ଶରତ କାଳ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଶରତ କାଳ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଶରତ ଆସିଛି / ମରତ ଛୁଇଁଛି / ଶୀତଳିତ  ରବି କର
ଖରା, ଛାଇ ଖେଳ / ଚିତ୍ର ମନୋହର / ବହେ ଅଳସ ଅନିଳ
ଜଳଧର ରଙ୍ଗ  / ଧବଳ  ତରଙ୍ଗ / ଭାସେ ଆବୋରି ଅମ୍ଵର
ଶରତ ଆସିଛି / ମରତ ଛୁଇଁଛି / ଶୀତଳ ତପନ କର ।।
ନଈପଠା ଧାରେ / ମାଳମାଳ ଦୋଳେ / କାଶତଣ୍ଡି ଗୁଳ୍ମ ପୁଷ୍ପ
ଶୁଭ୍ର ଚାମର / ଢାଳିବା ପ୍ରକାର / ଅପରୂପ ତାର ଦୃଶ୍ୟ
ଜ୍ୟୋତ୍ସ୍ନୀ ମଞ୍ଜରୀ ତା / କୁସୁମ ହରିଦ୍ରା  / କନକ କାନ୍ତି ପ୍ରକାଶ  
ନଈପଠା ଧାରେ / ମାଳମାଳ ଦୋଳେ / କାଶତଣ୍ଡି ଗୁଳ୍ମ ପୁଷ୍ପ ।।
ନଦ ନଦୀ ଜଳ / ସ୍ଵତ୍ସ ନିର୍ମଳ / ଉତ୍ତାଳେ ଲହରୀ ଖେଳେ
ତରଙ୍ଗେ ଚଞ୍ଚଳ / ଅମଳ କମଳ / ଢଳେ ହସି ହସରୋଳେ
ଜାତି ଜାତି ପ୍ରଜା-/ ପତି ହର୍ଷୋତ୍ଫୁଲ୍ଲେ / ଫୁଲ ରୁ ଫୁଲକୁ ଉଡେ
ନଦ ନଦୀ ଜଳ / ସ୍ଵତ୍ସ ନିର୍ମଳ / ଉତ୍ତାଳେ ଲହରୀ ଖେଳେ ।।
କେଦାର ସୁନ୍ଦର / ଶ୍ୟାମଳ ବିମଳ / ଶସ୍ୟାଦି ଅଳସ ଭାଙ୍ଗେ
ଶରଦେନ୍ଦୁ ତାର / ରୂପେଲି ଉଜ୍ବଳ / କିରଣେ ଖେଳେ ବିଭଙ୍ଗେ
ଏକାଳେ କାଶ୍ୟପୀ / ସୁନ୍ଦରୀ ସୁହାସୀ / ପବିତ୍ର ପବିତ୍ର ଲାଗେ
କେଦାର ସୁନ୍ଦର / ଶ୍ୟାମଳ ବିମଳ / ଶସ୍ୟାଦି ଅଳସ ଭାଙ୍ଗେ ।।
ପୂଣ୍ୟ ତିଥିରେ / ଶରତ ସକାଳେ /  ଶାରଦୀୟ ଦେବୀପୂଜା
ଧରାବତରଣ / କରନ୍ତି ଏକାଳେ / ଶୈଳପୁତ୍ରୀ ଦଶଭୁଜା
ତେଣୁ ମହାଦେବୀ / ସ୍ଵାଗତ ପାଇଁକି  / ୟେ ଶରତ ର ସାଜସଜ୍ଜା
ପୂଣ୍ୟ ତିଥିରେ / ଶରତ ସକାଳେ / ଶାରଦୀୟ ଦେବୀପୂଜା ।।



0 Comments