ଏ ଶରତ ଆକାଶ ଜହ୍ନ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଏ ଶରତ ଆକାଶ ଜହ୍ନ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ତୁମ ହସେ ଜହ୍ନ
                ରୂପେଲି କିରଣ
ବିଚ୍ଛୁରିତ କରେ, ମନ-
ଗହନ, ଅନ୍ଧାର
                ଆକାଶେ ତୁମେ କି
ସତରେ ପୁନେଇଁ ଜହ୍ନ    ।।
ହସିଦେଲେ ଝଳେ 
             କଦମ୍ବ ବନରେ
କୋଟି କାଦମ୍ବିନୀ ଝସ
ସୁଗନ୍ଧ ମଳୟ 
                ଭରା ‌ଦିଗ୍ବଳୟ
ଚହଟା, ‌କି ମଧୂ ମାସ  ।।
ପିକ ସୁଲଳିତ               ମଧୂର ସଙ୍ଗୀତ
ଫିକା ଲାଗେ ତୁମେ ଯେବେ
ଡାକି ଦିଅ ସାଥୀ           ବାହୁବନ୍ଧେ ବାନ୍ଧି
ନିଅ ପ୍ରେମ ଅନୁରାଗେ    ।।
କନକ ଚମ୍ପା  
            ରଙ୍ଗ, ସୁରଭୀ
ଅଙ୍ଗେ କି ଦେଇଛ ଲେପି
ମତୁଆଲା କରେ
    ସେ ବାସ୍ନା ସଖୀରେ
ଝଲସି ଉଠଇ ଆଖି  ।।
ପିନ୍ଧା ଝିନ ବାସ
       ପାଟ,ପତନୀ ରେ
ତୁମ ରୂପ ଉଠେ ଝଳି
ତୁମେ ସେ ରୂପରେ
     ସୁନ୍ଦର ଯେପରି
କାମଦେବ ପ୍ରୀୟା ପରି  ।।
ସିଂହ କଟୀ ତୁମ       ମତ୍ତଗଜ ଠାଣି
ସମାନ ସୁନ୍ଦର ଚାଲି
ଚୋରା ଚାହାଣି ରେ      ଚୋରାଇ ନେଉଛ
ସତେକି ଗୋ ଚୋରା ବାଲି  ।।
ସଜ କୁସୁମ ରେ
         କବରୀ ଶୃଙ୍ଗାରେ
ଚିତ୍ର ବଡ଼ ମନୋହର
ନିତମ୍ବ ଛୁଆଁ ସେ
        ଗହଳ କୁନ୍ତଳ  
ନାହିଁ ତାର ପଟ୍ଟାନ୍ତର  ।।
ଏ ମନ ପ୍ରବାଳ-        ଦ୍ଵୀପ ପାଟରାଣୀ
ଶରତ ଆକାଶ ଜହ୍ନ
ତୁମ ସ୍ନେହ, ଶ୍ରଦ୍ଧା       ପ୍ରେମରେ ଦେବୀ ଗୋ
କରିଛ ମୋତେ ବନ୍ଧନ   ।। 

0 Comments