କ୍ଷୁଦ୍ରଗଳ୍ପ - ମଶାଣି ଆଉ କେତେ ବାଟ - ଗିରିଧାରୀ ଧଳ

କ୍ଷୁଦ୍ରଗଳ୍ପ - ମଶାଣି ଆଉ କେତେ ବାଟ - ଗିରିଧାରୀ ଧଳ

ଆହାଃ କି ସୁନ୍ଦର ସଡ଼କ ଟିଏ, କେଡ଼େ ମନଲୋଭା ଦୃଶ୍ୟ ! ଧବଳ ରଙ୍ଗର କାଶତଣ୍ଡି ଫୁଲ ଗହଣରେ ହସୁଛି କେମିତି ନଦୀତଟ, ଏ କଣ ଏତେ ଲୋକ ରୁଣ୍ଡ ହୋଇଛନ୍ତି ,କିଏ ଜଣେ ମୁଣ୍ଡ ବାଡେଇ କାନ୍ଦୁଛି,କାହାର କରୁଣ ଚିତ୍କାର ମୋ ହୃଦୟ କୁ ଭେଦ କରୁଛି,ଏମିତି, କଣ ଲୋକ କହୁଛନ୍ତି ,ଏଇଠି ତ ଥିଲା,କାହିଁକି ଏମିତି କଲା ,କି ବୁଦ୍ଧି ତାକୁ ଦିଶିଲା,ଶୁଖିଲା ଟା ରେ ଜୀବନ ହାରିଦେଲା,କିଏ କହୁଛନ୍ତି କେତେ ଭଲ ପିଲା ଥିଲା,କେତେ ଲୋକଙ୍କୁ ହସଉ ଥିଲା ପୁଣି କେବେ ,ନିଜେ ଦୁଃଖ ସହି ନ ପାରି କାନ୍ଦି ପକାଉ ଥିଲା । କିଏ କହୁଛନ୍ତି କୋମଳ ବୟସ ରେ ଦୁନିଆରୁ ଚାଲିଗଲା,କିଏ କହୁଛନ୍ତି ସତେ ଯମ ରାଜାଙ୍କର ଖରାପ ଦୃଷ୍ଟି ପଡ଼ିଲା,କିଏ କହେ ଅକାଳରେ ଝଡ଼ି ପଡ଼ିଲା,ତ କିଏ କହେ ତାର ଆୟୁଷ ସରିଗଲା,ଆରେ ଏ କଣ ଗାଁ ଲୋକ ମାନେ ଲୋତକ ଝରାଉଛନ୍ତି,ମୁଣ୍ଡ ପାଖେ ବସି ମୁଣ୍ଡକୁ କଣ ଆଉଁଶି ଦଉଛନ୍ତି,ଆହାଃ ଆହାଃ ଏ ପିଲାଟି କଣ ନିର୍ଜୀବ ଅବସ୍ତାରେ ଶୋଇଛି,ବୋଧେ ନିଶ୍ଚୟ କିଛି ଗୋଟେ କାହାର ହେଇଛି,, ଚାରିଆଡେ ନିସ୍ତବ୍ଧ ଶୋକ ର ଛାୟା ପରି,ପରିବାର ବର୍ଗ ଚାରିପାଖେ ରହିଛନ୍ତି ଘେରି,ଘଞ୍ଚ ଅନ୍ଧକାର ରାତ୍ରିରେ ଏକ ବେଛେଦର ଦୁଃଖ କିଏ ଜଣେ କହୁଛି ଶେଷଥର ପାଇଁ ତାକୁ ଟିକେ ଦେଖ,ଆହାଃ କି ଆକୁଳ ରୋଦନ,କି କୋହଭରା ଦୃଶ୍ୟ,କି ହୃଦୟ ବିଦାରକ ଚିତ୍କାର ନୟନ ରେ କି ଶ୍ରାବଣ ବାରି,ଛାତି ମୋର ଫାଟିଯିବ ସତେ, ସିଏ ଆସନ୍ତାକି ଫେରି !


ଏମାନେ କଣ ମଶାଲ ଜଳାଇ ଗାଁ ରୁ ବାହାରି ଲେଣି,କାନରେ କିଛି ଶବ୍ଦ ଶୁଭାଗଲାଣି,କିଏ କାଠ କାନ୍ଧେଇଛି ତ କାହା ହାତରେ ଫାଉଡା (କୋଦାଳ) ଦୃଶ୍ୟ ହେଲାଣି,ଏ କଣ ଶୃଗାଳ ମାନଙ୍କର ଆକୁଳ ଚିତ୍କାର,ଶ୍ବାନ ଙ୍କ ଆଖିର ଲୁହର ଧାର,କିଏ ଜଣେ କହୁଛି ଶବ ପାଇଁ ଚାରି କାନ୍ଧ ଦରକାର,ଜଲ୍ଦି ଜଲ୍ଦି ଚାଲ ମାଡ଼ିଆସିଲାଣି ଅନ୍ଧାର, ଆରେ ଆରେ ଏ କଣ କରୁଛ ? ମୋତେ କଣ ପାଇଁ କାନ୍ଧଉଛ,ମୋର ହାତଗୋଡ ଅଛି,ମୁଁ ଚାଲିପାରୁଛି ମୁଁ ସବୁ ଦେଖିପାରୁଛି,ମୁଁ କଥା ବି କହିପାରୁଛି,କଣ ପାଇଁ ମୋତେ ପାଳ ଦଉଡି ରେ ବାନ୍ଧୁଛ,କଣ ମୁଁ ଅପରାଧ କଲି କି ?ହଁ ମୁଁ ମୋ ନିଜ ଇଚ୍ଛାରେ ମୋ ଶରୀରର କଷ୍ଟ ସହିନପାରି ମୁଁ ଆତ୍ମହତ୍ୟା କଲି ,ଏଥିରେ ମୋର ଅପରାଧ କଣ ? ଏଥିପାଇଁ ମୋତେ କଣ ଏତେ ଦଣ୍ଡ ଦଉଛ ?

କଣ ଏମିତି କହୁଛ ,ମୋତେ ମଶାଣି କୁ ନେବ,ଆମ ଗାଁ ମଶାଣିକି ,ମୋତେ ଜାଳିଦେବ,ସେଥିପାଇଁ ମୋତେ ଚାରି କାନ୍ଧରେ ଆଣୁଛ,ପୁଣି ତୁଣ୍ଡରେ ରାମନାମ ବି କହୁଛ,କାଇଁ ମୋତେ ଆଗରୁ କେବେ ଏମିତି କାନ୍ଧରେ ବହିନ,କାଇଁ ଆଗରୁ ତ କେବେ ମୋତେ କିଛି ଶୁଣେଇ ନାହଁ,କାଇଁ ଆଗରୁ ତ କେବେ ମୋ ଦେହରେ ହଳଦୀ ମାରି ଶେଷ ଥର ଦେଖିବା ପାଇଁ କାହାକୁ କହିନ, ହେଲେ ଆଜି କାହିଁକି ଏତେ ଶ୍ରଦ୍ଧା ମୋ ପାଇଁ,ମୋ ପାଇଁ ଛ ଖଣ୍ଡ କାଠର ଖଟିଆ,ଛ ହାତ ଲମ୍ବାର ଚାଦର ପୁଣି ସାଙ୍ଗରେ ନିର୍ମାଲ୍ୟ ଆଣିଛ ମୋ ପାଟିରେ ଦେବା ପାଇଁ ,ଆଜି କାହିଁକି ମୋ ପାଇଁ ଏତେ ସଜବାଜ ଯେମିତି ବରକୁ ପାଲିଙ୍କିରେ ନେଇଯାଆନ୍ତି କହ୍ନିଆ ଘର ସେମିତି ମୋତେ କାନ୍ଧରେ ନେଇଯାଉଛ ମୋତେ ମୋ ଗାଁ ମଶାଣି କି,

କେତେବେଳେ ପହଞ୍ଚିବ ଟିକେ ଗୋଡ଼ ଉଠେଇ ଚାଲୁନ ହେଇ ବେଳ ବା ବୁଡ଼ି ଗଲାଣି, ସେରକ ପୁରିଗଲାଣି ଆଉ ଭାବିଲେ କଣ ହେବ ସେପଟେ ବା କାଳ ହାତ ଠାରି ଡାକିସାରିଲାଣି ମୁଁ ଏକ ଅଫେରା ପଥର ପଥିକ ହେଇସାରିଲିଣି ସଂସାର ରୁ ମୋହ ମାୟା ଭାବ ତୁଟେଇ ସାରିଲିଣି ସମସ୍ତଙ୍କ ପାଇଁ ମୁଁ ବା ଅଛୁଆଁ ହେଇସାରିଲିଣି ଦୁନିଆଁ ରୁ ମୋ ନାଆଁ ଟି ଲିଭିଆସିଲାଣି, ରଙ୍ଗମଞ୍ଚ ଦୁନିଆଁ ଛାଡ଼ି ଆତ୍ମା ଦୁନିଆରେ ପାଦ ଥାପି ସାରିଲିଣି ପରିବାର ଭାଇ ବନ୍ଧୁ କୁଟୁମ୍ବ ଙ୍କ ଆଖିରୁ ମୋ ଚିତ୍ର ପରା ଲିଭିଆସିଲାଣି ସମସ୍ତଙ୍କ ଆଖିରେ ମୁଁ ପରା ଲୋତକ ହେଇ ବହି ସାରିଲିଣି, ହେ ମୋର ଆତ୍ମୀୟ ସଜନ ,ମୋର ବୟସ ର ଗଛ ଟା ବା ଝାଉଁଳି ଗଲାଣି ମୋର ଆୟୁଷ ଦୀପ ଟା ପରା କେଇ ଘଡ଼ି ଆଗରୁ ଲିଭି ଗଲାଣି ଏବେ ତ ସରିଗଲା ସବୁ ଜୀବନ ର ନାଟକ ଅଫେରା ବାଟରେ ହେଇଗଲି ମୁଁ ପଥିକ ଟିକେ କହିବକି ଗାଁ ଠୁ ମଶାଣି ଆଉ କେତେ ବାଟ ?? ,,,,,ଆଗୁଆ ସାଇତି ନେବି ଯାଗା ଦୁଇ ହାତ ,କହିବ କି ମୋତେ ?ମଶାଣି ଆଉ କେତେ ବାଟ ??????


Writer's Details: ଗିରିଧାରୀ ଧଳ
କରଣପୋଖରୀ, ମତୋ, ଭଦ୍ରକ, ମୋବାଇଲ- ୯୯୮୬୭୨୨୨୭୪
Content Category:
Submission Date: Jun 15, 2019

0 Comments