Ad

header ads

କବିତା - ବିରହର ଜୁଇ - ସ୍ମୃତି ରଞ୍ଜନ ପାତ୍ର


ଭାଙ୍ଗି ଦେଲ ଆଜି ହୃଦୟକୁ ମୋର
ଦେଇ ମିଛ ପ୍ରତିଶ୍ରୁତି,
କୋହର ସାଗରେ ଭସାଇଣ ମତେ
ଭରି ଛଳନା ର ପ୍ରୀତି।

ଆନମନା କରୁନି ତୁମର ଚେହେରା
ଦେଇଅଛ ମତେ ଧୋକା,
କାଳ କୋଠରୀ ର ନିର୍ଜନ ଅନ୍ଧାରେ
ବିତୁଅଛି ମୋ ସଜା।

ଖଣ୍ଡ ଖଣ୍ଡ କରି ଜଳଉଛୁ ମତେ
ଜାଳି ବିରହ ର ଜୁଇରେ,
କାମନା ବାସନା ସବୁ ହଜାଇଛୁ
ଅତୀତର ନ୍ଯସ୍ତ ଗର୍ଭରେ।

ପ୍ରତାରଣା ଏଠି ପାହାନ୍ତି ତାରକା
ଦେଖୁଥାଏ ମୁଁ ପ୍ରତିଦିନ,
ଦେଖୁନାହିଁ ଆଜି ଅନନ୍ତ ଆକାଶେ
ପୂର୍ଣ୍ଣିମା ର ଶ୍ବେତ ଜହ୍ନ।

ଜଳି ଜଳି ଯାଏ ବିରହ ଜୁଇରେ
ଜଳି ଯାଏ ମୋ ଅନ୍ତର,
ଲିଭିବନି ଆଉ ହୃଦୟ ଗର୍ଭରୁ
ବିରହର ଦଗ୍ଧ ଧାର ।


ରଚନା : Smruti Ranjan Patra

ଠିକଣା : Balighat, Gopalpur, Puri-2 pin-752002 ଦୂରଭାଷ : 9348987009

Post a Comment

0 Comments