ରଜ ମଉଜ କୁ ,     ଭାଙ୍ଗି ନେଇଗଲା ,       ଫଣି ର ଫଣା ,,
ବରଷକେ ଥରେ
ଆସିଛି ରଜ           ଘୋର ବନସ୍ତରୁ ଡାକୁନି ତ ଗଜ
ଦୋଳି ବାନ୍ଧିବାକୁ ଗଛ ବି ନାହିଁ
କାହିଁ ହେବ ଦୋଳି ଟଣା  ।।
ରଜ ଦୋଳି ଡାକେ ,     କେଁ କଟକଟ ,     ହୋଇଛି ସଜ ,,
ଭାଇ ମୁଣ୍ଡରେ ମୋ
ସୁନା ମୁକୁଟ        ଅନୁଢା କୁଆଁରୀ କନିଆଁ ର ଗୀତ
ଶୁଭୁନାହିଁ ଆଉ ଗାଁ ଗହଳିରେ
ଫିକା ଫିକା ଲାଗେ ରଜ   ।।
ଦେବୀ ମନ୍ଦିର ରେ ,     ମାଜଣା ନହୁଏ ,      ଶୁଭେନି ଶଂଖ
ଝାଉଁ ପୋଡପିଠା
ଆରିସା,କାକରା         ସଜ ଶିଳ ବଟା ଛଣା ବିରି ବରା
ପଣସ,ଆମ୍ଵ ର ଭୋଗ ଲାଗୁନାହିଁ
ସପନ ବିତିବା ଯୁଗ   ।।      
  
ଖେଳିବା,ପଢ଼ିବା ,   ନାହିଁ ନାହିଁ ସବୁ ,   ବଦଳି ଯାଏ ,,
ଗେଲ ଗରବ ରେ
ଦିନ ବିତୁନାହିଁ     ସୁଖ ସଉଭାଗ୍ୟ ଯାଇଅଛି ଧୋଇ
ରଜ ସଜବାଜ ଅସଜ ଲାଗଇ
ବିଷ ମଳୟ ପବନେ  ।।
ତଥାପି ୟେ ମୋର ,  ଜାତୀୟ ପରବ ,  ମହା ମିଳନ ,,
ପାଳି, ମୁଁ ମନାସେ
ସବୁରି ଜୀବନେ     ସୁଖ , ଶାନ୍ତି ମନ୍ଦ ମଳୟ ପବନେ
ସୁରଭିତ କର ମା,ଉଗ୍ରତାରା
କବି ନଇବେଦ୍ୟ ଘେନ  ।।