ବର୍ଷାର ଗୀତ - ଘନଶ୍ୟାମ ମହାନ୍ତ

ବର୍ଷାର ଗୀତ - ଘନଶ୍ୟାମ ମହାନ୍ତ


(ଏକ)
ଠା ଠା ଶୁଖିଲା ଭୂଇଁରେ ପାଦ ଥାପି
ତୁମେ ଯେବେ ଓହ୍ଲେଇ ଆସିଲ
ଧରିତ୍ରୀର ବୁକୁରେ
ମହକିଗଲା ମାଟିର ବାସ୍ନା
ଅଙ୍କୁରିଗଲା ତୃଣ ମଂଜିରୁ
ଏବେ ଯେଉଁଠି ଦେଖିବ
ସୃଷ୍ଟିର ସ୍ୱାକ୍ଷର
ସବୁଜ ମାୟାରେ ଆନ୍ ମନା ଧରିତ୍ରୀ ।

(ଦୁଇ)
ବର୍ଷା ଆସିଲେ
ସ୍ମୃତିର କାଗଜ ଡଙ୍ଗା ଖୋଜେ
ଗୋଟେ ପରିଚିତର ଠିକଣା
ବୋହିନେବାଲାଗି
ସୁଖଦୁ଼ଃଖ ଲହୁଲୁହ ହସକାନ୍ଦ
ଚୁନାଚୁନା କେତେ ଯେ ଭାବନା ।

Writer's Details: ଘନଶ୍ୟାମ ମହାନ୍ତ
କରଦାଙ୍ଗୀ,ତେଲକୋଇ,କେନ୍ଦୁଝର
Content Category:
Submission Date: Aug 12, 2019

0 Comments