OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ବାମନ ହୋଇ ମୁଁ ଚନ୍ଦ୍ରମା ତୁମକୁ - କୌଶିକ କୁମାର ହୋତା

ବାମନ ହୋଇ ମୁଁ ଚନ୍ଦ୍ରମା ତୁମକୁ - କୌଶିକ କୁମାର ହୋତା

ଟାହିଆ ହଲାଇ ଝୁଲି-ଝୁଲି ପ୍ରଭୁ କି ସୁନ୍ଦର ତୁମେ ଦିଶ, 
ଜବା ଅଧରରେ ଫୁଟି ଉଠୁଥାଏ ମଣି ମୁକୁତାର ହସ l
ଭାଇ ଭଉଣୀଙ୍କୁ ସଙ୍ଗତରେ ନେଇ ଶ୍ରୀମନ୍ଦିରୁ ଯେବେ ଆସ,
ଭକତ ସମୁଦ୍ର ଭକତିରେ ତୁମ ହୋଇଥାନ୍ତି ସର୍ବେ ବସ l
ଘିଡି-ଘିଡି ହୋଇ ଚାଲିଥାଏ ଯେବେ ବଡ଼ଦାଣ୍ଡେ ନନ୍ଦିଘୋଷ,
ଥରେ ଦେଲେ ଦେଖି ଲାଖିଯାଏ ଆଖି ତୁମ ମନଲୋଭା ବେଶ l
ଆଙ୍କିଯାଏ ମନେ ତୁମ ପ୍ରତିଛବି ମେଣ୍ଟେ ନାହିଁ ମନଶୋଷ,
ସବୁଦିନ ଯଦି ପାଆନ୍ତି ତୁମକୁ ଲଭନ୍ତି ଅଶେଷ ତୋଷ l
ବାମନ ହୋଇ ମୁଁ ଚନ୍ଦ୍ରମା ତୁମକୁ କର ବଢ଼ାଉଛି ଆସ,
ନୁହେଁ ସାଲବେଗ, ନୁହେଁ ମୁଁ ଦାସିଆ ଅବା ବଳରାମ ଦାସ l
ତୁମରି ମହିମା ଗାଇଲେ ଚୈତନ୍ୟ, ନିମ୍ବାର୍କ ତୁଳସୀ ଦାସ,
ଦୀନକୃଷ୍ଣ ଜୟ ଦେବ ରାମାନୁଜ ତୁମ ଭାବେ ହେଲେ ବଶ l
ତୁମ ଚକାଆଖି ମନରେ ନିରେଖି ହଜିଯାଏ ମନୁ ପ୍ରାଶ,
ଆହେ ଇଚ୍ଛାମୟ ଇଚ୍ଛାରେ ମୁଁ ତୁମ ବନ୍ଧା ଅକିଞ୍ଚନ ଦାସ l

Writer's Details: କୌଶିକ କୁମାର ହୋତା, ନବମ ଶ୍ରେଣୀ,
କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ l
Content Category:
Submission Date: Jun 01, 2019

0 Comments