Ad

header ads

କବିତା - ନୀରବତାର ଜହ୍ନ - ଆଶ୍ରିତ୍ ମହାପାତ୍ର

"ନୀରବତାର ଜହ୍ନ"
🌛🌛🌛🌛🌛

କାହିଁ ବସିଅଛ ମୌନେ ମୋର ବନ୍ଧୁ
ଶୀତଳ ଜୋଛନା ଢାଳି ।
ଧବଳବର୍ଣ୍ଣର ବସନ ଆଚ୍ଛାଦି
ଖେଳୁଅଛ ଲୁଚକାଳି ॥

ନିସ୍ତବ୍ଧ ରଜନୀ ଆଙ୍କେ ଯେବେ ଖୁନୀ
ଅତ୍ୟାଚାର ଲୁଣ୍ଠନରେ ।
ଜାଣିସେ ପାରେନା ତମସାଚ୍ଛନ୍ନ ରେ
ତୁମେ ଦେଖୁଥାଅ କ୍ରୁରେ ॥

ସଂସାର ଯାତନା ତୁମେ ହିଁ ଶୁଣିଛ
ପ୍ରେମୀର ପ୍ରେମ କାହାଣୀ ।
ସାକ୍ଷ ପ୍ରମାଣରେ ସତ୍ୟବାଦୀ ଗ୍ରନ୍ଥ
କାହିଁକି ରଖିଛ ଟାଣି ॥


ଦୁଃଖୀ ବାଟୋଇ ର ଚଲାପଥ ତୁମେ
କୁସୁମ କଇଁର ସାଥି ।
କୁମାରୀ ମାନଙ୍କ ପୁନେଇ ଆଇନା
ଜ୍ୟୋତିଷର ଗଣ୍ୟ ତିଥି ॥

ଏତେ ସରକାର , ଏତେ ଯେ ବିଚାର
ତୁମ ଛଡ଼ା ସବୁ ବ୍ୟର୍ଥ ।
ସତ୍ୟ ଓ ମିଥ୍ୟାର ନ୍ୟାୟାଧୀଶ ଆହେ
କୁହ ଭୁଲି ଚରିତାର୍ଥ ॥

କବିର ଲେଖନୀ ସ୍ୱପ୍ନେ ନାଚୁଥିଲା
ତୁମକୁ ଜିଣିବ ବୋଲି ।
ବିଜ୍ଞାନ ଦାନବ ଗଢି ପୋତ ନବ
ପାଦ ଥାପି ଲାଣି ଚାଲି ॥

ସ୍ଵାର୍ଥପର ଏହି ସମାଜ କଣ୍ଟକେ
ବିଛାଅ ଯୁକ୍ତିର ସତ୍ତା ।
ରୁଗ୍ଣ କାଠଗଡ଼ା ତୁମ ଅପେକ୍ଷାରେ
ରୁହ ନାହିଁ ନୀରବତା ॥
-----XXXX. ------

ନାମ - ଆଶ୍ରିତ୍ ମହାପାତ୍ର
ଗ୍ରାମ- ଟାଙ୍ଗି
ଜିଲ୍ଲା-ଖୋର୍ଦ୍ଧା


ରଚନା : ଆଶ୍ରିତ୍ ମହାପାତ୍ର

ଠିକଣା : ଟାଙ୍ଗି, ଖୋର୍ଦ୍ଧା ଦୂରଭାଷ :


Post a Comment

0 Comments