ସିଏ ମା - ଜ୍ୟୋତିରଞ୍ଜନ ବାରିକ

ସିଏ ମା - ଜ୍ୟୋତିରଞ୍ଜନ ବାରିକ

ଲକ୍ଷେ ଶିବ ପୁଜି ପାଇଥିଲି ପୁଅ 
ବୃଦ୍ଧା ବେଳେ ସାହା ହବ
ଜାଣି ନଥିଲି ମୁଁ ସେହି ପୁଅ ମୋର
ଏତେ ନିର୍ଯ୍ୟାତନା ଦବ ,
ମୋ ଛାତିରୁ ସବୁ ରକତ ନିଗାଡି
ତା ପାଟିରେ ଦେଇଥିଲି
ମୋ ଓଠରୁ ସବୁ ହସ ତକ ନେଇ
ତା ଓଠରେ ଖଞ୍ଜିଥିଲି ,
ମୋ ପାଦ ଉପରେ ତା ପାଦକୁ ରଖି
ଚାଲି ତାକୁ ଶିଖାଇଲି
ଦୁନିଆ ଦାଣ୍ଡରେ ମଣିଷ ଟେ କରି
ପରିଚୟ ତାକୁ ଦେଲି ,
ଜାଣିନଥିଲି ମୁଁ ସେଇ ପୁଅ ମୋର
ଏମିତି ବଦଳି ଯିବ
ବଞ୍ଚି ଥାଉ ଥାଉ ନିର୍ଯ୍ୟାତନା ଦେଇ
ଏ ମାଆ ଟାକୁ ମାରିଦବ
ବୃଦ୍ଧା କାଳେ ମତେ ନିର୍ଯ୍ୟାତନା ଦେଇ
ମାରିଦେଲେ ପଛେ ଦଉ
ଈଶ୍ଵରଙ୍କ ପାଖେ ପ୍ରାଥନା କରୁଛି
ମୋ ସୁନା ଭଲରେ ଥାଉ ,,

Writer's Details: ନାମ - ଜ୍ୟୋତିରଞ୍ଜନ ବାରିକ
ଗ୍ରାମ -ଚଢ଼େଇଗାଁ , ପୋଷ୍ଟ - ନିମାପଡା , ଜିଲ୍ଲା - ପୁରୀ
Content Category:
Submission Date: Jun 07, 2019

0 Comments