ଭାଷା ସାହିତ୍ୟର ଉଦ୍ଧାର କରତା
ବସିଛ ନୀରବେ ମଉନେ
ମାତୃଭାଷା ପ୍ରୀତି ହଜି ହଜି  ଯାଏ
ଦେଖି ପାରୁନାହିଁ ନୟନେ

ଭାଷାଆନ୍ଦୋଳନେ ତୁମ ଯୋଗଦାନ
ଇତିହାସ ତାର ସାଖି
ଆଜିର ମଣିଷ ବୁଝିବି ବୁଝେନା
ପାରେନା ସେ ତା ମୂଲ ପରଖି

ଇଂରାଜୀ ମାଧ୍ୟମେ ପଢାଇ ପିଲାଙ୍କୁ
ନିଜକୁ ମଣୁ ମହାନ
ଆନଭାଷା ପ୍ରୀତି ଏମିତି ଘାରିଛି
ଭରିଛି ସେ ମନେ ସପନେ

ମାତୃଭାଷା ପ୍ରତି କରି ଅବ ହେଳା
ହେବ କି ତୁମେ  ମହାନ
ମାର ଆଖିରେ ଲୁହ ଦେଇ ତୁମ
ବୋଲାଉଛ ଗରିଆନ

ଖାନନଗର, ବାଲେଶ୍ବର