ଠିକ୍ - ହାସ୍ୟମୟୀ ରାଜ୍

ଠିକ୍ - ହାସ୍ୟମୟୀ ରାଜ୍

ସୂର୍ଯ୍ୟ ଯେପରି  ସତ୍ୟ
ଚନ୍ଦ୍ର ଯେପରି  ସତ୍ୟ
ଠିକ୍ ସେହିପରି
ନିତ୍ୟ ଚିରନ୍ତନ
ଠିକ୍ କେବେ
ବେପଥୁ ହୁଏନା
ଭୁଲ୍ ର ଧାର ବି ଧରେନା
ମୋ ଠିକ୍ ପାଇଁ
କେହି ଯଦି
ମୋତେ ଭୁଲ୍ ବୁଝେ ତ
ମୋର ଦୁଃଖ ନାହିଁ ।
ଏ ଦୁନିଆ ଯଦି
ମୋ ଠିକ୍ ପାଇଁ
ମୋତେ ଦୂରେଇ ଦିଏ
ତ ସହିଯିବି
ଦୁଃଖ ତ ହବ
ହେଲେ ତମେ
ଦେଇଥିବା ପଥରୁ
କେମିତି ବିରତ ହେବି ????
ତମ ପାଇଁ
କେହି ମତେ
ଭୁଲ୍ ବୁଝିଲେବି
ଭାବିବି କାହିଁକି ???
କେହି ଉପରେ
ହସିବ ବୋଲି
ତା'ର ଭବିଷ୍ୟତ
ଦୁର୍ଦିନକୁ କେବେ
ଆବାହନ କରିପାରିବିକି ???
ମୁଁ ଜାଣେ
ମୋ ଠିକ୍ ପାଇଁ
ଦିନ ଆସିବ
ମୁଁ ହେଇଯାଇଥିବି
ଏକ ଭୁଲ୍ ର ସମାହାର
ମୋ ପାଖେ
ହୁଏତ କେହିବି ନଥିବେ।
ହେଲେ ପ୍ରେମମୟ  !
ତୁମ  ପାଇଁ
ସବୁ ସହିଯିବି
ତାଚ୍ଛଲ୍ୟ, ଅଟ୍ଟହାସ୍ୟର
ସବୁ ଗରଳକୁ
ଆକଣ୍ଠ ପିଇଯିବି
ମୁଁ ଜାଣେ
ତମେ ଥିଲେ ନା
କାହାର ବି
ଆବଶ୍ୟକତା ପଡ଼େନି ???
ତମ ପାଇଁ
ଏ ମୋର ଅହଂକାର ନୁହେଁ
ଛଳନାର କଥା ନୁହେଁ
ହୃଦୟର କଥା  ।
କାରଣ ଏ ଦୂନିଆ
ତୁମକୁ ବୁଝୁ କି ନବୁଝୁ
ମୁଁ ଠିକ୍ ବୁଝିଛି ।
ସେଥିପାଇଁ ତ
କଣ୍ଟକିତ ପଥ ଧାରେ
ଆଜିବି ଚାଲୁଛି
ଜାତନାର ଶରଶଯ୍ୟାରେ
ଲହୁଲୁହାଣ ହେଉଛି
ତଥାପି ଭୁଲ୍ ସହ
ଆଜିବି ସାଲିସ୍ କରୁନି
କେବେବି ସାଲିସ୍ କରିବିନି,
ତମ ମୁହଁର କଥାକୁ
ଆଜି ନିଜକୁ କହୁଛି  ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି , ହାଟଡିହି, କେନ୍ଦୁଝର ।
Content Category:
Submission Date: Jun 19, 2019

0 Comments