କ୍ଷୁଦ୍ରଗଳ୍ପ - ବିଭାଜିତ ଆବେଗ : ଫଳିତ ଶୂନି - ଅମ୍ରିତେଶ ଖଟୁଆ

କ୍ଷୁଦ୍ରଗଳ୍ପ - ବିଭାଜିତ ଆବେଗ : ଫଳିତ ଶୂନି - ଅମ୍ରିତେଶ ଖଟୁଆ

ନୀରବତା ଏକ ଶୂନ୍ୟତା... ବୋଧେ ଫ୍ରିଙ୍କ୍ୟୁନ୍ସି ବିହୀନ ଏକ ଆୟାମ.... ମୋ ପାଇଁ ଥିଲା ଏକ ଅନିୟନ୍ତ୍ରିତ ବିଭାଜନ.... ସୂର୍ଯ୍ୟଙ୍କ ଧୁ ଧୁ ପ୍ରଚ୍ଛଦପଟ୍ଟରୁ ରାତିର ଶିଁ ଶିଁ କରୁଥିବା ଝିଙ୍ଗାସର। ମୋ କଥାର ଚଟୁଳତାରେ ବୋଧେ କେହି ପ୍ରସନ୍ନ ରହୁନଥିଲେ। ଯାହାକୁ ପଦେ ବାଚନିକତା କରିଦେଲେ, ଫାର୍ସର ଦ୍ଵାହି ବୋଲି ଛଳନା କରନ୍ତି, ଥିଲା ବୋଧହୁଏ ଏକ ନୀରବ ପୂର୍ବାଳି ଯାହା ମୋ ଅନ୍ତରାୟ ହୋଇ ପ୍ରତ୍ୟକ୍ଷ ହୃଦୟକୁ କ୍ଳେଦାକ୍ତ କରୁଥାଏ, ହେଲେ ବି ମଝିରେ ମଝିରେ ଥିବା ଅନୁଯୋଗର କ୍ଳିଷ୍ଟତାକୁ ମଧ୍ୟ ଆଡେଇ ଦେଉଥାଏ। ଆଜି ପାଞ୍ଚି ନେଇଥିଲି - ଏଇ ଉଚ୍ଚାଙ୍ଗ ବନ୍ଧୁପଣ କରି ଦିଓଳି ମଙ୍ଗଳ ମନାସିବା ଠାରୁ, ଫାର୍ସର ଫଳ ନିରୂପିତ କରିବା, ଏଣେ ଅନୁଯୋଗର ଆଉ କୌଣସି ସୁରାକ୍ ନଥିଲା।

ସ୍କୁଲ ପାଇଁ ପ୍ରସ୍ଥାନ ହୋଇସାରିଥାଏ। ସୂର୍ଯ୍ୟ ସବୁପରି ମୁଣ୍ଡ କୋରଡ଼ ପାଖରେ ଯେପରି ଆତ୍ମଶ୍ଳାଘାରେ ଏକ ଅବାଧ ଚେତନାକୁ ଉଦ୍ୟତ କରୁଥିଲେ। ସ୍କୁଲର ପର ଦିନ ଆରମ୍ଭ ହେଇଯିବ ଦଶହରା ଛୁଟି। ଦେଖିଲା ବେଳକୁ ଛୁଟିର ମାହେନ୍ଦ୍ର ବେଳା ବି ଦୂର ଥାଏ। ସେ କଥା ପଛକେ, ଦେଖନ୍ତୁ କଣ ହେଲା ପର ମୁହୂର୍ତ୍ତ। ମୌନ ରହି ରହି ସ୍କୁଲ ପ୍ରାଙ୍ଗଣେ ପ୍ରବେଶ, ବନ୍ଧୁମାନଙ୍କ ପୂର୍ବ ସ୍ୱରୂପ ଆଳାପରୁ ଅପ୍ରତିହତ ରହି ଦିକ୍ ଦିକ୍ କରୁଥିବା ପ୍ରାର୍ଥନା ସଭା ପ୍ରତି ଅଗ୍ରସର ହୁଏ। ବୋଧହୁଏ ଏକ ଅନନୁଭୂତିର ଯୋଗସୂତ୍ର ଥିଲା, ହେଲେ ସଂଯମ ଥିଲା ତ ଏକ ଅଡ଼ୁଆ ଖିଅଟେ! ସ୍କୁଲ ପ୍ରାଙ୍ଗଣେ ଅବଶ୍ୟ ମୋ ମୌନର କୌଣସି ଅନୁପ୍ରାସ ଉପଲବ୍ଧ ନ ହୁଏ, ହେଲେ କକ୍ଷ ଭିତରକୁ ନ ପଶୁଣୁ ମୋ ମୌନ ବ୍ରତ ଦେଖି କାଣିଚାଏ ବନ୍ଧୁମାନେ ପ୍ରଶ୍ନିଳ ନୟନରେ ଅବଲୋକନ କରୁଥାଆନ୍ତି ମୋତେ। ଦେଖନ୍ତି ଯେ ମୋ ମୌନ ବ୍ରତ ଥାଇ ବି ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଦେଉନଥାଇ ନୀରବ ଗୁମାନରେ ଉପବେଶିତ। ବିଡମ୍ବନା ! ସେମାନଙ୍କ ମଧ୍ୟରୁ ପାଞ୍ଚ ଛ'ଜଣଙ୍କ ଜିଜ୍ଞାସା ଦୂର୍ ଦୂର୍ କରିବା ପରେ, ମୋ ମୌନ ବ୍ରତ ଦେଖି ସେମାନଙ୍କ ଆଖି ପତ୍ତା ପଡୁନଥାଏ, ଭାରି ଆବେଗର ବେଦନା! ମୋ ସହିତ ପଦୁଟିଏ ଉଁ ଚୁଁ ନ କରି ଭାରି ବ୍ୟତିବ୍ୟସ୍ତ ହେଉଥାଆନ୍ତି । ଦେଖୁ ଦେଖୁ ବିଭାଜନର ସମ୍ଭୋଗ ଭାଙ୍ଗିଲା, ମୁଁ ମୌନବ୍ରତ ଭାଙ୍ଗି ଆଶ୍ଵାସନା ଦିଏ ଯେ ଇଏ କେବଳ ବିଭାଜନର ଘଟସୂତ୍ରକୁ ଏକ ନମୁନା ଥିଲା, ବରଂ ଯୋଗସୂତ୍ର ବାନ୍ଧି ହେଇଗଲା, ବନ୍ଧୁ ପରି ଏକ ଆତ୍ମିକ ସ୍ୱରବ୍ୟଞ୍ଜନାର ଅନତିରଞ୍ଜିତ ବ୍ୟସ୍ତତା ଉପରେ ଯବନିକା ପଡେ, ହେଲେ ଇଏ କଣ ଯୋଗସୂତ୍ର କଣ କଠିନ ଥିଲା! ଦେଖୁ ଦେଖୁ ମୋ ଦି'ଜଣ ସାଙ୍ଗ ମୌନ ଅବଲମ୍ବନ କରିବାକୁ ଲାଗିଲେ, ମୋ ନେହୁରା ନିଷ୍ପ୍ରଭ!


ରଚନା : ଅମ୍ରିତେଶ ଖଟୁଆ

ଠିକଣା : ୨୩୭, ଫେଜ-୨, କାନନ ବିହାର, ପଟିଆ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର - ୭୫୧୦୨୪ ଫୋନ ନମ୍ବର : ୯୩୪୮୯୪୯୪୩୦

0 Comments