କବିତା - ଝରା‌ଲୁହେ ଡାକେ ମଙ୍ଗଳାଯୋଡ଼ି - ଆଶ୍ରିତ୍ ମହାପାତ୍ର

କବିତା - ଝରା‌ଲୁହେ ଡାକେ ମଙ୍ଗଳାଯୋଡ଼ି - ଆଶ୍ରିତ୍ ମହାପାତ୍ର

ବିହଙ୍ଗ ବ୍ୟାକୁଳ ଧ୍ବନି କୋଳାହଳ
ସୌନ୍ଦର୍ଯ୍ୟ ତୃପ୍ତି ରେ ଦିଶଇ ଉଜ୍ଜଳ ।
ରଙ୍ଗବେରଙ୍ଗର ଡେଣାକୁ ହଲାଇ
ନାଉରୀଆ ଡଙ୍ଗା ଦିଏ ସେ, ଚଲାଇ ॥

ଟାଙ୍ଗି ଗ୍ରାମ ଦେଇ ଏକ ଭିନ୍ନ ମାର୍ଗ ନେଇ
ଛୋଟ ଗାଁରୂପେ ଯାଏ ସିଏ ବହି ।
ଡିସେମ୍ବର ଠାରୁ ଲାଗେ ବିଦେଶୀଙ୍କ ଧାଡ଼ି
ହସ ତାଳେ ନାଚେ ମଙ୍ଗଳା ଯୋଡ଼ି ॥

ପର୍ଯ୍ୟଟନ ସ୍ଥଳୀ ବିଶ୍ଵ କରେ ହୁରି
ସହାୟତା ପଥେ ଡ଼ାକେ ହାତ ଠାରି ।
ଏହତ ମାନବ ପାଲଟି ଦାନବ
ବିହଙ୍ଗ ଜୀବନ କରୁଥାଏ ଠାବ ॥

ରକ୍ତ ଟୋପା ଭାସେ ଗୁଳିମୟ ଝଲ୍ ସେ
ଡହଳ ବିକଳେ ଆକାଶରୁ ଖସେ ।
ଚୋରା କାରବାରେ ମାଂସ ହାଡ଼ ଯାଏ
ସହସ୍ର ସହସ୍ର ମୁଣ୍ଡ ପଡ଼ିଥାଏ ॥

ବିଦେଶୀଙ୍କୁ ଚାଲେ ପ୍ରତାରଣା ନିତି
କଥା କୁହାଳିଆ ପଇସା ରେ ମାତି ।
ଲଗାମ୍ ଛଡା ହୋଇ ପଡିଛି ଏ ରାସ୍ତା
ପର୍ଯ୍ୟଟକ ଆମ ହୁଅନ୍ତି ହିନସ୍ତା ॥

କାହିଁ ସରକାର କାହିଁ ଚେତାବାଣୀ
ଝରାଲୁହେ ଡାକେ, ଆମ ଚିଲିକା ରାଣୀ ।
ଅଭିମାନେ ଅଛି ବିଦେଶୀ ବିହଙ୍ଗ
ପ୍ରକୃତିର ଶୋଭେ ଦିଶୁନି ତା ରଙ୍ଗ ॥

ବନ୍ଦୀ ଜୀବନ ତା ମୁକ୍ତ କର ପ୍ରଭୁ
ସମାଜ କଳଙ୍କ ତା ଅନ୍ତରରୁ ଲିଭୁ ।
ଏତିକି ବିନତୀ , ଭିକ୍ଷେ ହାତ ଯୋଡ଼ି
ଝରା ଲୁହେ ଡାକେ ମଙ୍ଗଳା ଯୋଡ଼ି ॥


ରଚନା : ଆଶ୍ରିତ୍ ମହାପାତ୍ର

ଠିକଣା : ଟାଙ୍ଗି । ଖୋର୍ଦ୍ଧା । ଦୂରଭାଷ :


0 Comments