ଗଡ଼ମାଧବପୁର ଗ୍ରାମରେ ପୋଲଟିଏ ନିର୍ମାଣ ହେବାକୁ ଯାଉଛି । ବହୁତ ଦିନପରେ ସଭିଙ୍କ ସ୍ୱପ୍ନ ସାକାର ହେବ ।ଆଉ ନଦୀ ପାରିହୋଇ ଯିବାକୁ ଡର ରହିବନି ।ସମସ୍ତେ ସୁବିଧା ରେ ଯାତାୟାତ କରିବେ। ସେଠାକୁ ନୂତନ ଭାବରେ ଦୁଇଜଣ ଇଞ୍ଜିନିଅର ଆସିଛନ୍ତି ଜଣଙ୍କର ନାମ ପରେଶ ବୟସ 25ଆଉ ଜଣଙ୍କର ନାମ ସାହିଲ ବୟସ 26ପାଖାପାଖି ହେବ।ଗାଁ ଚୌକିଦାର ମଦନା ସେମାନଙ୍କୁ ସ୍ୱାଗତ କରିବା ପାଇଁ ବାହାରି ପଡିଛି ଶଗଡ଼ ଗାଡ଼ିରେ।ଗାଁ ଟି ବହୁତ ମଫସଲ ଗାଡି ମଟର ସ୍ବପ୍ନ ସେଠି। ବଜାର ଯିବାକୁ ହେଲେ ଶଗଡ଼ ଗାଡିରେ ନଦୀ ପଠା ଯାଇଁ ସେଠାରୁ ଡ଼ଙ୍ଗା ରେ ନଦୀପାର ହୋଇ ଚାରି କୋଶ ରାସ୍ତା ଚାଲିକି ଯିବାକୁ ପଡିବ।ଶଗଡ଼ ଗାଡ଼ିରେ ବସାଇ ଦୁଇ ବାବୁ ଙ୍କୁ ମଦନା ଗାଁ ଡ଼ାକବଙ୍ଗଳା ରେ ରଖି ଖାଇବା ପିଇବା ସୁବିଧା କରିଦେଲା । ତାପରେ କହିଲା ବାବୁ ରାତିରେ ବାହାରକୁ ଆସିବନି ଘର ଭିତରେ ସବୁ ସୁବିଧା ଅଛି।ଯଦି କିଛି ଦରକାର ପଡେ ମୋତେ କହିବ ମୁଁ ଏଇଠି ପ୍ରହରା ଦେଉଛି । ଦୁଇଜଣ ବାବୁ ଖାଇଲେ ତାପରେ କିଛି କାଗଜ ପତ୍ର କାମ କରୁଥିଲେ, ହଠାତ କାହାର କାନ୍ଦଣା ଶବ୍ଦ କର୍ଣ୍ଣ ପାତ ହେଲା l ରୋଷେଇ ଘର ଆଡୁ ଶବ୍ଦ ଟି ଭାସିଆସୁଥିଲା । ସେମାନଙ୍କର ହୃଦୟ ସ୍ପନ୍ଦନ ଧୀରେ ଧୀରେ ବଢିବାକୁ ଲାଗିଲା କାରଣ ରୋଷେଇ ଘରେ କାହାକୁ ବି ଦେଖିବାକୁ ପାଇଲେନି।ମନରେ ସନ୍ଦେହ ଆସିଲା ଆମକୁ ଆଉ କିଏ ଡ଼ରାଇବା ପାଇଁ ଯୋଜନା କରୁନିତ ! ହଠାତ କାନ୍ଦଣା ଶବ୍ଦ ବନ୍ଦ ହୋଇଗଲା କାହାର ହସର ଶବ୍ଦ ଭାସି ଆସିଲା ଛାତ ଉପରୁ । ତଥାପି ନଡରି ସେମାନେ ତାର ପଛରେ ଗଲେ l ଓଢଣା ଦେଇଥିବା ସ୍ତ୍ରୀ ଲୋକଟିଏ ଯାଉଛି ଆଗେ ଆଗେ ହଠାତ କୁଆଡେ ଉଭାଇଗଲା l ଦୁଇଜଣ ମନରେ ଅନେକ ଅଜଣା ପ୍ରହେଳିକା ଖେଳିଗଲା କିଏ ସେ ସ୍ତ୍ରୀ ଲୋକ ଏମିତି କଣପାଇଁ ଆମକୁ ଦେଖା ଦେଉନାହିଁ।ଜଣେ(ପରେଶ ) ସେମାନଙ୍କ ମଧ୍ୟ ରୁ କହିଲା କିଏ ତୁମେ ଆମକୁ ଲୁଚୁଛ କଣ ପାଇଁ, ଆମ ସାମ୍ନାକୁ ଆସ । ଆମେ ତୁମର କିଛି କ୍ଷତି କରିବୁନି l ଏହିପରି କହିଲା ପରେବି ସବୁ ଶୂନଶାନ ହୋଇଗଲା ହଠାତ ଜଣେ ବିବାହିତ ମହିଳା ସେମାନଙ୍କ ସାମ୍ନା ରେ ଉଭାହେଲେ l 

ବୟସ 30ରୁ 32ଭିତରେ ହେବ ଗୌର ବର୍ଣ୍ଣ ଦେଖିବାକୁ ମୁଖମଣ୍ଡଳଟି ଚନ୍ଦ୍ରମା ଭଳି l ବହୁତ ନିରୀହ ମଧ୍ୟ ଦେଖିବାକୁ କିନ୍ତୁ ଏ କଣ ଏତେ ରାତିରେ ଏହି ମହିଳା ଜଣକ କିଏ ! ସାହିଲ ପ୍ରଶ୍ନ କଲା ମହିଳାଙ୍କୁ ତୁମେ କିଏ ଏତେ ରାତିରେ? ଏମିତି କାନ୍ଦୁଥିଲ, ହସୁଥିଲ ତୁମେ ! ଏମିତି ପାଗଳାମି କରିବାର କାରଣ । ମହିଳା ଜଣଙ୍କ କ୍ରନ୍ଦନ ସ୍ୱରରେ କହିଲେ ହଁ ବାବୁ ମୁଁ ! ମୋର ନାମ ସଞ୍ଜୁ । ମୁଁ ଚୌକିଦାର ମଦନାର ସ୍ତ୍ରୀ । ପରେଶ -ତୁମେ ମଦନାର ସ୍ତ୍ରୀ ଏତେ ରାତିରେ ! କଣପାଇଁ ଏମିତି ଡରଉଚ ଆମେ ତୁମର କଣ କ୍ଷତି କଲୁ ଉତ୍ତର ଦିଅ? ସଞ୍ଜୁ -ବାବୁ ମୁଁ ଗୋଟେ ପ୍ରେତାତ୍ମା, ମୋତେ ନ୍ୟାୟ ମିଳିଲାନି ସେଥିପାଇଁ ମୁଁ ଏଠାରେ ଘୁରିବୁଲୁଛି ମୋତେ ନ୍ୟାୟ ଦରକାର l ତୁମେ ଦୁଇଜଣ ବାବୁ ବହୁତ ଧର୍ମାଥି ଜଣାପଡୁଛ।ମୁଁ ତୁମର କିଛି କ୍ଷତି କରିବିନି କେବଳ ତୁମ ସାହାଯ୍ୟ ମୋତେ ଲୋଡ଼ା । ସାହାଯ୍ୟ କରିବ ବାବୁ ମୋତେ l ସେମାନେ ଦୁଇଜଣ କାକଷ୍ଟ ଭଳି ସଞ୍ଜୁକୁ ଚାହାଣିଛନ୍ତି । ସେମାନଙ୍କ ଗୋଟେ ଶରୀର ଖାଲି ଥରୁଛି ଭୟରେ l ସାହିଲ କହିଲା ସାଙ୍ଗ ଆମେ tvରେ ଦେଖିଥିଲେ କିମ୍ବା ଜେଜେ ମାଙ୍କ ଠାରୁ ପ୍ରେତାତ୍ମା କଥା ଶୁଣିଥିଲେ କିନ୍ତୁ ଆଜି ସ୍ଵଚକ୍ଷୁ ରେ ଦେଖିଲେ !କଣ କରିବା କୁହ । ପରେଶ କହିଲା ଡରନି ସେ କଣ କହୁଛନ୍ତି ଶୁଣିବା ।କୁହ ତୁମ ସାଥିରେ କଣ ଅନ୍ୟାୟ ହୋଇଛି l ଆମେ ନିହାତି ଚେଷ୍ଟା କରିବୁ ଆପଣକୁ ନ୍ୟାୟ ଦେବା ପାଇଁ l

ସଞ୍ଜୁ ଆରମ୍ଭ କଲା ତାର ଜୀବନ କାହାଣୀ l ବାବୁ ମୁଁ ଏଇ ଗାଁର ଝିଅ ମୋର ବାପା ସାହୁକାରଙ୍କ ଘରେ ମୁଲ ଲାଗନ୍ତି l ବୋଉ ତାଙ୍କ ଘରେ ବାସନମାଜେ l ଆମର ଖୁସିର ସଂସାର ଥିଲା l ମୁଁ ବାପା ମା ଙ୍କର ଗୋଟିଏ ଝିଅ ସେଥିପାଇଁ ମୋର କୋଉଥିରେ କମି ରଖିନଥିଲେ ମୋର ପିତା ମାତା l ଅଷ୍ଟମ ଯାଏ ପାଠ ଦୁଇଅକ୍ଷର ଗାଁଇସ୍କୁଲରେ ପଢ଼ିଛି l ନବମ ଶ୍ରେଣୀ ଆରଗାଁ ରେ ନଈପାରିହୋଇ ଯିବାକୁ ପଡିବ ବୋଲି ଗଲିନି କିନ୍ତୁ ବହି ପଢିଆସିଛି ବାବୁ l ସେଥିପାଇଁ ଗାଁର ଛୋଟ ପିଲାମାନଙ୍କୁ ମୁଁ ପାଠ ପଢ଼ାଏ l ହିସାବ ପତ୍ରବି ଜାଣିଥିଲି l ଗାଁଜମିଦାର ଗାଁଲୋକଙ୍କଠାରୁ ଟିପଚି଼ହ୍ନ ନେଇ ଜମିବାଡ଼ି ବନ୍ଧା ରଖି ଶେଷକୁ କବ୍ଜା କରିନିଏ l ମୁଁ ଏସବୁ ଦେଖି ମୋ ଦେହ ସହିଲାନି l ଭାବିଲି ଗାଁଲୋକ ମାନଙ୍କୁ ଏକଜୁଟ କରିଏକ ପୌଢଶିକ୍ଷା କେନ୍ଦ୍ର ଖୋଲିବି ସମସ୍ତଙ୍କୁ ଦୁଇ ଅକ୍ଷର ପାଠ ପଢାଇବି, ହିସାବ ଶିଖାଇବି ଏମାନେ କିଛି ଜାଣିଲେ ଆଉ ଠକିହେବେନି l କଲେକ୍ଟର ଙ୍କନିକଟକୁ ଦରଖାସ୍ତ ଲେଖିଲି l କଲେକ୍ଟର ମଧ୍ୟ ଆମ ଗାଁ ରେ ପୌଢ ଶିକ୍ଷା ଖୋଲିବା ପାଇଁ ରାଜି ହୋଇଗଲେ l ଗାଁ ରେ ସମସ୍ତେ ଟୋକା ଠାରୁ ବୁଢ଼ା l ଯୁବତୀ,ବୁଢ଼ୀ ସମସ୍ତେ ପଢିବା ପାଇଁ ଆଗଭର ହୋଇ ଆସିଲେ l ମଦନା ମଧ୍ୟ୍ୟ ସେଠାକୁ ପଢିବାକୁ ଆସନ୍ତି l ମୋତେ ଲାଗେ ମୋ ସ୍ୱପ୍ନ ଆଜି ସାକାର ହୋଇଛି l କ୍ରମେ ଗ୍ରାମର ପଚାଶ ପ୍ରତିଶତ ଲୋକ ସାକ୍ଷର ହୋଇ ଜମିଦାର କୁ ଉଚିତ ଜବାବ ଦେଲେ l ତାଙ୍କ ଜମିକୁ ଆଉଜମିଦାର ମିଛ ଖଚ୍ଚ କହି ଅକ୍ତିଆର କରିପାରିଲା ନାହିଁ l ଜମିଦାର ର ରାଗ ମୋରି ଉପରେ ରହିଲା l

ଦିନେ ମଦନା ଚୌକିଦାର ଚାକିରୀଟିଏ ପାଇଲେ ସେ ମୋତେ ବିବାହ କରିବା ପାଇଁ ଘରକୁ ପ୍ରସ୍ତାବ ନେଇଆସିଲେ l ମଦନା ବହୁତ ପରିଶ୍ରମୀଓ ମେହନତୀ ଥିଲେ ସେଥିପାଇଁ ପ୍ରସ୍ତାବ ରେ ମୁଁ ରାଜି ହୋଇଗଲି l ଆମ ଦୁଇଜଣଙ୍କର ବିବାହ ହୋଇଗଲା l ବିବାହ ପରେ ମଧ୍ୟ୍ୟ ମୁଁ ପୌଢଶିକ୍ଷାରେ ପଢ଼ାଇଲି l ଜମିଦାର ଗୋଟେ ନୀଚ ମାନସିକଧାରୀ ଲୋକ ଥିଲା l ସେ ଏକାଧାରେ ଜଣେ ଧନଲୋଭି ଆଉ ଦେହ ଲୋଭୀ କୁକୁର ଥିଲା l ମୋ ଉପରେ ତାର କ୍ରୁର ନଜର ଥିଲା l ଥରେ ଫନ୍ଦି ଫିକର କରି ମଦନା କୁ ସପ୍ତାହ ପାଇଁ ଆର ଗାଁକୁ ପଠାଇଦେଲା l ସେଦିନ ବାବୁ ରାତି ବାରଟା ମୋତେ ଜମାରୁ ଆଖିକି ନିଦ ଆସୁନଥାଏ l ମନ ଖାଲି ପାପ ଛୁଁ ଥାଏ l ମଦନା ଚିନ୍ତା ଘାରୁଥାଏ ଭାରି ନିରୀହ ସରଳ ସେ l ଏମିତି ବହୁତ କଥା ଚିନ୍ତା କରି ଆଖି ବୁଜିହୋଇଯାଉଥିଲା l ହଠାତ କବାଟ ର ଠକ ଠକ ଶବ୍ଦ ରେ ଛାଇନିଦାଟା ଭାଙ୍ଗିଗଲା l କିଏ କିଏ ବୋଲି ଡାକିଲି ସେପଟୁ କିଛି ଉତ୍ତର ଆସିନଥିଲା l ମୁଁ ଭାବିଲି ମଦନା ବୋଧେ l ମୋ ସାଥିରେ ମଜା କରୁଛନ୍ତି l ତଥାପି ସାହସ ପାଉନଥାଏ ଖୋଲିବାକୁ l କବାଟରେ କଣା ବାଟେ ଦେଖିଲି କ୍ରୁର ରାକ୍ଷସ ଜମିଦାର ଆଉ ତାର ଦୁଇଟି ସହଚର l ମୋ ପଦରୁ ମାଟି ଖସିଗଲା l ମୁଁ କଣ କରିବି କିଛି ବୁଦ୍ଧି ବାଟ ଦିଶିଲାଣି l ହଠାତ ବାଡ଼ିପଟ କବାଟ ଦେଇ ଦୌଡିଲି l କିନ୍ତୁ ବାବୁ ମୁଁ ଜଣେ ନାରୀ ସେମାନେ 3ଜଣ ଆଉ ପାରିଲିନି l ହରିଣ ପଛରେ ବାଘ ଦୌଡ଼ି ଝାମ୍ପିନେଲା ଭଳି l ମୋତେ ଝାମ୍ପି ନେଇ ମାଂସ ଲୋଭୀ ଗୁଡା ମୋତେ ଖୀନ ଭିନ କରି ସବୁ ଲୁଟିନେଲେ ମୋର l ଶେଷରେ କେତେ କାକୁତି ମିନତି କଲି ମୋତେ ମରନାହିଁ l ମୁଁ ବଞ୍ଚିବାକୁ ଚାହେଁ ଏହି ଶବ୍ଦ ମୋ ଓଠରୁ ନସରଣୁ ପଛଆଡୁ ଜମିଦାର ଏକ ଶକ୍ତ ଲୁହରେ ପ୍ରହାର କଲା l ଶେଷରେ ରକ୍ତର ନଦୀ ଭଳି ଝର ଝର ରକ୍ତ ବୋହିଗଲା l ଶୂନଶାନ ଜଙ୍ଗଲରେ ମୋର ଆର୍ତ୍ତନାଦ ଶୁଣିବାକୁ କିଏ ବି ନଥିଲେ l କେବଳ ସାକ୍ଷୀ ଥିଲା ସେ ବନଭୂମି l ଏହାପରେ ମୋ ଶରୀର କୁ ଆଣି ଏହି ଡାକବଙ୍ଗଳା ପଛପଟେ ପୋତିଦେଲେ l

ତାପରଦିନ ସକାଳେ ମଦନା ଫେରିଆସିଲେ l ମୋତେ ବହୁତ ଖୋଜିଲେ ପାଇଲେନି l ଜମିଦାର ଗାଁ ର ସମସ୍ତ ଲୋକଙ୍କୁ କହିଲେ ମୋ ଗୋଟେ ଚରିତ୍ରହୀନ ଥିଲି କୁଆଡେ l ମୋ ସ୍ୱାମୀ ନଥିଲା ବେଳେ ଅନ୍ୟ ପୁରୁଷ ସହିତ ଗ୍ରାମ ଛାଡି ପଳାଇଅଛି l ମୋ ମୃତ୍ୟୁ ରହସ୍ୟ ରହସ୍ୟ ରେ ରହିଗଲା କିଏ ବି ଜାଣିପାରିଲେନି l ମୋର ହୃଦୟ ର ଦେବତା ମଦନା ସେ ଏହିକଥା ବିଶ୍ୱାସ କରୁନାହାନ୍ତି l ସବୁଦିନ ରାତିରେ କାନ୍ଦନ୍ତି l ମୁଁ ତାଙ୍କ କାନ୍ଦ ସାହିପାରେନି l ମୋର ବହୁତ ଇଚ୍ଛା ତାଙ୍କୁ ଦେଖା କରିବାକୁ କିନ୍ତୁ ସେ ରାଗରେ କଣ କରିବସିବେ ଫଳରେ ଜମିଦାର ତାଙ୍କୁ ବି ଛାଡିବନି l ସେ ଯାହା ହେଉ ମଦନାଙ୍କ ମନରେ ମୁଁ ଜୀବିତ ବୋଲି ଏବେ ଅଛି l ମୁଁ ପ୍ରଥମେ ଚାହଁଉଛି ଜମିଦାର ଙ୍କୁ ଉପଯୁକ୍ତ ଶାସ୍ତି ମିଳୁ ଫଳରେ ଆଉ କୌଣସି ଝିଅ ତାର ରାକ୍ଷସ ଆଖିରେ ପଡିବେନି l ତାକୁ ଶାସ୍ତି ଦେବ ବାବୁ l l ଏମିତି କହି ଉଭାଇ ଗଲା ସଞ୍ଜୁର ପ୍ରେତାତ୍ମା l ପାହାନ୍ତିଆ ହୋଇସାରିଛି l ଚଢେଇ ଙ୍କ କିଚିରି ମିଚିରି ଶବ୍ଦ ରେ ଚତୁର୍ଦିଗ ପ୍ରକମ୍ପିତ l ସାହିଲ ଆଉ ପରେଶ ନୂତନ ସୂର୍ଯ୍ୟ କୁ ପ୍ରଣାମ ଜଣାଇ ସଞ୍ଜୁ କୁ ନ୍ୟାୟ ଦେବା ଉଦେଶ୍ୟରେ ବାହାରିପଡିଲେ ଗାଁଥାନା ଫାଣ୍ଡି l ସେଠିମଧ୍ୟ୍ୟ ସମସ୍ତେ ଜମିଦାର ର ଚମଚା ପୋଲିସ l ସମସ୍ତ ଙ୍କ ମୁହଁ ଆଜି ବନ୍ଦ ଜମିଦାର ରଅଇଁଠା ମାଂସଖିଆ କୁକୁର l ଏହାପରେ ସବୁ ପ୍ରମାଣ ସହିତ ହାଇକୋର୍ଟ ଯାଇ ସଞ୍ଜୁ ପାଇଁ ଲଢ଼ିଲେ l ଉପଯୁକ୍ତ ନ୍ୟାୟ ପାଇଲା ସଞ୍ଜୁ l ଜମିଦାର ଆଉ ତାର ଚମଚା ମାନଙ୍କୁ କୋର୍ଟ ମୃତ୍ଯୁ ଦଣ୍ଡ ମିଳିଲା l ସଞ୍ଜୁ ର ଆତ୍ମା ସେମାନଂକୁ ଧନ୍ୟବାଦ ଦେଇ l ସ୍ୱର୍ଗ ପୁରୀକୁ ବିଦାୟ ନେଲା l ମଦନା ସଞ୍ଜୁକୁ ହରାଇ ଯେତିକି ଦୁଃଖିତ ଥିଲା ତାହା ଠାରୁ ଅଧିକ ଖୁସି ଥିଲା କାରଣ ସଞ୍ଜୁ କୁ ଉପଯୁକ୍ତ ନ୍ୟାୟ ମିଳିସାରିଥିଲା l ବାବୁ ଦୁଇଜଣ ଙ୍କୁ ମଦନା ବହୁତ ଧନ୍ୟବାଦ ଦେଇ କହିଲା ତୁମେ ମାନେ ପ୍ରକୃତରେ ମଣିଷ ନୁହଁ ଦେବଦୂତ l ଜୀବିତ ଥିବା ନିର୍ଯାତିତ ନାରୀର ଦୁଃଖ କିଏ ଶୁଣୁଛି ବର୍ତ୍ତମାନ ସମାଜରେ କିନ୍ତୁ ତୁମେ ମାନେ ଗୋଟେ ପ୍ରେତାତ୍ମାକୁ ନ୍ୟାୟ ଦେବାରେ ସଫଳ ହୋଇପରି ଧନ୍ୟ ତୁମେମାନେ l

ସମାଜରେ ଯଦି ସମସ୍ତ ପୁରୁଷ ଏହିପରି ସବୁ ନାରୀମାନଙ୍କ ଆର୍ତ୍ତନାଦ ଶୁଣି ନ୍ୟାୟ ଦେଇପାରନ୍ତେ ତେବେ l ସମାଜରୁ ସବୁ କଳୁଷ ଅଚିରେ ଧ୍ବଂସ ପାଇଯାନ୍ତା l ହେଇଥାଇପାରେ କହିଣୀଟି କାଳ୍ପନିକ କିନ୍ତୁ ସମାଜରେ ଏହିପରି ସତ୍ୟ କାହାଣୀ କେତେଯେ ପରଦା ପଛରେ ଲୁଚି ରହିଛି l ଏହି ପରଦା କିଏ ଉଠାଇବା l ଚାଲ ସମସ୍ତେ ଶପଥ ନେବା ସଞ୍ଜୁ ଭଳି ସମସ୍ତ ନାରୀଙ୍କୁ ନ୍ୟାୟ ଦେବା ଆଗେଇ ଆସ ସଭିଏଁ l 

ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ, ଶିକ୍ଷୟିତ୍ରୀ
ବାଙ୍କୀ, କଟକ