କବିତା - ପଲିଥିନ୍ ଦେବା ଦୂରେଇ - ନିବେଦିତା ମହାପାତ୍ର

କବିତା - ପଲିଥିନ୍ ଦେବା ଦୂରେଇ - ନିବେଦିତା ମହାପାତ୍ର

ଆସରେ ଆସ ମୋର ଭଉଣୀ ଭାଇ
ମିଳିମିଶି ସୁନ୍ଦର କରିବା ଭୂଇଁ
ପରିବେଶକୁ ସ୍ବଚ୍ଛ ରଖିବା ପାଇଁ
ପଲିଥିନକୁ ଆମେ ଦେବା ଦୂରେଇ॥(୧)

କି ରୂପେ ଗଢିଥିଲା ତାକୁ ବିନ୍ଧାଣି
ଅଗ୍ନିରେ ଜାଳିଲେ ସେ ଦଗ୍ଧ ହେଉନି
ମୃତ୍ତିକାରେ ନାହିଁ ସେ ପାରୁଛି ମିଶି
ପରିବେଶକୁ ଦୂଷିତ କରୁଛି ବେଶୀ॥(୨)

ସହଜରେ ଅବକ୍ଷୟ ନ ହୁଅଇ
ବର୍ଷ ବର୍ଷ ମାଟିରେ ପଡି ରହଇ
ଉର୍ବରତା ତାର ନଷ୍ଟ କରିଦେଇ
ଉତ୍ପାଦନ କ୍ଷମତା ଦିଏ କମାଇ ॥(୩)

ବ୍ୟାପ୍ତ କରୁଛି ସମାଜରେ ସେ ରୋଗ
ବିନାଶ କରୁଛି ପୁଣି ଜଳଜୀବ
ପ୍ରାକୃତିକ ସୌନ୍ଦର୍ଯ୍ୟକୁ କରି ଧ୍ବଂସ
ଦୁଃଗନ୍ଧରେ ପୂରିତ କରେ ଜଗତ॥(୪)

ସ୍ବଚ୍ଛ ରଖିଲେ ପରିବେଶ ଆମର
ରୋଗଯାତନା ସବୁ ହୋଇବ ଦୂର
ବନ୍ଦ କରିଲେ ବ୍ୟବହାର ତାହାର
ସୁସ୍ଥ ନିରୋଗମୟ ହେବ ସଂସାର॥(୫)


ରଚନା : ନିବେଦିତା ମହାପାତ୍ର

ଠିକଣା : ମୁକୁନ୍ଦମିଶ୍ର ନଗର, ପୁରୀ ଦୂରଭାଷ :


0 Comments