Ad

header ads

କବିତା - ବିଦାୟ - ରାକେଶ ସାହୁ


କେହି ଯଦି କୁହେ ମୁଁ ବିଦାୟ ନେଉଛି
ହୃଦୟର ସ୍ପନ୍ଦନ ଟିକେ ବଢିଯାଏ
ମନଟା ଟିକେ ଅସ୍ତବ୍ୟସ୍ତ ହୋଇଯାଏ
ସତେ ଯେମିତି ରକ୍ତ ପ୍ରବାହ ବନ୍ଦ ହୋଇଯାଇଛି ।।

କିଛି ସମୟ ନିରବ ରହିଯାଏ ଏ ସମୟ
ଆଖିରୁ ବହିଆସେ ସେ ପ୍ରଣୟର ପଦ ଚିହ୍ନ
ଲୋହିତ ରକ୍ତ କଣିକାର ହଜିଯାଏ ଚିହ୍ନବର୍ଣ୍ଣ
ରକ୍ତ କଣିକା ଗୁଡିକର ଫାଟି ଯିବାର ଭୟ ।।

ହେଲେ ନିଜକୁ ଟିକେ ସମ୍ଭାଳି ନିଏ ମନଟା
ଲୁହକୁ ଯାକି ଟିକେ ହସିଦେଇ କୁହେ
ପୁଣି ଥରେ ତୁମେ ନିଶ୍ଚୟ ଫେରିବ
କରିବନି ଏ ହୃଦୟକୁ କେବେ ହଟହଟା ।।

ପଥିକର ବା ଉପାୟ କଣ ଅଛି
ମନକୁ ଭୁଲାଇବା ପାଇଁ କହିଦିଏ
ପୁଣି ଭେଟାଇବ ସମୟର ସ୍ରୋତ ଇଏ
ଜୀବନକୁ ଫରୁଆରେ କିଏବା ସାଇତିଛି ।।

ଦିଅ ଦିଅ ମୋତେ ଶୁଭ ବିଦାୟ
ହେଉ ତୁମ ଆଉ ଏକ ପରିଚୟ
ଭୁଲିବନି ମୋତେ ଥିଲି ତୁମର ଅତୀତ
ଉଜ୍ଜଳ ହେଉ ତୁମ ଆଗତ ଭବିଷ୍ୟତ ।।


ରଚନା : ରାକେଶ ସାହୁ

ଠିକଣା : ଭୁବନେଶ୍ୱର,  ଦୂରଭାଷ :

Post a Comment

0 Comments