Ad

header ads

କବିତା - ହେ ତରୁଣ ସନ୍ନ୍ୟାସୀ - ନାରାୟଣ ଚନ୍ଦ୍ର ସେନାପତି


ହେ ସର୍ବଗୁଣସମ୍ପନ୍ନ ତରୁଣ ସନ୍ନ୍ୟାସୀ
ତୁମେ ସେଦିନ କହିଥିଲ ନା
ମୋ ପୁଣ୍ୟଭୂମି, ଦେବଭୂମି, ବେଦଭୂମି ଭାରତବର୍ଷ
ଯା ପାଣି, ପବନ ମୋ ପାଇଁ
ପବିତ୍ର କାଶୀ, ବାରଣାସୀ, ଗୟାତୀର୍ଥ
ଏ ମାଟି ମୋ ପାଇଁ ସରଗ ଏ ମାଟି ବି ମୋ ପାଇଁ ଚନ୍ଦନ
ହେଲେ ଦୁଃଖଲାଗେ ଦେଖି
ତୁମ ଜଗନ୍ନାଥ ସଂସ୍କୃତିର ସଂସ୍କାର
ଆଜି ଧକେଇ କାନ୍ଦୁଛି
ତୁମ ରାମରାଜ୍ୟର ସ୍ବପ୍ନ ସ୍ବପ୍ନ ହୋଇ ରହିଯାଇଛି
କନ୍ୟାକୁମାରୀର ତ୍ରିଧାରା ନିଃଶ୍ଚକ ସଂଗମ
ଆଜି ଶୋକାତୁରା ହୋଇ ଇତସ୍ତତଃ ହୋଇ ଗଲାଣି
କାହିଁକି ଲୁଚିଛ ସେ ବିଶ୍ବବିଜୟୀ ପ୍ରାସାଦ ପଛରେ।

ତୁମର ସେ ଟିକକ ପ୍ରେମବୋଳା ମୋ ଭାଇଭଉଣୀ ସମ୍ବୋଧନ
ବିଦେଶୀ ମଥାରେ ଲେପିଥିଲା ପ୍ରୀତି ଚନ୍ଦନ
ତୁମ ହିନ୍ଦୁଧର୍ମର ହୀନତ୍ୱକୁ ଘୃଣା କରିବାର ଅମୀୟବାଣୀ
ଆଙ୍କିଥିଲା ପ୍ରତିଟି ପ୍ରାଣେ
ବିଶ୍ୱଭ୍ରାତୃତ୍ୱର ନୂଆକାହାଣୀ
ପିତାମାତାଙ୍କୁ ଦେଇଥିଲ ସ୍ୱର୍ଗର ଆସନ
ଗୁରୁଙ୍କୁ ଅର୍ପଣ କରିଥିଲ ସମ୍ମାନର ସିଂହାସନ
ନିଜପାଇଁ ଲୁଚେଇ ସାଇତି ରଖିଥିଲ
ମେଞ୍ଚାଏ ତ୍ୟାଗ
ଆଉ ଦୀନ ହୀନ ଦରିଦ୍ରଙ୍କ ପାଇଁ
ଆଖିରେ ଆଖିଏ ଲୁହ।

ଖରାପ ଶବ୍ଦଟା ତୁମ ଅଭିଧାନରେ ସ୍ଥାନ ନ ପାଇ
ଭୋଗୁଥିଲା ନିର୍ବାସନ ଦଣ୍ଡ
ତୁମ ଉତିଷ୍ଠିତ ଜାଗ୍ରତ..ବଜ୍ର ବାଣୀ ଶୁଣି
ନଇଁଯାଇଥିଲା ଶତ୍ରୁ-ଦେଶଦ୍ରୋହୀଙ୍କ ମୁଣ୍ଡ
ବାଗ୍ମୀତାର ତୁମେ ଥିଲ ସାହେନ୍ସା
ଉଦାର-ଦାନ-ଧର୍ମ ରଚିଥିଲା
ତୁମ ନିର୍ମଳ ହୃଦୟରେ ବାୟାବସା
ନିଜ ପାଇଁ ବାଛି ବାଛି ରଖିଥିଲ ବଡ଼ ପରିଚୟ
ମୁଁ ଅତି ନିକୃଷ୍ଟ
ଆଉ ସଭିଙ୍କ ପାଇଁ ବାର୍ତ୍ତା
ଅଶୀବର୍ଷର ଯୁବକ ହୁଅ
କିନ୍ତୁ ଅଠର ବର୍ଷର ବୃଦ୍ଧ ହୁଅନା।

ହେ ଶୁଦ୍ଧ ପୁତ ତରୁଣ ସନ୍ନ୍ୟାସୀ
ଆଖି ଖୋଲି ଦେଖିଯାଅ ଥରେ
ଆଜି ଝୁରୁଛି ବେଲୁର ମଠ
ଆଉ କାନ୍ଦୁଛି ମୋ ଭାରତମାତା
ଡାକୁଛି
ଆରେ ନରେନ୍ଦ୍ର
ଛିଞ୍ଚିଦେରେ ଦିବ୍ୟଜ୍ଞାନ ଆତ୍ମଜ୍ଞାନ
ଶୁଣାଇ ଦେରେ ଅଧମକୁ 
ନାରୀ ମା ଭଉଣୀ ପରା ଆମ ସମ୍ମାନ
ବନିଜାରେ ଦେଶପ୍ରେମୀ
ଆଉ ଗାଇଯାରେ ମଧିଗୀତି
ଜୟ ଜୟ ହିନ୍ଦୁସ୍ଥାନ
ମେରା ଭାରତ ମହାନ୍।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0 Comments