comments