Ad

header ads

ବ୍ୟଙ୍ଗ କବିତା - ମାଡୁଆ - ନାରାୟଣ ଚନ୍ଦ୍ର ସେନାପତି


ଆମେତ ଓଡ଼ିଆ ଗଢୁଆ ଲଢୁଆ
ଲାଗୁ ଆମେ କେଡେ ପଢୁଆ
ନିଜ ପ୍ରଶଂସାରେ ଦିନ ରାତି ମାତୁ
ଭାବୁ ସତେ ବଡ଼ କାଢୁଆ
  କଥାବାର୍ତ୍ତା ଆମ ତେଢ଼ିଆ
ୟା ପଛେ ତା ପଛେ ପଡ଼ି ଗଡୁ ପଡୁ
  ସତେ କି କଙ୍କଡା ମାଡୁଆ।

ନ ଥାଏ ଠୋପାଏ ଭଲ କିଛି ଗୁଣ
ଲେଖା କିନ୍ତୁ କେଞ୍ଚା ତେଢ଼ିଆ
ଯେ ପଢେ ଯେ ଶୁଣେ ରକ୍ତ ତାର ତାତେ
ସମସ୍ତେ କହନ୍ତି କି ମଘା ମାଡୁଆ
  ଓଃ ତା ବାପା ଥିଲା ପକ୍କା ଭାଡୁଆ
  ତା ମା' ଅଲାଜୁକି ଚିଡ଼ିଆ
ବେମୁରିଆ ସେଟା ଅସଭ୍ୟ ଇତର
 ପିଟ ଟାଣି ତା'ର ଫଡ଼ିଆ।

ଫଁ ଫଁ ହ୍ୱନ୍ତି ଦିନ ରାତି ସେଗୁଡା
ଲାଗେ ପଚା ଗନ୍ଧା ଧଡ଼ିଆ
ଲଫଙ୍ଗା କଥା ତା କାନେ ଯେବେ ପଡ଼େ
ସତେବା ତୋଫାନି ମେଡିଆ
  କି ଉତୁରା ଭୁତୁରା ଫାଡୁଆ 
ନିକମ୍ମା ବେହିଆ ଜୋତା ଖିଆ ଧୟାଁ
ପିଠିରେ ଖୋଜନ୍ତି ଗାଡ଼ିଆ।

ମୁରୁଖ ଅଜ୍ଞାନ ଛୋଟଲୋକ ଚୋର
ଅସୁରିଆ ଛେଳି ଦାଢିଆ
ହାଡ଼ିଆ ବାଡ଼ିଆ ଥୋଡ଼ିଆ ଝାଡୁଆ
ମୁଣ୍ଡ ଅବା ନଣ୍ଡା ପଡିଆ
  କାମ ସତେ ପଚା ନଡ଼ିଆ
ଚିନ୍ତାରେ ବାର୍ତ୍ତାରେ ଅଲଣା ମାରଣା
 ଧଣ୍ଡ ଅଣ୍ଡ ବା ଅଖାଡୁଆ।

ନିଜ ମା କାନ୍ଦେ ଜନ୍ମଦେଇ ୟାକୁ
କହେ କୁଳାଙ୍ଗାର ମାଡୁଆ
ଅନ୍ତରେ ବିଷ ତା ଉପରେ ଅମୃତ
 ଡାକେ ମା' ଭଉଣୀ ବଢିଆ
 ଭଦ୍ର ମୁଖଧାରୀ ହାଡ଼ିଆ
ସମ୍ମାନ ପ୍ରଶଂସା ଛୁଇଁ ନାହିଁ ତାକୁ
ଛଳ କପଟିଆ ରାଢୁଆ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0 Comments