ବର୍ଷା - ଜ୍ୟୋତିପୁଷ୍ପା ଦାସ

ବର୍ଷା - ଜ୍ୟୋତିପୁଷ୍ପା ଦାସ

ବର୍ଷା ର ଝିମଝିମ୍ ତାଳ ରେ
କିଏ ସ୍ବପ୍ନ ଦେଖେ ପ୍ରିୟତମାର।
କିଏ ସ୍ବପ୍ନ ଦେଖେ, ପାଣି ଗଳିଯାଉ
ନଥିବା ଶୁଖିଲା ଘର।।
କାହା ବାଲକୋନୀକୁ ବର୍ଷାଛିଟା
ସତେଜ କରିଦିଏ।
କାହା ଚୁଲି ରେ ବର୍ଷା ପାଣି..
ଭୋକ ପେଟରେ ମରି ଯାଏ।।
ଏଣେ ଚାଷୀ ମୁହେଁ ହସ ଫୁଟେ
ଧାନ କିଆରୀରେ ବର୍ଷଧାର ଦେଖି।
ତେଣେ ପୁଅ ଦେହେ ଜର ଫୁଟେ
ମାଆ କୁହେ "ବର୍ଷା ପଳାନ୍ତା କି!"।।
ଝରକା ସେପାଖରେ ଅଭିସାରିକା
କେଶ ସହ ଖେଳୁଥାଏ,
କଣ ଭାବି ହସୁଥାଏ, ରହି ରହିକା।
ନିବୁଜ କୋଠରୀ ରେ ପଡ଼ି ରହି
ବର୍ଷା ର ସ୍ୱର ଶୁଣି ଶୁଣି,
ଶିଥିଳ ସ୍ଵରରେ ବୁଢ଼ୀ କହେ
ଏଥର ବର୍ଷା ବି ମୋର ବିତିବ ଏକା।
କାଗଜ ଡ଼ଙ୍ଗା ରେ ଖେଳୁ ଖେଳୁ
କାଦ ପଡ଼ିଯାଏ ବାପାଙ୍କ ଧୋତି ରେ।
ଲୁଚି ଲୁଚି ପୁଅ ଯାଏ, ମାଆ ପାଖେ ଘଷି ହୁଏ,
ବାପାଙ୍କୁ କହିବାକୁ
କେତେ ଅଳି କରୁଥାଏ।।
କେଉଁ ଏକ ସହରରେ, ପାଞ୍ଚ ମହଲା ଭିତରେ
କମ୍ପ୍ୟୁଟର ବାଡ଼େଇ ବାଡେଇ
ଘୋଷାରି ଚାଲିଯାଏ ଜଣେ, ସିଗାରେଟ୍ ଧରି..
କାଚ ବାହାରେ ବର୍ଷା।
ମନେପଡେ ଗାଆଁ କଥା, ଫୁଟବଲ୍ ଖେଳା
ବର୍ଷା ଦିନ ମାଛଧରା ଆଉ ଆମ୍ବୁଲ ଝୋଳ।।
ବର୍ଷା ଆଉ ବର୍ଷା ନାହିଁ, ବିତ୍ପାତ ହେଲାଣି
ସବୁ ନଈ ପଠା ଭରି, ରୋଷେଇ ରେ ପଶିଲାଣି।।

Writer's Details: ଜ୍ୟୋତିପୁଷ୍ପା ଦାସ, ବାରିପଦା
Content Category:
Submission Date: Jul 12, 2019

0 Comments