ସମୟ ଟା ବଡ଼ ଧୋକା ବାଜିଆ ଟେ
କିଛି ନ ବୁଝ ଇ ସିଏ
ତାର ଚକ ତଳେ ସବୁ ସମ୍ପର୍କ କୁ
ମାଟିରେ ମିଶା ଇ ଦିଏ ।
ଆପଣା କୁ କେବେ ପର କରିଦିଏ,
ପରକୁ ଆଦରି ନିଏ
ଭଲ ପାଇବାର ମୂଲ କି ବୁଝିଛି
ଦଗବାଜିଆ ଟେ ସିଏ ।
ସମୟ ଚକ୍ର ରେ କେତେ ଯେ ସମ୍ପର୍କ
ନିତି ଭଙ୍ଗା ଗଢ଼ା ହୁଏ
ମନର ମଣିଷ, ପ୍ରେମର ପୁରୁଷ
କେତେବେଳେ ଧୋକା ଦିଏ ।
ସବୁ ଦେଖି ଶୁଣି ନୀରବ ନିଥର
ପାଷାଣ ପାଲଟି ଯାଏ
ଭଲ ପାଇବା ଟା, ନୁହେଁ ତ ସହଜ
ପାଇଛି ଯେ ଭଲ ଜାଣେ
ଅନ୍ତର୍ଦାହ ରେ ଜଳୁଥାଏ ଖାଲି
ଆଖି ଲୁହ ଓଠ ପିଏ ।
ରାଧା ଙ୍କୁ ଠକିଲେ ପରମ ପୁରୁଷ
କିବା ଛାର ଏ ମଣିଷ
ପ୍ରେମ ଶବ୍ଦ ସିନା ଶୁଣିବାକୁ ମିଠା
ଖାଲି ହଳାହଳ ବିଷ ।
ଏ ବିଷ କୁ ପିଇଛି ଯିଏ,
ପଚାରି ବୁଝିବ ଭଲ ପାଇବା ଟା
କେତେ ଯେ ଯନ୍ତ୍ରଣା ଦିଏ
କିଏ ସେ କହିବ କଉଠି ଲିଭିବ
ଜୀବନ ଦୀପ ସଳିତା,
ପ୍ରତିଶୃତି ନୁହଁ,  ପ୍ରତିଜ୍ଞା ଟେ ଲୋଡା
ଜନ୍ମ ଜନ୍ମାନ୍ତର ସାଥେ ଥିବା । 

Writer's Details: ABHAYA KUMAR PRADHAN
Ganijang, Bonth, Bhadrak
Content Category:
Submission Date: Jun 06, 2019