ବନ୍ଧୁ - ଅମ୍ରିତେଶ ଖଟୁଆ

ବନ୍ଧୁ - ଅମ୍ରିତେଶ ଖଟୁଆ


ମୋ ପାଇଁ, ହେ ପ୍ରିୟ ସଖା, ତୁମ୍ଭ କେବେ ନୁହଁ ଅର୍ବାଚୀନ,
ଯେବେ ଥିଲ ତୁମେ ଏହି ପ୍ରଥମ ଚାହାଣିର ଦର୍ଶନ।
ଏପରି ତୁମ ସୌନ୍ଦର୍ଯ୍ୟ ଦିଶେ ସ୍ଥିର। ତିନି ଶିଶିର ଶୀତଳ,
ଥିଲା ସେହି ଅରଣ୍ୟ ତିନି ନିଦାଘ ଦର୍ପେ ଶିର ନମି ତଳ।
ତିନି ମଧୁମୟ ବସନ୍ତରୁ ପରିବର୍ତ୍ତିତ ହରିଦ୍ରା ଶରତ,
ଏହି ଋତୁ ପ୍ରକ୍ରିୟାରେ ଯାହା ଦେଖିଥିଲି,
ତିନି ଏପ୍ରିଲ ଇତର ଯାଏ ତିନି ଉଷ୍ମ ଜୁନରେ ଭସ୍ମୀଭୂତ,
ଆରମ୍ଭେ ଯେବେ ଦେଖିଥିଲି ତୁମକୁ ସ୍ୱଚ୍ଛନ୍ଦ, ଯାହା ବି ସବୁଜ ପ୍ରୀତ।
ଆଃ! କିନ୍ତୁ ସୌନ୍ଦର୍ଯ୍ୟ ଚାଲେ ଘଡି ପରି
ସବୁ ଲୁଣ୍ଠିତ ଚିତ୍ରଣ ପରି, କିଛି ରହେନି ଅବିରତ,
ତୁମ୍ଭ ମିଠା ସ୍ମୃତିର ମରୀଚିକା ମୋତେ ଠିଆ କରି,
ଦେଖାଏ ଚଳନ, ବୋଧେ ମୋ ଚକ୍ଷୁଦ୍ୱୟ ଛଳାହତ।
କାହାକୁ ଅବା ଭୟ, ଶୁଣ ତୁମ୍ଭ କଥା ବଂଶାନୁଗତ,
ଜନ୍ମ ତୁମ୍ଭର ହେବା ପୂର୍ବେ ସୁନ୍ଦର ନିଦାଘ ହୋଇଥିଲା ମୃତ। 

Writer's Details: ଅମ୍ରିତେଶ ଖଟୁଆ
୨୩୭, ଫେଜ୍-୨, କାନନ ବିହାର, ପଟିଆ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର - ୨୪
Content Category:
Submission Date: Aug 12, 2019

0 Comments