Ad

header ads

କଟାକ୍ଷ - ବର୍ତ୍ତମାନର ସାହିତ୍ୟ ଦରବାର - ଭଜରାମ ସେଠୀ


ଆମେ ସମାଜର ଜଣେ ସୁସ୍ଥ ମଣିଷଟିଏ କି ? ବାର ବାର ମନରେ ଉଙ୍କିମାରୁଥାଏ କିନ୍ତୁ ସେ ପ୍ରଶ୍ନ ସାହିତ୍ୟରେ ଖୋଜିବା ପାଇଁ ଦଉଡ଼ିଲି, କାହିଁକି ଜାଣିଛ ? କେଉଁ କାଳରୁ କିଏ ଜଣେ ମହାନ ପୁରୁଷ କହିଯାଇଛନ୍ତି "ସାହିତ୍ୟ ସମାଜର ଦର୍ପଣ "। ହେଲେ, ସତରେ କ'ଣ ସାହିତ୍ୟ ସମାଜ ପାଇଁ ଦର୍ପଣ ହୋଇପାରୁଛି ; ହେ ମହାନାୟକ ତୁମେ ଯେଉଁ ସାହିତ୍ୟକୁ ସମାଜର ଦର୍ପଣ କହିଥିଲ ,ଦେଖିବ ଆସ ଏଠି ରୂପହୀନ ସୈକତ ବେଳାଉପରେ ଅର୍ଥହୀନ ସ୍ବାର୍ଥବାଦୀ ମଣିଷର କଲମର ଲେଖିନୀ ଚାଲିଛି, କେତେବେଳେ ବକ୍ତବ୍ଯ, ବକୃତା ବଦଳେ ନିଜ ଅହଂକାର ରଚିତ ଭାଷଣ ଦିଆଚାଲିଛି । ଆଜି ଦେଖ ହେ ପୂର୍ବ ଭୂୟସୀ ଆଶୁକବିତ୍ବର ପ୍ରତିଭାଧାରୀ ତୁମ ଠାରୁ ଜନ୍ମ ନେଉଥିବା କେଇ ଜଣ ପଙ୍ଗୁପୁତ୍ରର ଅଶାନ୍ତ, ଅସନ୍ତୁଷ୍ଟ, ପ୍ରଦୂଷିତ ସାହିତ୍ୟ ସାଧନା କେବଳ କେବଳ ମୁଁ, ମୋ'ଦ୍ବାରା, ମୋ' ପାଇଁ, ମୋ' କଳନାରେ ସାହିତ୍ୟ ସିମିତର ଶବ୍ଦ ! ଆଉ ଏ ସାହିତ୍ୟଠାରେ କି ଆଶା ରଖିବି, କୁହ ହେ ମହାଭାଗ ସୁସାହିତିକ, ସାରସ୍ବତ ସାଧକ । ସତରେ କ'ଣ ତୁମର ସେ ଆତ୍ମା ଆଜିର ଆଶାବାଦୀ ଉପାଧିଧାରୀ କବିଙ୍କ ପାଖରେ ଶାନ୍ତି ଅନୁଭବ କରୁଛି !


ସାହିତ୍ୟିକ ଶିଳ୍ପୀମାନେ କାଗଜ ରୂପକ ପଥର ଦେହରେ ପୁଣି ତୁମମାନଙ୍କ ସେ ନମନୀୟତାର ସାଧନା କରିପାରିବେ ! ପୁଣି ଏହି କଳୁଷିତ ସମାଜରେ ଫକିର ମୋହନ ସେନାପତି ଭଳି ସାହିତ୍ୟ କୁ ଏ ନିର୍ଲଜ ଲୋଲୁପ୍ତ ବ୍ୟକ୍ତିମାନଙ୍କ ଠାରୁ ବଞ୍ଚାଇପାରିବେ । ସମାଜରେ ସାହିତ୍ୟର ଭିତ୍ତିଭୂମି ଗଠନ କରିପାରିବେ । ଶୁଦ୍ଧ ଓ ସୁବର୍ଣ୍ଣ ଥାଳରେ ସମାଜକୁ ଖାଦ୍ୟ ପରଶିପାରିବେ ! କାହିଁକି ଏ ସ୍ବପ୍ନ ଦେଖିବାକୁ କିଏ ଜଣେ ଅନ୍ତଃଦେଶରୁ ଶୁଣେଇ ଦେଉଛି ଯେ, ଏ ସବୁ ସମାଜର ବାସ୍ତବତାକୁ ଦେଖ ଆଉ ଦୁର୍ଭାଗ୍ୟପୂର୍ଣ୍ଣ ଓ ଚିନ୍ତାଜନକ । ହେଲେ, ହେ ସମାଜ ମୋ' ପ୍ରଶ୍ନର ଉତ୍ତର ଦିଅ" ଆମେ କ'ଣ ସ୍ବାର୍ଥବିହିନ- ସ୍ବଚ୍ଛଳ - ଜଣେ ବୀର ସାହିତ୍ୟିକ ପାଇବାନାହିଁ । ଆମେ ଏମିତି କେତେ ଦିନ ଯାଏଁ ଭାଷାପ୍ରୀତି ପାଇଁ ଅଯୋଗ୍ୟ ପୁରୁଷ ମୁଣ୍ଡରେ ମୁକୁଟ ବାନ୍ଧି ଦେଉଥିବା ।


ଯେଉଁ କବିଙ୍କୁ ସମାଜ ରୂପକ ବିଦ୍ୟାଳୟର ଅବଧି କୁହାଯାଉଥିଲା ହେଲେ ଆଜି ଏ କବିଙ୍କ ମନୋଭାବ, ଭାବବିଚାର ବ୍ଯବହାରରୁ ସେ ଅବଧି ପଣଙ୍କୁ ଛାତ୍ର ପାଇଁ ମଧ୍ୟ ଯୋଗ୍ୟତାର ଆସନ ଗ୍ରହଣ କରିପାରୁନି ,କାହିଁକି ନା ଜଣେ କବିଙ୍କ ଦାୟିତ୍ଵ କବିତାରେ ସିମିତ ନ ଥାଏ । ସେ ଲେଖନୀରେ ଗଙ୍ଗାଜଳ ପରି ଜଳ ଯୋଗାଇ ଦେବା ଦରକାର, ଅନ୍ଯାୟ ପାଇଁ କଲମ ରୂପକ ଖଡ୍ଗ ଧରି ଯୁଦ୍ଧକୁ ଅବତରଣ କରିବା ଦରକାର । ହେ ଗୋଦାବରୀଶ ମହାପାତ୍ର କ'ଣ ତୁମେ ପୁଣି ନିଆଁ ଖୁଣ୍ଟା ଧରି ସମାଜର କୋଣେ କୋଣେ ସାହିତ୍ୟରେ ଚଞ୍ଚକତା କରୁଥିବା ନିର୍ଲଜରୂପୀ ସାହିତ୍ୟିକ ମାନଙ୍କୁ ପୋଡଖୁଣ୍ଟା ଲଗାଇ ପୋଡିଦେଇପାରିବ । ହଁ ହଁ ତୁମେ ଆଉ କାହିଁକି ଆସିବ ଏଠି ପରା ବିଜ୍ଞ ସାହିତ୍ୟିକଙ୍କ ଜନ୍ମ ସେମାନେ ପରା ସ୍ବାର୍ଥ ରୂପକ କାଚଡା ଜଳରେ ପରିପୂର୍ଣ୍ଣ ଆପଣଙ୍କ ନିଆଁଖୁଣ୍ଟା ବି ଲିଭିଯିବ ଅହଂକାରୀ ସାହିତ୍ୟିକ ଆଗରେ .....।


ଆଗକାଳର କବିଙ୍କର ଜ୍ଞାନ, ଅନୁଭୂତି, କର୍ମକୁଶଳତା ଓ ଦକ୍ଷତା ସମାଜକୁ ଆଗେଇ ଆଗେଇ ନେବାରେ ସାହାଯ୍ୟ କରୁଥିଲା , ହେଲେ ଆଜି ସେ ସବୁ କେଉଁ ଦିଗ ଆଡେ ହଜିଗଲାଣି ଯେ, ମଣିଷ ପଶୁପକ୍ଷୀଙ୍କୁ ଲୋପ କରି ଯେମିତି ହିଂସ୍ରଜନ୍ତୁ ପାଲଟିଗଲାଣି ଆଜିର କବି ବି ସେମିତି ସମାଜ ପାଇଁ ଅହିତକାରୀଟିଏ ହେବାକୁ ଗଲାଣି । କାହିଁ ସେ କବିଙ୍କ ମାଧୁର୍ଯ୍ୟମୟ ଭକ୍ତିପୂତ ଭାବନା କାହିଁ ସେ ବୀରତ୍ବ ସାଧନା । ଏହି ପରିପ୍ରେକ୍ଷୀରେ 
ଲେଖକଙ୍କ କଲମରୁ ଝରିପଡେ-



"ଇତିହାସ ପୃଷ୍ଠା ପ୍ରାଞ୍ଜଳ କହଇ
ପଶୁ ଥିଲା ଏ ମଣିଷ, 
ମଣିଷ ବୋଲି କି ଭୁଲି ସେ ପାରିବ 
ନିଜ ବଂଶ ପରିବେଶ "



ପ୍ରାଚୀନ ଉତ୍କଳର ସାହିତ୍ୟ ଗଗନରେ ଯେଉଁ ଉଜ୍ଜ୍ଵଳ ଜ୍ଯୋତିଷ୍କମାନେ ଆବିର୍ଭୂତ ହୋଇ ଗିରିବନ ସାମାତ୍ସାଦିତ ଏହି ପ୍ରଦେଶକୁ ଜ୍ଞାନାଲୋକଦ୍ବାରା ଉଦ୍ଭାସିତ କରିଥିଲେ, ସେମାନଙ୍କ ମଧ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସ, ଅଭିମନ୍ୟୁ ସାମନ୍ତସିଂହାର, କବିସୂର୍ଯ୍ଯ ବଳଦେବ ରଥ । ହେଲେ ଆଜିର ଏ ଅତି ଆଧୁନିକ ଯୁଗର ଅର୍ଥ ହୀନ ପଙ୍ଗୁ କେଇ ଜଣ କବି ସେ ବିଜ୍ଞ ମହାନୁଭବିମାନଙ୍କୁ ତୁଚ୍ଛ କହିବା ପାଇଁ ପଛାଉନାହାଁନ୍ତି । ବାଃ ବାଃ ଆଜିର କେଇ ଜଣ ଚାମ୍ଚାକାରୀ ସାହିତ୍ୟିକ । ଏହି ପରିପ୍ରେକ୍ଷୀରେ ଲେଖକଙ୍କ କଲମ କହେ-


"ଅପ୍ସରା ଭୂବନେ ଅପ୍ସରୀ ଦିଶୁନି, 
ଜରାତୀ ଏବେତ ଗରାଖ ଖୋଜୁନି, 
ଗ୍ରାମେ ଗ୍ରାମେ ଦେଖ ଗୋ-ସେବା ହେଉନି, 
କ୍ଷୀର ଦୋକାନୀର ସଂସାର ହସୁନି" ।




ରଚନା : ଭଜରାମ ସେଠୀ

ଠିକଣା : ନିରାଳ,ଆସିକା, ଗଞ୍ଜାମ,   ଦୂରଭାଷ : 9566876504

Post a Comment

0 Comments