କବିତା - ଅହମିକା - ଆଶ୍ରିତ୍ ମହାପାତ୍ର

କବିତା - ଅହମିକା - ଆଶ୍ରିତ୍ ମହାପାତ୍ର

" ଅହମିକା "
------------------
ଶ୍ଵାନତୁଲ୍ୟ ତୁମ୍ଭ କାର୍ଯ୍ୟରେ ସଙ୍ଗାତ
ଏଇ ଧରିତ୍ରୀ ମାଆର କୋଳେ ।
ହିଂସା,କପଟ ର ମାୟା ପ୍ରେମ ଜାଲେ
ଆଜି, ଖେଳୁଅଛ ବନ୍ଦୀଶାଳେ ॥

ସଂସାରର ଦୁଃଖେ ଇଂଙ୍ଗୀତ କରୁଛ
ଅତ୍ୟାଚାର ସାଥେ ଖେଳି ।
ଶ୍ରମାର୍ଜିତ ଧନ ଲୁଣ୍ଠନ କରୁଛ
ଦୁଃଖୀ ମୁଖେ ଲୁହ ଢ଼ାଳି ॥

ନିଶାଦ୍ରବ୍ୟ ତୁମ୍ଭ ଆହାର ଜନ୍ମିଛି
କୁଭାଷା ଗିଲାସ ପାଣି ।
ମାଆ , ଭଉଣୀଙ୍କୁ ଅସମ୍ମାନ କରି
ତାଙ୍କ ଜୀବନ ନେଉଛ ଟାଣି ॥

ନିରୀହ ଜୀବନ କର ତୁମ୍ଭେ ଲୀନ
ବନ୍ଧୁକ ସଙ୍ଗୀନେ କାହିଁ ?
ଈଶ୍ଵରଙ୍କ ତୁଲ୍ୟ ପିତା ମାତା ମୁଖେ
ଘୃଣ୍ୟ ବ୍ୟବହାରେ ଚାହିଁ ॥

ଏ ଦୁନିଆ କରୁଛ କଳୁଷିତ ତୁମ୍ଭେ
ଦେଇ ପ୍ରଦୂଷଣ ଟିକା |
ପ୍ରେମ, ପ୍ରତାରଣା ସ୍ଵାର୍ଥପର ,ଘୃଣା
ସବୁଚାଲେ ଅନାମିକା ॥

ଏକତା ଭାଙ୍ଗୁଛ ଜାତିବର୍ଣ୍ଣ ସଙ୍ଗେ
ପ୍ରାଚ୍ୟ ପରମ୍ପରା ଭୁଲି ।
ସ୍ଵାଧୀନ ଭାରତେ ତ୍ରିରଙ୍ଗା କୁ ଧରି
ତୁମ୍ଭେ, ଛଳନା କରୁଛ ଖାଲି ॥

ତଥାପି ତୁମ୍ଭର ଆତ୍ମା ଯେ ଅଶାନ୍ତି
ଈର୍ଷା ସାଥେ ଅହଂକାର ।
ପାଖେଇ ଆସୁଛି ତୁମ୍ଭ ଅନ୍ତିମ ସମୟ
ଆଉ , ଅହମିକା କିମ୍ପା କର ॥

------------- XXXX-----------


ରଚନା : ଆଶ୍ରିତ୍ ମହାପାତ୍ର

ଠିକଣା : ଟାଙ୍ଗୀ, ଖୋର୍ଦ୍ଧା ଦୂରଭାଷ :


0 Comments