Ad

header ads

କବିତା - ଦୂରବନ୍ଧୁ ପର - ନରେନ୍ଦ୍ର ପ୍ରସାଦ ବେହେରା


ଭାବିଥିଲି ଦିନେ   ହୋଇବୁ ଭରସା
         ଆଶା କରିଥିଲି ମନେ
ଆଶା ମୋର ଆଜି  ଆଶାରେ ରହିଲା
         ଯାହା ଭାବିଥିଲି ଦିନେ ।

ମୁଁ ଆଜି ଜାଣିଲି  ମୋ ଭାଗ୍ଯ ଖରାପ
         ପାଇଲି ନାହିଁ ମୁଁ ସ୍ନେହ
ଏତେ ହୀନିମାନେ  କାହିଁକି ଗଢିଲୁ
         ମନରେ ଦେଇ ତୁ କୋହ ।

ଦୂରବନ୍ଧୁ କେବେ   ନୁହଁଇ ସୁନ୍ଦର
      ପାଖରେ ନ ଥିଲେ କେହି
ପାଖବନ୍ଧୁ ଯେବେ  ହୁଅଇ ନିଷ୍ଠୁର
       କାହାକୁ ପାରିବି କହି ।

ସମୟର ଚକ୍ର  ଘୁରୁଅଛି ସିନା
       ଯାଉନି କାହା କଥାରେ
ବାଟ କାଟିଦେଇ  ଚାଲିଗଲା ସିଏ
       ରାଗ ନାହିଁ ମୋ ମନରେ ।

ଦିନପରେ ରାତି  ରାତିପରେ ଦିନ
        ବିଧିର ବିଧାନ ଏହି
ରାଗିଗଲେ ତୋତେ କେତେ ବୁଝାଇବି
           ବୁଝି ପାରୁନାହିଁ ମୁହିଁ ।

ଗୀତା ଭାଗବତ  ପୋଥି ପୁରାଣରେ
        ଯାହା ଲେଖା ଅଛି ଭାଇ
ଏକଥାକୁ କେହି  ଅନ୍ଯଥା ନ ମଣ
        ଭଗ୍ନୀହୀନା ମୁଁ  ଯେ ଭାଇ ।

ଧନ୍ଯ ଏ ପୃଥିବୀ ଗଢିଲ ହେ ପ୍ରଭୁ
        ହସ କାନ୍ଦ ଭରି ଦେଇ
ଆଖିଲୁହ ଆଜି  ଆଖିରେ ମରୁଛି
         ଦୁଃଖ ଯେ ଆସେ ପାଖେଇ ।

ପଞ୍ଜୁରୀର ଦ୍ବାର  ଖୋଲିଦେଲେ ପକ୍ଷୀ
       ବହୁଦୂର ଯାଏ ଉଡି
ଅପରିଚିତକୁ  ନିଜର କରିଲେ
       ବସି ଛାଡୁଥିବ ରଡି ।

ଧନ୍ଯବାଦ ଦିଏ ଉତ୍କଳ ମାତାଙ୍କୁ
         ଦିଅ ମୋତେ ଆଶୀର୍ବାଦ
ନେଇଯାଅ ମୋତେ  ତୁମରି କୋଳକୁ
          ନ କରିକି ବରବାଦ ।

ମୋପରି ଅଯୋଗ୍ୟ  ସନ୍ତାନ ତୁମର 
          ଲୋଡା ନାହିଁ ଏ ଭୁବନେ
କୁହ ମାତା ତୁମେ  ଦୋଷର କାରଣ
         ଭାଳି ହୁଏ ମନେ ମନେ ।

ନରେନ୍ଦ୍ର ପ୍ରସାଦ ବେହେରା,
ଆଳଦା, ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦

Post a Comment

0 Comments