ସକଳ ଭାଷାର ଉତ୍ସ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ସକଳ ଭାଷାର ଉତ୍ସ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ତୁମନାମେ କି ଭାଷାରେ 
ଲେଖିବି ଗୀତ , କଳା ସାଆନ୍ତ
ତୁମେତ ସକଳ ଭାଷା ସକଳ ଉତ୍ସ ‌ ,
ତୁମନାମେ କି ଭାଷାରେ…।।
କୋଇଲି ଗୀତ ରେ ତୁମେ 
ତୁମେ ପୁଣି ଫୁଲବନେ
ବସନ୍ତ,ଶୀତ ରେ ତୁମେ
ତୁମେ ମଳୟ ପବନେ
ନିଦାଘ ରେ ରୁଦ୍ର ରୂପୀ  ହୁଅ ବିଦିତ ,
ତୁମ ନାମେ କି ଭାଷାରେ… ।।
ଜନମେ ମରଣେ ତୁମେ 
ହସରେ କାନ୍ଦରେ
ଶୟନେ,ସପନେ,ଯାଗ-
-ରଣେ, ସବୁଠାରେ
ପ୍ରଜାପତି ରୂପୀ ସତେ ଆହା କି ବିଚିତ୍ର ,
ତୁମ ନାମେ କି ଭାଷାରେ…।।
ମଧୂପ ଗୁଞ୍ଜନେ ତୁମେ 
ବୀଣା ରାଗିଣୀ ରେ
ସଂସାର ବନ୍ଧନେ ତୁମେ
ଚପଳଛନ୍ଦା ରେ
ହଳାହଳ କେବେ ପୁଣି ତୁମେତ ଅମୃତ ,
ତୁମନାମେ କି ଭାଷାରେ…।।
ସକାଳ କଅଁଳ ଖରା
ଘନ କୁହୁଡି ରେ
ଆକାଶ ନୀଳିମା ତୁମେ
ନୀଳ ସାଗରରେ
ସକଳାଦୀ ଅଧିଶ୍ଵର ଶରଣ ଦିଅତ ,
ତୁମ ନାମେ କି ଭାଷାରେ….।।

0 Comments