କ୍ଷୁଦ୍ରଗଳ୍ପ - ଚାରି ପାହାଚରେ ମଣିଷ - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ଚାରି ପାହାଚରେ ମଣିଷ - ନାରାୟଣ ଚନ୍ଦ୍ର ସେନାପତି

ସେଦିନ ସତ୍ ସଙ୍ଗରୁ ଫେରି ଗୁଣୁଗୁଣୁ ହୋଇ କ'ଣ ଗାଇ ପକାଉଥାଏ ମୁନି।ତା ଜେଜେ ବେଣୁ ବାବୁ କହିଲେ କଣ କିରେ ମୁନି, ଆଜି କଣ ପବନରେ ଉଡୁଛି ତୋ ମନ?କୁଆଡେ ଆଜି ଯାଇଥିଲୁ କି?ମୁନି କହିଲା ନାଁ ମ ଜେଜେ,ଆଜି ସତସଙ୍ଗ ଯାଇଥିଲି ତ,କି ଭକ୍ତି ଭରା ଭଜନ, କି ଆତ୍ମହରା କୀର୍ତ୍ତନ, ମୋ ମନ ବୋଧ ହୋଇଗଲା।ଆରେ ତୁ ତ ବଡ଼ ଠାକୁର ଭକ୍ତ ହୋଇଗଲୁଣି।ଆଉ କଣ ସବୁ ଶିଖିଲୁ କହିଲୁ ?ଜେଜେଙ୍କର ଏ ପ୍ରଶ୍ନର ଉତ୍ତର ଦେଉ ଦେଉ କହିଲା,ଜେଜେ ସେଠାରେ ତ ମୁଁ ବହୁତ କିଛି ଦେଖି ଶୁଣି ଶିଖିଲି, ହେଲେ ତୁମେ ତ ଆଗରୁ କୁହ,ପୁରାଣ,ମହାଭାରତ,ରାମାୟଣ ସବୁ ଜାଣିଛ,ହେଲେ ମୁଁ ଗୋଟିଏ ପ୍ରଶ୍ନ ପଚାରିବି କହି ପାରିବ?ଜେଜେ କହିଲେ,ତୁ ଏମିତି କି ପ୍ରଶ୍ନ ପଚାରିବୁ ଯେ ମୁଁ କହିପାରିବି ନାହିଁ।ଆରେ ଏ ଆଠ ଖଣ୍ଡ ମୌଜାରେ ପରା ମୋ ନାଆଁ ଡାକ ଅଛି।ଛୁଆଠୁ ବୁଢା ପର୍ଯ୍ୟନ୍ତ କାହା ପ୍ରଶ୍ନର ଉତ୍ତର ନ ଦେଇଛି ତୋ ଜେଜେ ଏ ବେଣୁ ମହାପାତ୍ର।ପଚାର କଣ ପଚାରିବୁ।


ମୁଚୁ ମୁଚୁ ହସି ମୁନି ପଚାରିଲା ତା ପ୍ରଶ୍ନ,ଜେଜେ "ଏ ଜୀବନର ଶ୍ରେଷ୍ଠ ଚାରି ପାହାଚକୁ ଯେ ସଠିକ ଭାବେ ଅତିକ୍ରମ କରିପାରିବ,ସେ ସଫଳତାର ମୁକୁଟ ହି ପିନ୍ଧିପାରିବ।ତେବେ କହିଲ, ଜୀବନର ସେଇ ଶ୍ରେଷ୍ଠ ଚାରି ପାହାଚ କ'ଣ?"

ଜେଜେ କହିଲେ ଆରେ ଏଇଟା ଗୋଟେ ପ୍ରଶ୍ନ,ପୁଣି ବେଣୁ ମହାପାତ୍ର କୁ?ତୁ ଯେବେ ଛୋଟ ହୋଇଥିଲୁ ତୋତେ କାନ୍ଧରେ ବସାଇ ଚଢିଥିଲି କପିଳାସର ତେରଶ ବାଉନ ପାହାଚ।ତୋ ଜେଜି ସାଙ୍ଗରେ ଛୁଆଠୁ ବୁଢା ପର୍ଯ୍ୟନ୍ତ ଶ୍ରମନ୍ଦିର ବାଇଶି ପାହାଚ କେତେ ଯେ ଉଠିଛି ତାହା ଗଣି ପାରିବୁ ନାହିଁ,ତୁ ପଚାରୁଛୁ ଚାରି ପାହାଚ କଥା।ମୁନି ଠୋ ଠୋ ହସିଲା ଓ କହିଲା, ଜେଜେ ସେ ପଥର ତିଆରି ପାହାଚ ନୁହଁ ମ ,ଏ ପରା ମଣିଷ ଜୀବନର ପାହାଚ,ସୋପାନ ଅର୍ଥାତ୍ ମାର୍ଗ । ଏ ଦର୍ଶନ କଥା ତତ୍ତ୍ୱ କଥା,ଏ ସୂକ୍ଷ୍ମ ଜିନିଷ,ସ୍ଥୁଳ ଦେଖିବା ପରି ଜିନିଷ ନୁହଁ।

ବାସ୍ତବରେ ବେଣୁବାବୁଙ୍କର ସେତେ ଜ୍ଞାନ ନ ଥିଲା।ସେ କେବଳ ହୁଙ୍କା ପିଟା ଭଳି ଲୋକଙ୍କୁ ବାହାସ୍ପୋଟ ମାରୁଥିଲେ।ଏ ଜଟିଳ ପ୍ରଶ୍ନ ତାଙ୍କ ମସ୍ତିଷ୍କକୁ ଆନ୍ଦୋଳିତ କଲା।ବଡ ଅଡ଼ୁଆରେ ପଡିଲେ ସେ।ଏ ଥର ଜେଜେଙ୍କର ଅକଲ ଗୁଡୁମ୍।କହିଲେ ନାତୁଣୀ, କହିଲୁ ଦେଖି ଜୀବନର ଚାରି ପାହାଚ କଣ ତୁ କାହା ପାଖରୁ ଶୁଣିଛୁ।ମୁନି କହିଲା ଜେଜେ,ବାଲେଶ୍ୱରରୁ ଜଣେ ବଡ ପଣ୍ଡିତ ଋତ୍ଵିକ ଦେବତା ଆସିଥିଲେ।ସେ କହୁଥିଲେ, ଜନ୍ମରୁ ମରଣ ସମୟ ଭିତରେ ଚାରୋଟି ପାହାଚ ଅଛି,ବାଲ୍ୟକାଳ, କିଶୋର ସମୟ,ଯୌବନ ବା ବିବାହ ସମୟ ଓ ଶେଷରର ତୁମ ପରି ବୃଦ୍ଧାବସ୍ଥା।ଏ ଚାରି ପାହାଚକୁ ଯେ ଭଲଭାବେ ଅତିକ୍ରମ କରିଥିବ,ସେ ହିଁ ବିଜୟୀ ମଣିଷ।

ଜେଜେ କହିଲେ,ଆରେ ଏମନ୍ତ କଥା,ତାହେଲେ ମୁଁ ଖାଲି ସଫଳ ନୁହଁ,ଅତ୍ୟନ୍ତ ସଫଳ ହୋଇଛି।କାରଣ ପିଲାବେଳେ କାଳେ ମୁଁ ଥିଲି ପ୍ରଚଣ୍ଡ ଚଗଲା।ସାଙ୍ଗସାଥିଙ୍କୁ ମୁଁ କୁକୁଡାପରି ମୋଡିଦିଏ।କାହାକୁ ଖାତିର କରେ ନାହିଁ।ଯଦି କୁହେ ଏଇଠି ମୁତିବି, ତେବେ ମୁତେ,ଯଦି କହେ ଏଇଟା ମୋର ଦରକାର,ତେବେ ବି ମୁଁ ନ ପାଇଲା ପର୍ଯ୍ୟନ୍ତ ଯୁଦ୍ଧ ଲଗେଇ ଦିଏ।ମୋ ବାପା ମା ସମସ୍ତେ ମୋତେ ଡରନ୍ତି।ମୁଁ ଯାହା କୁହେ ତାହାହିଁ କରେ।ମୁଁ ବି କୁହେ,ମୁଁ ଠାକୁର,ମୋତେ ପୂଜା କର।ଏ ପଥରଟା କୁ ଭୋଗ ଦେଉଛ କାହିଁକି?

ଆଉ କିଶୋର କଥା କହୁଛୁ ତ,ମୋ ଇଚ୍ଛା ଅନୁସାରେ ସ୍କୁଲ ଯାଏ,ମନ ହେଲେ ଯାଏନି।ମୋ ବାପା ମା ରାଗିଲେ ସିନା ଘରୁ ପଳାଏ ହେଲେ ବସ୍ତାନି ରଖିଦେଇ ବଣ ଜଙ୍ଗଲ, ପାହାଡ଼ ପର୍ବତ, ବଜାର ଯୁଆଡେ ଇଚ୍ଛା ବୁଲେ।ମୋ ସାଙ୍ଗ ସାଥି ସବୁ ମୋତେ ଡରନ୍ତି। ମୋର ଏମିତି ଲକ୍ଷ୍ୟ ଥିଲା ଯେ ରାସ୍ତା ଲାଇଟ, ଚଢେଇ ବସା, କାହା ବାଡ଼ିର ଫଳ, କି କୁକୁଡ଼ା କି ବିଲେଇ କି କୁକୁର ଯାହାକୁ କହିବୁ ଢେଲା ମାରି ଉଡେଇ ଦିଏ।ସମସ୍ତେ କୁହନ୍ତି ତୁ ପୂର୍ବ ଯୁଗରେ ଅର୍ଜ୍ଜୁନ କି କର୍ଣ୍ଣ ଥିଲୁ ବୋଧେ।ଖାଲି ସେତିକି ନୁହଁ ସାର୍ ରାଗିଲେ,ସେଦିନ ତାଙ୍କ ସାଇକେଲ ପମ୍ପ ଖୋଲିଦିଏ,ବିଚରା ମାଷ୍ଟ୍ରେ ସାଇକେଲ ଗଡେଇ ଗଡେଇ ଯାଆନ୍ତି।ଆଉ ଗାଁ ଯାତ୍ରାରେ ଯଦି ଆଗ ସିଟ୍ କିଏ ନ ଦେଲା, ତେବେ ମୋ ସାଙ୍ଗଙ୍କୁ ନେଇ ମେନ ଲାଇନ୍ ରେ ଅମରୀ ବାଡ଼ି ପକାଇ ଡ୍ରପ ଆଉଟ ଉଡାଇ ଅନ୍ଧାର କରିଦିଏ।ତେଣୁ ପାଲା ହେଉ କି ଯାତ୍ରା ସବୁଠି ଆଗରେ ମୋ ସିଟ୍।ଖାଲି ସେତିକି ନୁହଁ ରାସ୍ତାରେ ଲୋକଙ୍କ ଠାରୁ,ଗାଡି ଅଟକାଇ ଚାନ୍ଦା ଆଦାୟ କରିବାରେ ମୁ ଥିଲି ଓସ୍ତାତ୍।

ବାହାଘର କଥା ଶୁଣିବୁ ନାତୁଣୀ,ଲାଜ କଥା ହେଲେ ବି ସେ ସାହସିକିତା ପାଇଁ ସମସ୍ତେ ପରା ଏ ଯାଏ ତାରିଫ୍ କରନ୍ତି।ମୁଁ କିଛି ଚାକିରୀ ବାକିରି କରି ନଥିଲି ବୋଲି ଝିଅ ଦେଉ ନ ଥିଲେ।ତୋ ଜେଜିଘର କହିଲେ ଏ ଭେଣ୍ଡିଆ ଟା ବାପ ମା ଅନ୍ନ ଧ୍ବଂସ କରୁଛି,ୟାକୁ ଝିଅ ଦେବା ଯାହା ଭିକାରୀ ବେକରେ ଝୁଲେଇବା ସେୟା।ମରଦ ପୁଅ ସମ୍ଭାଳି ପାରିଲି ନାହିଁ ଅପମାନ, ରାତାରାତି ଟେକି ଆଣିଲି।ତୁ ନାତୁଣୀ ବୋଲି କହିଦେଲି।ଖାଲି ସେତିକି ନୁହଁ ବାହାଘର ପରେ ମୁଁ କାମଦାମ ନ କଲେ ଖାଇବା ବନ୍ଦ ବୋଲି ମୋ ବାପା କହିଲେ,ତୋ ଜେଜି ତାଙ୍କ ଗୋଡଧୁଆ ପାଣି ନ ପିଇବାରୁ,ସେବା ଙ କରିବାରୁ କେତେ କଥା ମୋ ମା କହିଲା, ମୁଁ ଛାଡିବାର ପିଲା ନ ଥିଲି,ମାସେ କଥା ହେଲି ନାହିଁ କି ତୋ ଜେଜିକୁ କହିଲି ରୋଷେଇ କରି ସେମାନଙ୍କୁ ଖାଇବାକୁ ଡେ ନା।ଖାଲି ସେତିକି ନୁହଁ ତୋ ଜେଜି ମୋତେ ବଡ ବଡ କଥା କହି ରାଗିଲା,ମୋ ମୁହଁ ଉପରେ ଜବାବ ଦେଲା,କେତେ ସାହସ ତାର... ଆରେ...ତୁ ସ୍ତ୍ରୀ ଲୋକଟା ମୁଁ ମର୍ଦ୍ଦ ପୁଅ ମୁଣ୍ଡକୁ ପିତ ଚଢ଼ିଗଲା,ପକେଇଲି ପାଂଚନ ବାଡ଼ିରେ ମାଡ଼,ବାପାଲୋ ମା ଲୋ ହେଲା,ତା ଦାନ୍ତ ଗୋଟେ ଭାଙ୍ଗିଦେଲି।

ଆଉ ଶେଷ ପାହାଚ କଥା,ଗାଁ ମିଟିଂ ରେ ଯିଏ ବଡ଼ ବଡ଼ କଥା କୁହେ,ତା ସତାଳେ ସାତ ପୁରୁଷ କଥା କହି ମୁହଁ ବନ୍ଦ କରିଦିଏ।ସେଥିପାଇଁ ପରା ଭୟରେ ମୋତେ କେହି ଡାକୁ ନାହାନ୍ତି ଏବେ।ଆଉ ଇଲେକ୍ସନ ସମୟରେ ସବୁ ପାର୍ଟିର ଲୋକ ପରା ମୋ ପାଖରେ।ନାତୁଣୀ ତୁ ଜାଣିନୁ,ମୋତେ କେଉଁ ପାର୍ଟିର ବୋଲି କେହି ଜାଣନ୍ତି ନାହିଁ।ଆଉ ସବୁ ଦଳଠାରୁ ପଇସା ଚୋସ୍ତ ପକାଇଦିଏ । ଏଥର କହିଲୁ ମୁଁ ଚାରି ପାହାଚକୁ କେ 


Writer's Details: ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର
Content Category:
Submission Date: Jul 29, 2019

0 Comments