Ad

header ads

କବିତା - ଶ୍ରଦ୍ଧା ଟିକେ ଶ୍ରାଦ୍ଧ ପାଇଁ - ନାରାୟଣ ଚନ୍ଦ୍ର ସେନାପତି

କେବଳ ନ ଥିଲେ ଶରୀର କି ମନ
ଥିଲେ ଭାଇଙ୍କର ଆତ୍ମା
ଆତ୍ମା ହୋଇ ଆତ୍ମା ଥରାଇ ଗଲେ ସେ
ଆଜି ବି ଝୁରୁଛି ଆତ୍ମା।
ଗଲାବେଳେ କାନେ କହିଯାଇଥିଲେ
ଲେଖନୀ ମୁନେ ମୁଁ ଥିବି
ବଜ୍ର ଧ୍ୱନିରେ ଶକ୍ତ ଶବଦେ
ନାଚି ନାଚି ହସୁଥିବି।
କଥା ଦିଅ ପ୍ରିୟ ଝରାଇବ ନାହିଁ
ତୁମ ଆଖିରୁ ଟୋପାଏ ଲୁହ
କରିବନି ମନ ଦୁଖ କିବା ଉଣା
ଅସମ୍ଭାଳ ହେବ (ମୋ) କୋହ।
ଭାଉଜ ଆମର ଆଜି ଯଦି ଥାନ୍ତେ
ଏ ଧରିତ୍ରୀ ହସୁଥାନ୍ତା
ଶୁଦ୍ଧ ପୁତ ଆତ୍ମା ଭାଇ ଭାଉଜଙ୍କ
ମିଳିତରେ (ଏ ଆଖି) ଦେଖୁଥାନ୍ତା।
ଯେଉଁଠି ଅଛ ହେ ପବିତ୍ରା ଓ ଭଦ୍ରା
ଆନନ୍ଦ ମନରେ ଥାଅ
ତୁମ ପାଦ ତଳେ ମୋହରି ଜୁହାର
ଆଦରରେ ବୋହି ନିଅ।
କି ହତଭାଗା ମୁଁ ଦେଖିପାରିଲିନି
ଆପଣଙ୍କ ପରି ନାରୀ
ହୁଏତ ଅଯୋଗ୍ୟ ମୁଁ ଛାର ମାନବ
ବିଧାତା କଲା ବଇରୀ।
ତୁମେ ସିନା ଛାଡି ଚାଲିଗଲ ଭଦ୍ରେ
କରି ରାଗ ଅପମାନ
ମୋ ଭାଇକୁ ପରା ଦେଇଛି ମୋ ଆତ୍ମା
କରିଛି ହୃଦ ସ୍ପନ୍ଦନ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର

Post a Comment

0 Comments