କବିତା - ଅପୂର୍ବ ନାୟିକା - ଭଜରାମ ସେଠୀ

କବିତା - ଅପୂର୍ବ ନାୟିକା - ଭଜରାମ ସେଠୀ

ଅପୂର୍ବ ନାୟିକା
******************************
(ରାଗ-ଚୋଖି)

ଲକ୍ଷ ଲକ୍ଷ ପୁଷ୍ପ ଗୁନ୍ଥା 
        ଲକ୍ଷେହୀରା  ଲାଜେ ବନ୍ଧା 
              ଲକ୍ଷ୍ଯମୁଖୀ ଲୟ
                    ବିଧୁବଧୂ ଭୟେ ଯେ, 
ଲଳିତ ଶରୀର ସୁସ୍ଥେ 
             ସଙ୍ଗଭଙ୍ଗ ରଙ୍ଗ ନୋହି 
                  ପଲ୍ଲବୀ ମାଳରେ
              ବନେ ସେ ହରିଣୀ ଯେ
     ଲହକା ଲାଜକୁଳୀ ସେହି ,
ଲେଖନ୍ତି  ନୟନେ ପ୍ରୀତି ପୀୟୂଷ ଦେଇ  ।

ଲସେଇ ପଡିଲା ବନ
        ପୁଷ୍ପ ବି ନୁହେଁ ସମାନ 
            ସରଗୁ ଆସିଛି
             ଇନ୍ଦ୍ରପୁରୀ ରାଣୀ ସେ,
ଲସ୍ତକୁ ଛିଟି ଲସ୍ତର 
         ଯାଇଛି ହୋଇ ବଧିର 
           ଜୀବଏଁ ଚାହିଁଛି
          ଗଜପରି ଚାଲେ ସେ 
      ଲସିତ ନୃତ୍ଯାଙ୍ଗନା ହୋଇ ,
ଲହରୀ ସାଦୃଶ୍ଯ ବନେ ଲହରୁଥାଇ ।

ଲଳିତ କଳା ଲଲାଟେ 
          ଲେଖିଲେ ବିଧାତା ସତେ 
              କୁସୁମ ଅଶୁରେ 
             ମଧୁପ ଗଲା ଛୁପି ଯେ,
ଲଳିତେ ଭରା କୁସୁମ 
           ଲଳିତ ଲୋଚନ ଦେଖି 
         କୋମଳ ପାଦରେ 
          ନ ଯାଉ କଣ୍ଟା ଲାଗି ଯେ
ଲୟନେ ଯାଅନ୍ତକି ଶୋଇ ,
ଲାବଣ୍ଯ କାନ୍ତାକୁ  ଚାହାଁନ୍ତି  ହର୍ଷ ପାଇ  ।

                  -0-
ଟୀକା-:
ଲଳିତ ଶରୀର-ମନୋହର ଶରୀର
ଲହକା-ନହକା
ପୀୟୂଷ-ଅମୃତ
ଲସେଇ ପଡିଲା-ଉଲ୍ଲାସିତ ହୋଇ ଉଠିଲା 
ଲସ୍ତକୁ-ଧନୁ ମୁଠାରୁ 
ଲସ୍ତର-ଅସ୍ତ୍ର 
ଜୀବଏଁ-ଜୀବମାନେ 
ଲସିତ-ବିଳାସ
ଲହରୀ-ଢେଉ 
ଲହରୁଥାଇ-ପହଁରିବା ଅବସ୍ଥା
ଲଳିତ କଳା-ସୂକ୍ଷ୍ମ କଳା
ଲଳିତେ-ମଧୁର ଭାବରେ
ଲଳିତ-କୋମଳ
ଲୟନେ- ବିଶ୍ରାମେ
ଲାବଣ୍ଯ କାନ୍ତା-ସୁନ୍ଦରୀ ନାରୀ 
ହର୍ଷ-ଆନନ୍ଦ
ଅଶୁ-ଶରୀର
                    -0-
ଭଜରାମ ସେଠୀ ,ନିରାଳ, ଗଂଜାମ 
9566876504

0 Comments