କୋଣାର୍କ ମୁଁ କହୁଛି - ସୁଧାକର ସେଠୀ

କୋଣାର୍କ ମୁଁ କହୁଛି - ସୁଧାକର ସେଠୀ


ଭଗ୍ନ ଶିଳା ଭଗ୍ନ ରୂପେ
ହୋଇଛି ଆଜି ଠିଆ
କୋଣାରକ ମୁଁ ଗର୍ବେ କହେ
ଓଡିଆଜାତିର ଗଳାମାଳା

ବେଶୀ ବିଦେଶୀ ପର୍ଯ୍ୟଟକଙ୍କ
ଦେଖି ସେ ଲାଜୁଆ ଆଖି
ହୃଦ ମୋ ହୁଏ ଶିହରତ
ବ୍ଲାକପାଗୋଡ ଦେଲେ କେ ଡାକି

ଧରି କିରତି ଧ୍ବଜା ବଜାଇ ବାଜା
ଇତିହାସ ମୂକ ସାଖି
ସବୁ ଓଡିଆଙ୍କ ହୃଦେ ସ୍ପନ୍ଦନ ମୁଁ
ଦେଖି ଚହଲିଛି ଆନ ଛାତି

ରହିଛି ନୀରବେ କେତେ ଯୁଗରୁ
ସାଜି କଣ୍ଠେ ମୁକୁତା
ଓଡିଆଜାତିର ମୁଖଶାଳା ମୁଁ
ଗରବେ ଟେକିଛି ମଥା

କେ କତେ ତ୍ୟାଗ ମୋ ପାଇଁ କରିଛି
ଗୋଟିଗୋଟି ସବୁ ଯାଏ ଦିଶି
ବାରଶ ବଢେଇ ବାର ବରଶରେ
ଗଢିଥିଲେ ସାଗରଗରଭ ପୋତି

ବିଶୁ ମହାରଣା ଧରମାର କଥା
ସମୟତ ତାର ମୂକ ସାଖି
ଶହଶହ ଶବ କୁଢରେ ବସିଛି
ଭାବିଲେ ଥରୁଛି ମୋ ପଥର ଛାତି

ଦଧିନଉତିରୁ ସାଗର ଗର୍ଭକୁ
ଡେଇଁଥିଲା ଧରମା ରଖିଟାଣ
ଜାତିର ମହତ ସ୍ବାଭିମାନ ପାଇଁ
ହସିହସି ସେ ଦେଲା ପରାଣ

ସବୁ ଦେଖିଛି ସବୁ ଶୁଣିଛି
ପ୍ରତିଶୋଧ ନିଆଁ ଦିଏ ଜାଳି
ଲୁଟେରା ଜାତିର ବର୍ବବରତା ଆଗେ
ସବୁ ଦାମ୍ଭିକତା ପଡଛି ଟଳି

ଛିପ୍ନ ମସ୍ତକ ଭଗ୍ନ ବପୁ
ଧରି କ୍ଷତାକ୍ତ ହୃଦ
ମାଦଳ ପରି ପଡିଛି ନୀରବେ
ରଖିବାକୁ ଜାତିର ଟେକ

Writer's Details: ସୁଧାକର ସେଠୀ
ଭିନ୍ନକ୍ଷମ ଜାତୀୟ କ୍ରୀଡାବିତ
ଜମ୍ବେଶ୍ବର, ବାଲେଶ୍ବର, ଦୁରଭାଷ-୯୩୩୭୬୮୧୫୨୪
Content Category:
Submission Date: Jun 07, 2019

0 Comments