ତୁମେ ତ ତାନ୍ତ୍ରିକ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ତୁମେ ତ ତାନ୍ତ୍ରିକ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ମୁଁ ଆସିଛି ହେ ତୁମ ଦୁଆରେ
ଦରଶନ ଦିଅ ଦରଶନ ଦିଅ
ଦେଖିବି ପାପ ଚକ୍ଷୁରେ  ।।
ସଂସାର ବନ୍ଧନ
          ମନେପଡେ ନାହିଁ
ଚଉଦିଗେ ତୋର ରୂପ ଝଲସଇ
ମନ ମୋ ତୋ ପାଦପଦ୍ମ ରେ
ମୁଁ ଆସିଛି ହେ ତୁମ ଦୁଆରେ  ।।
ବୈନତେୟ ପଛେ
         ହୋଇଛି ଠିଆ ହେ
ଅଧା ଅଧା ମୁହଁ କରୁଛି ବାଇଆ
ସତେ/ପ୍ରାଣ ପକ୍ଷୀ ଉଡିଯାଏ ରେ
ମୁଁ ଆସିଛି ହେ ତୁମ ଦୁଆରେ  ।।
ଫାଳେ ଚକା ନେତ୍ର
          କଲାଣି ମୋହିତ
ହୋଇଗଲିଣି ହେ ଭାବେ ବିହ୍ଵଳିତ
ତାନ୍ତ୍ରିକ ର ମନ୍ତ୍ର ପ୍ରକାରେ
ମୁଁ ଆସିଛି ହେ ତୁମ ଦୁଆରେ  ।।
ଦୟାଣା, ତୁଳସୀ
          ମାଳର ମହକ
ରତନ ଦୀପରେ କର୍ପୁର ର ଧୂପ
ମନ ପ୍ରାଣ ହଜିଯାଏ ରେ 
ମୁଁ ଆସିଛି ହେ ତୁମ ଦୁଆରେ  ।।
ବିଶ୍ଵ କଳାକାର
        ଶ୍ରୀରଙ୍ଗା ଅଧର
ପାପନେତ୍ର ପଥେ ଦର୍ଶନ ତୁମର
ସାହା ହେବେ ଆରପାରି ରେ
ମୁଁ ଆସିଛି ହେ ତୁମ ଦୁଆରେ  ।।

0 Comments