ସରଗ ଛୁଆଁ - ସୁଧାକର ସେଠୀ

ସରଗ ଛୁଆଁ - ସୁଧାକର ସେଠୀ

ଶୁଭ୍ର ମେଘ ମାଳା ଯାଉଛି ଚୁମି
ପର୍ବତର ଚୁଡା ଦେଶେ 
ସବୁଜ ଘଞ୍ଚ ବନାନି ଭିତରେ
ଅପୂର୍ବ ସେ ସମାବେଶ

ରହିରହି ଭାନୁ ଯାଆନ୍ତି ଦିଶି
ମେଘ ସାଥେ ଖେଳି ଦୋଳି
ମନଲୋଭା ସେଇ  ଦୃଶ୍ୟକୁ ଦେଖି
ମନ ମୋ ଯାଏ ଚହଲି।

ଆକାଶ ରାଇଜୁ ଟୋପାଟୋପା ବାରି
ସତେ ଅବା ପୂଷ୍ପ ବୃଷ୍ଟି
ଲାଗୁଛି ସତେକି ଦେବତାଙ୍କ ହାତୁ
ପଡୁଛି ଆନନ୍ଦେ  ଖସି

ଅବା କେଉଁ ଅପସରାର ଲୋତକ
ପଡୁଛି  ଗଣ୍ଡଦେଶ ଚୁମି
ସ୍ପର୍ଶ ମାତ୍ରକେ ଦେହ ଯାଏ ଶୀତେଇ
ମନ ମୋ ଉଠଇ ଝୁମି

ଅବା ଲାଗେ ସତେ କନ୍ଦର୍ପ ପୁରୁଷ
କରିଛି କି ଶକ୍ତି ଭେଦ 
ସରଗ ସୁସମା ଅଜାଡି ତା ହାତେ
ମର୍ତ୍ତ୍ୟରେ  ହୁଏ ବିରାଜ

ପକ୍ଷୀଙ୍କ କାକଳି  ବାନରଙ୍କ ଡିଆଁ
ଜଙ୍ଗଲୁ  ଶୁଭେ ସ୍ବର
ଶ୍ବାପଦ ଭୟରେ ହୃଦଥରିଯାଏ
ମନରେ ଜାଗେ ବିକାର

ଯେତେ ଦେଖିଲେବି ମନତ ବୁଝୁନି
ହେଉଛି କେତେ ବିକଳ
ଦୁର ପରବାସୀ  ଆସିଛି ମୂଲକେ
ବେଳ ହେଲାଣି ଉଛର।

ଜମ୍ବେଶ୍ବରପୁର,ବାଲେଶ୍ବର
ଦୁରଭାଷ-୯୩୩୭୬୮୧୫୨୪

Sent from my Samsung Galaxy smartphone.

0 Comments