କବିତା - ହେ ମୃତ୍ୟୁ ଆଜି ତୁମେ ଖାଲିହାତ ଯାଅ - ଶ୍ରୀମତି ସଂଯୁକ୍ତା ମହାପାତ୍ର

କବିତା - ହେ ମୃତ୍ୟୁ ଆଜି ତୁମେ ଖାଲିହାତ ଯାଅ - ଶ୍ରୀମତି ସଂଯୁକ୍ତା ମହାପାତ୍ର

ହେ ମୃତ୍ୟୁ !
ଆଜି ତୁମେ ଫେରି ଯାଅ,
ଆଉ ଦିନେ ଆସିବ,
ମୋ ପ୍ରିୟ ସଙ୍ଗେ
ମୋତେ ଆଉ କିଛି ଦିନ ରହିବାକୁ ଦିଅ ।
କିଏ ଜାଣିଛି,
ଏ ସମୟ ଆଉ ଆସିବ କି ନାହିଁ,
କେତେ କଥା ବାକି ଅଛି,
କହିବାକୁ ଶୁଣିବାକୁ,
ସ୍ୱପ୍ନ କେତେ ବାକି ଅଛି,
ସାଥି ହୋଇ ଏକାଠି ଦେଖିବାକୁ,
ପଥ ଥିଲା ଅନେକ ଦୂର,
ସାଥେ ସାଥେ ଚାଲିବାକୁ ।
କିନ୍ତୁ,
କିଏ ଜାଣିଥିଲା, ଏଇମିତି
ଅଧା ବାଟେ ସଙ୍ଗ ତୁଟି ଯିବ ?
ହେ ମୃତ୍ୟୁ ସତେ କେତେ ନିଷ୍ଟୁର ତୁମେ,
ବୁଝ ନାହିଁ ଆମ କଥା,
ଆମ ନିବିଡତା, ଆମ ଅନ୍ତର ବ୍ୟଥା ।
ହେ ମୃତ୍ୟୁ ଏତେ ଅବୁଝା,
ଅମାନିଆ ଆଉ ହୁଅ ନାହିଁ,
ଆଜି ତୁମେ ଖାଲିହାତ ଫେରିଯାଅ
ପ୍ରିୟ ସାଥେ କିଛିଟା ମୁହୁର୍ତ୍ତ
ତୁମେ କିବା ପାରିବନି ଦେଇ ।

ହେ ସମୟ ରହି ଯାଅ ଥରେ,
ମୋ ପ୍ରିୟଙ୍କୁ ବୁଝାଇ ଦେବି,
ତାଙ୍କ ଆଖି ଲୁହ ପୋଛିବାକୁ
ମୋ ପଣତଯେ ଥିବ ନାହିଁ ଆଉ,
ଲୁହ ନଢାଳିବାକୁ ଆଖିକୁ ତାଙ୍କର
ଟିକିଏ ବୁଝେଇ ଦେବି ।
ଖେଳ ଭାଙ୍ଗି ଗଲି ବୋଲି
ଅଭିମାନ କରିବେନି କେବେ ।
ମୋତେ ତ ଯିବାକୁ ହେବ,
ସଙ୍ଗ ଥିଲା ଏତିକି ସମୟ,
କିଛି ପ୍ରିତି, କିଛି ସ୍ମୃତି ଦେଇଦେବି
ପ୍ରିୟତମଙ୍କୁ, ପୋଛି ନେବି ଲୁହ,
ଆଉ ଦିନେ ଆସିବ ହେ ମୃତ୍ୟୁ
ଆଜି ତୁମେ ଖାଲି ହାତ ଯାଅ ।
○○○☆○○○


ରଚନା : ଶ୍ରୀମତି ସଂଯୁକ୍ତା ମହାପାତ୍ର

ଠିକଣା : ପଟିଆ, ଭୂବନେଶ୍ୱର ଦୂରଭାଷ :


0 Comments