ଧନ୍ୟବାଦ - ଅଧ୍ୟାପିକା ସସ୍ମିତା ମିଶ୍ର

ଧନ୍ୟବାଦ - ଅଧ୍ୟାପିକା ସସ୍ମିତା ମିଶ୍ର

ରାଜନୀରାଣୀ ଭରି ଯାଏ ମୋ ଅଗଣାରେ
ମହକି ଉଠେ ଘର ଦାଣ୍ଡ ଅଗଣା 
ଅବିଳମ୍ବେ ଛୁଇଁ ଯାଏ ନାସାପୁଟ ମୋର 
ମନ କିନ୍ତୁ ତୁମକୁ ଛୁଏଁ 
ତୁମକୁ ଖୋଜେ 
ଧନ୍ୟବାଦ ଟିଏ ପାଇଁ 

ସୁଆଦିଆ ବାଡ଼ି ବରକୋଳି 
ଗୋଟାଇ ଆଣେ 
ରସନା ରସାୟିତ ହୁଏ 
କିଏ ଭରିଛି ରସ 
ରସପୁରୁଷକୁ ମନ ଚାହେଁ 
ହୃଦୟରୁ ଧନ୍ୟବାଦ ଟିଏ ପାଇଁ 

ଵାରୀଦ ଘନ ହୁଏ 
ଆକାଶରେ ବାଜା ବାଜେ, ରୋଷଣୀ ହୁଏ 
ଝର ଝର ବରଷି ଯାଏ, ସେ ଝୁରୁଝୁରୀ ପରି 
Dବାରି ଭିଜାଏ ଦେହ
ମନ କିନ୍ତୁ  ପ୍ରେମରେ ଭିଜେ 
ତୁମକୁ ଖୋଜେ 
ଧନ୍ୟବାଦ ଟିଏ ପାଇଁ 

ବଲିହାରେ ରାତି ହୁଏ 
ପାହାଡ଼ ସେପାଖିରୁ 
ଜହ୍ନ ଫକ  କିରି ଡେଇଁ ପଡେ 
ସବୁଜ ତୀଖରେ 
ବୁଣିଦିଏ ରୂପେଲି ରଙ୍ଗ 
ମନ ହଜିଯାଏ 
ଖୋଜିବସେ କାନଭାସ ପଛର 
ସେ କଳାକାରକୁ 
ଧନ୍ୟବାଦ ଟିଏ ପାଇଁ 

ବାରିଧି ରେ ଉର୍ମି ଉଠେ 
ତୁହାକୁ ତୁହା ଧବଳ ଫେଣ 
ପାଦ ଛୁଏଁ 
ପଛକୁ ଫେରେ 
ମନ ଆତ୍ମହରା ହୁଏ 
ଆଗକୁ ଧାଏଁ 
ତୁମକୁପାଇ 
ଧନ୍ୟବାଦ ଦେବା  ପାଇଁ 

ଲତା, ଅଶା, ଉଷା 
ମୁକେଶ ବା ମହମ୍ମଦ 
କିଶୋର କି କୈଳାସ 
ସ୍ୱର ର କି 
ଆବେଗିକ  ଶିହରଣ 
ମନ ଉନ୍ମାଦିତ ହୁଏ 
ଚରମ ଉନ୍ମାଦନା ରେ ଲୋଡି ବସେ ତୁମକୁ 
ଧନ୍ୟବାଦ ଟିଏ ପାଇଁ 


ଦିଅଁ ଦେଖେ 
ପାଷାଣ ବା  କାଷ୍ଠ 
ମୃଣ୍ମୟୀ ବା ପଞ୍ଚଧାତୁ 
ଭିନ୍ନ ଭିନ୍ନ ରୂପ 
ଭିନ୍ନ ନାମ 
ଭିନ୍ନ  ଆକାର 
ଚାରିକାନ୍ଥ ରେ ଆବଦ୍ଧ 
ମନ୍ଦିର ବେଢାରେ 
ରୂପ, ରସ, ଗନ୍ଧ,  ସ୍ପର୍ଶ,  ରେ ଯେ 
ଏ କଣ ସେ 
ବିଶାଳତାକୁ ସିଙ୍କୁଟି ଦେଇପାରେନି 
ମନ ମାନେନି ଧନ୍ୟବାଦ କହିବାକୁ 

ପରଦିନ ଖୋଜିବସେ 
ପୁଣି ଥରେ ତୁମକୁ 
ଫୁଲର ଗନ୍ଧରେ 
ଫଳର ରସ ରେ 
ପ୍ରକୃତିର ସ୍ପର୍ଶରେ 
ପାରାବାରର ରୂପରେ 
ଧନ୍ୟବାଦଟିଏ ପାଇଁ 
                               
ଅଧ୍ୟାପିକା ସସ୍ମିତା ମିଶ୍ର 
ମହାନଦୀ ବିହାର ମହିଳା ମହାବିଦ୍ୟାଳୟ କଟକ 
ଦୂରଭାଷ 9078579612

0 Comments